Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପୁରୀ ଜିଲ୍ଲା ନକଲି ଶିକ୍ଷକଙ୍କ ପେଣ୍ଠସ୍ଥଳୀ

Odisha

ପୁରୀ ଜିଲ୍ଲା ନକଲି ଶିକ୍ଷକଙ୍କ ପେଣ୍ଠସ୍ଥଳୀ

Smruti Parija
Browse all articles by Smruti Parija
·1 year ago·1 min read
ପୁରୀ ଜିଲ୍ଲା ନକଲି ଶିକ୍ଷକଙ୍କ ପେଣ୍ଠସ୍ଥଳୀ

ପୁରୀ: ନକଲି ଶିକ୍ଷକଙ୍କ ହାତରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ । ଫେକ୍ ସାର୍ଟିଫିକେଟରେ ସରକାରୀ ଚାକିରୀ କରୁଛନ୍ତି ଶିକ୍ଷକ । RTI ତଥ୍ୟ ପରେ ସାମ୍ନାକୁ ଆସିଲା ପ୍ରକୃତ ସତ । ବାରମ୍ବାର ଅଭିଯୋଗ ପରେ ମଧ୍ୟ ହୋଇନି କାର୍ଯ୍ୟାନୁଷ୍ଠାନ । ପୁରୀ  ଜିଲ୍ଲା ସରକାରୀ ବିଦ୍ୟାଳୟ ମାନଙ୍କରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଉଛନ୍ତି ମାଳମାଳ ନକଲି ଶିକ୍ଷକ । ନକଲି ଶିକ୍ଷକଙ୍କ ଗନ୍ତାଘର ପାଲଟିଛି ପୁରୀ ଜିଲ୍ଲା । 

ଅର୍ଗସ୍ ହାତରେ ପୁଣି ଲାଗିଛି ମାଳ ମାଳ ନକଲି ଶିକ୍ଷକଙ୍କ ଜାଲ ସାର୍ଟିଫିକେଟ୍ । ନକଲି ସାର୍ଟିଫିକେଟ୍ ଦେଇ ଅପାଠୁଆ ପଢାଉଛନ୍ତି ପାଠ । କଣାସ ବ୍ଲକ ତିଗିରିଆ ବଡ କାଳୁଚରଣ ହାଇସ୍କୁଲର ପ୍ରଧାନ ଶିକ୍ଷକ ଚିତରଞ୍ଜନ ପ୍ରଧାନ ଯୁକ୍ତ ତିନି ସାର୍ଟିଫିକେଟ୍ ରେ ଜାଲିଆତି କରି ନିଯୁକ୍ତି ପାଇଥିବା ଅଭିଯୋଗ ହୋଇଛି ।

ସେହିପରି ବ୍ରହ୍ମଗିରି ବ୍ଲକ କାଳିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବଡବେଣାକୁଦିର ସହକାରୀ ଶିକ୍ଷକ ପ୍ରତାପ କୁମାର ସ୍ବାଇଁ ଗୋଟିଏ ଶିକ୍ଷା ବର୍ଷରେ ଯୁକ୍ତ ତିନି ଏବଂ ସିଟି ସାର୍ଟିଫିକେଟ୍ ହାତେଇଥିବା ଅଭିଯୋଗ ହୋଇଛି । ସେପଟେ ନହରବାଲି ସ୍କୁଲ ସହକାରୀ ଶିକ୍ଷୟିତ୍ରୀ ବୟସ ଏବଂ ନାମରେ ଚଞ୍ଚକତା କରିଥିବା ହୋଇଛି ଅଭିଯୋଗ । ବାଲିହରଚଣ୍ଡି ବିଦ୍ୟାନିକେତନ ହାଇସ୍କୁଲ ପଲଙ୍କ ଜନାର୍ଦ୍ଦନ ପେଣ୍ଠୋଇ ଜାତିଗତ ପ୍ରମାଣ ପତ୍ରରେ ଜାଲିଆତି କରି ନିଯୁକ୍ତି ହୋଇଥିବା ଅଭିଯୋଗ ହୋଇଛି । ହନ୍ତୁକ ହାଇସ୍କୁଲରେ ମଧ୍ୟ ଅନେକ ଶିକ୍ଷକ ଜାଲ୍ ସାର୍ଟିଫିକେଟ୍ ଦେଇ ବର୍ଷ ବର୍ଷ ଧରି ପାଠ ପଢାଉଛନ୍ତି । କେବଳ ସେତିକି ନୁହେଁ ପୁରୀ ବଳଗଣ୍ଡି ହାଇସ୍କୁଲର ସହକାରୀ ଶିକ୍ଷୟତ୍ରୀ ନିହାରିକା ଜଗଦ୍ଦେବ ଯୁକ୍ତ ତିନି ସାର୍ଟିଫିକେଟରେ ଜାଲିଆତି କରିଥିବା ଦସ୍ତାବିଜ୍ ଅର୍ଗସ ହାତରେ ଲାଗିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ  ଓଡିଶା ଖବର...
 

Sponsored
huge-no-of-duplicate-teacher-found-in-puri | Argus News