Videos
|
Odisha

ଫସିଥିବା ଟ୍ରଲର ସହ ଉଦ୍ଧାର ହେଲେ ୭ ମତ୍ସ୍ୟଜୀବୀ

Manini Pattanayak
Browse all articles by Manini Pattanayak
·2 years ago
ଫସିଥିବା ଟ୍ରଲର ସହ ଉଦ୍ଧାର ହେଲେ ୭  ମତ୍ସ୍ୟଜୀବୀ

ଜଗତସିଂହପୁର:  ଉଦ୍ଧାର ହେଲା ପାରାଦ୍ଵୀପରୁ ଭାସିଯାଇଥିବା ଶ୍ରୀକ୍ଷେତ୍ର ବୋଟ। ସମୁଦ୍ରକୁ ମାଛ ଧରିବା ପାଇଁ ଯାଇଥିବା ଶ୍ରୀକ୍ଷେତ୍ର ନାମକ ବୋଟ ଯାନ୍ତ୍ରିକ ତୃଟି ଯୋଗୁଁ ଖରାପ ହୋଇଯାଇଥିଲା। ଢେଉ ମାଡରେ କେନ୍ଦ୍ରାପଡା ରାଜନଗର ନିକଟ ବାଲି ଟିକରାରେ ଯାଇ ଲାଗିଲା ବୋଟ। ତେବେ ଫସିଥିବା ଟ୍ରଲର ସହ ଉଦ୍ଧାର ହୋଇଛନ୍ତି ୭ ଜଣ ମତ୍ସ୍ୟଜୀବୀ ।

ସୂଚନାମୁତାବକ, ବୋଟ୍ ଟି ମାଛ ଧରି ଫେରୁଥିବା ବେଳେ ଏହାର ଇଞ୍ଜିନରେ ହଠାତ ତ୍ରୁଟି ଦେଖା ଯାଇଥିଲା । ଫଳରେ ବୋଟ୍ ଟି ପାଣି ଭିତରେ କେଉଁଆଡେ ହଜି ଯାଇଥିଲା । ବୋଟକୁ ଉଦ୍ଧାର କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏସଆରସି ବିଭାଗ ।

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The floating shrikhetra boat from the paradip was rescued. | Argus News