ବିଜେଡ଼ି ରାଜନୀତିରେ ସାରଥୀ ସ୍କୁଲ ଛାତ୍ରଛାତ୍ରୀ

ପାଖେଇ ଆସୁଛି ନିର୍ବାଚନ, ସଜବାଜ ହେଉଛି ବିଜେଡି
ପିଲାଙ୍କୁ ବି ରାଜନୀତିରେ କଲାଣି ସାମିଲ
'ମୋ ଓଡ଼ିଶା ନବୀନ ଓଡ଼ିଶା' ବାହାନାରେ ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳୁଛନ୍ତି ସାଙ୍ଘାତିକ ଖେଳ
ଅର୍ଗସ ବ୍ୟୁରୋ : ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି 'ମୋ ଓଡ଼ିଶା ନବୀନ ଓଡ଼ିଶା' କାର୍ଯ୍ୟକ୍ରମ ମାଧ୍ୟମରେ ନିଜର ପ୍ରଚାର ପ୍ରସାର କରୁଛନ୍ତି । ମାସ ମାସ ଧରି ଏହି ପ୍ରହସନ ଚଳାଇଥିବା ବେଳେ, ପିଲାଙ୍କଠୁ ଆରମ୍ଭ କରି ସ୍କୁଲ କର୍ତ୍ତୃପକ୍ଷ ଓ କଲେଜ କର୍ତ୍ତୃପକ୍ଷ ଏହି କାର୍ଯ୍ୟରେ ରହୁଛନ୍ତି ବ୍ୟସ୍ତ । ଭୁଲି ଯାଉଛନ୍ତି ଛାତ୍ରଛାତ୍ରୀଙ୍କ ସୁରକ୍ଷା କଥା ଓ ପାଠପଢା କଥା । ହେଲେ କାର୍ଯ୍ୟକ୍ରମ ଲାଗି କେମିତି ବିଷମ ସ୍ଥିତି ଉପୁଯେ ତାହାର ଦୃଶ୍ୟ ଦେଖିବାକୁ ମିଳିଛି ଏହି ଦୁର୍ଘଟଣାରୁ ।
ଛେଳିଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟର ୨୧ ଜଣ ଛାତ୍ରଙ୍କୁ ନେଇ ଖେଳ ଶିକ୍ଷକ ସୁଶାନ୍ତ କୁମାର ପ୍ରଧାନ, ଆର.ଉଦୟଗିରି ବ୍ଳକ ମୁଖ୍ୟାଳୟ ଠାରେ ଆୟୋଜିତ ହୋଇଥିବା 'ନବୀନ ଓଡ଼ିଶା' କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପହଞ୍ଚିଥିଲେ । ଆର.ଉଦୟଗିରି ବ୍ଳକ ଠାରେ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାରେ ସଫଳତା ହାସଲ କରି ଟ୍ରଫି ନେଇ ଆସୁଥିବା ବେଳେ ରାତି ସମୟରେ ଚମ୍ପା ଘାଟିରେ ଛାତ୍ରଙ୍କୁ ନେଇ ଆସୁଥିବା ଗାଡ଼ି ଓଲଟି ପଡିଥିଲା । ଯାହା ଫଳରେ ଗାଡ଼ିର ପଛପଟ ଡାଲାରେ ଯାତ୍ରା କରୁଥିବା ୨୧ ଜଣ ଛାତ୍ର ଦୁର୍ଘଟଣାର ଶିକାର ହୋଇ ଆହତ ହୋଇଥିଲେ ।
📱 Get Argus News App
✨ଏହି ଘଟଣାରେ ୨୧ ଜଣ ଛାତ୍ର ଆହତ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇ ବ୍ରହ୍ମପୁର ଠାରେ ଚିକିତ୍ସା ହେଉଛନ୍ତି । ଏଠି ପ୍ରଶ୍ନ ଉଠୁଛି... ନିରୀହ ପିଲାମାନଙ୍କୁ ନେଇ କଣ ସାବ୍ୟସ୍ତ କରିବାକୁ ଚାହୁଁଛନ୍ତି ରାଜ୍ୟ ସରକାର । ସରକାରଙ୍କ ମାଳ ମାଳ ଯୋଜନାରେ ମୋ ବସ ଓ ଲକ୍ଷ୍ମୀ ବସ୍ ଚାଲୁଛି । କଣ ପାଇଁ ସ୍କୁଲର ଛାତ୍ର ମାନେ ଡାଲା ଗାଡ଼ିରେ ଯାଉଥିଲେ । ଯାହାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ହେଉଛି ।
ଅନେକ ସମୟରେ ସରକାରଙ୍କ ଏହି ଖାମଖିଆଲ ନୀତି ଯୋଗୁଁ ଅନେକ ନିରୀହ ଲୋକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ତେବେ କୋଟି କୋଟି ଟଙ୍କା ଖର୍ଚ୍ଚ କାହା ସ୍ୱାର୍ଥ ପାଇଁ । କାହା ପାଇଁ ଏହି ସବୁ ଯୋଜନା ଯେଉଁ ଥିରେ ଅନେକ ସ୍କୁଲ ଛାତ୍ର ମଧ୍ୟ ବଳି ପଡିଯାଇଛନ୍ତି ।