ନିର୍ବାଚନ ପୂର୍ବରୁ ଜମୁଛି ମଦର ଆସର

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ଟ୍ବିନସିଟିରେ ଜମୁଛି ମଦର ଆସର । ରାଜଧାନୀରୁ ଧରାହେଲାଣି 688ଲିଟର ବିଦେଶୀ ମଦ ଓ 11,300ଲିଟର ଦେଶୀ ମଦ । ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ପୋଲିସ କମିଶନର । ଭୁବନେଶ୍ବର ଓ କଟକ ରେ ଅପରାଧିକ ଲମ୍ବା ଲିଷ୍ଟ ପ୍ରସ୍ତୁତ କରିଛି ପୋଲିସ ଭୁବନେଶ୍ୱରରେ ଜାନୁଆରି ମାସରୁ ଏପର୍ଯ୍ୟନ୍ତ 438ଟି NBW ଜାରି କରିଛି ପୋଲିସ | ଏହାସହ ଅନ୍ୟ ଅପରାଧିକ ମାମଲାରେ 1719ଜଣ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି |
ମଦ ଜବତ ଘଟଣାରେ 212ଜଣଙ୍କୁ ଗିରଫ କରିଛି ପୋଲିସ | ରାଜଧାନୀରୁ 576ଗ୍ରାମ ବ୍ରାଉନସୁଗର, 591କେଜି ଗଞ୍ଜେଇ ଜବତ ସହ 54ଜଣଙ୍କୁ ଗିରଫ କରିଛି ପୋଲିସ |ସେହିପରି କଟକରେ କମିସନରେଟ ପୋଲିସ ତରଫରୁ 428ଟି NBW ଜାରି କରାଯାଇଛି | ବିଭିନ୍ନ ମାମଲାରେ 436ଜଣ କୋର୍ଟ ରେ ଆତ୍ମସମର୍ପଣ କରିଛନ୍ତି | ଜାନୁଆରି ମାସରୁ ଏପର୍ଯ୍ୟନ୍ତ 444ଟି ଅବକାରୀ ମାମଲା ଡିଟେକ୍ଟ ହେବା ସହ 1471ଲିଟର ବିଦେଶୀମଦ, 7000ଲିଟର ଦେଶୀ ମଦ ଜବତ ସହ 434ଙ୍କୁ ଗିରଫ କରିଛି କମିସନରେଟ ପୋଲିସ । ଏହାସହ ଅଭ୍ୟାସଗତ ଅପରାଧୀଙ୍କ ଉପରେ ରହିଛି ପୋଲିସର କଡ଼ା ନଜର ।
ଅଧିକ ପଢନ୍ତୁ ଓଡ଼ିଶା ଖବର