Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଯାତ୍ରାରେ ଅଶ୍ଳୀଳତା ଉପରେ ରୋକ୍ ଲାଗି ଆଇନ ମନ୍ତ୍ରୀଙ୍କୁ ଭେଟି ଦାବି

Rashmita Mishra
Browse all articles by Rashmita Mishra
·1 year ago·1 min read
ଯାତ୍ରାରେ ଅଶ୍ଳୀଳତା ଉପରେ ରୋକ୍ ଲାଗି ଆଇନ ମନ୍ତ୍ରୀଙ୍କୁ ଭେଟି ଦାବି

ଅର୍ଗସ ବ୍ୟୁରୋ: ଯାତ୍ରାରେ ଅଶ୍ଳୀଳତା ଉପରେ ଲାଗିବ ରୋକ୍।  ଯାତ୍ରାରେ ସଂସ୍କୃତି ପରମ୍ପରାର ଅବକ୍ଷୟକୁ ପ୍ରସୟ ଦିଆଯିବ ନାହିଁ ବୋଲି କହିଛନ୍ତି ଆଇନମନ୍ତ୍ରୀ। ସଂସ୍କୃତିର ସୁରକ୍ଷା ଦିଗରେ ଖୁବଶୀଘ୍ର ସରକାର ଏକ ନିର୍ଦ୍ଦେଶାବଳୀ ଜାରି କରିବାକୁ ଯାଉଥିବା ନେଇ ସେ ସୂଚନା ଦେଇଛନ୍ତି। ତେବେ ଆଜି ଯାତ୍ରାରେ ଅଶ୍ଳୀଳତା ରୋକିବା ନେଇ ଆଇନ ମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଛନ୍ତି ଯାତ୍ରା କମିଟି ମହାସଂଘ। ମନ୍ତ୍ରୀଙ୍କୁ ଭେଟି ଯାତ୍ରାରେ ଅଶ୍ଳୀଳତା ବନ୍ଦ କରିବା ଦିଗରେ ପଦକ୍ଷେପ ନେବାକୁ ଦାବି ଜଣାଇଛି ସଂଘ। ବର୍ତ୍ତମାନ ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣକୁ ନେଇ ବିବାଦ ଚରମ ସୀମାରେ ପହଞ୍ଚିଛି । ବ୍ୟବସାୟିକ ଫାଇଦା ପାଇଁ ଯାତ୍ରା ଆୟୋଜକମାନେ ନଗ୍ନ ନୃତ୍ୟକୁ ପ୍ରଶ୍ରୟ ଦେଉଥିବା ସାଧାରଣରେ ଅଭିଯୋଗ ହେବା ପରେ ଏହା ଏବେ ବିତର୍କର ପ୍ରସଙ୍ଗ ପାଲଟିଛି। ଯାତ୍ରାରେ ଅଶ୍ଳୀଳତା, ଦିଅର୍ଥବୋଧକ ଶବ୍ଦ ଓ ସମାଜ ପ୍ରତି ଖରାପ ପ୍ରଭାବ ପକାଉଥିବା କିଛି ନାଟକ ଓ ବିଷୟକୁ ବିରୋଧ ନିମନ୍ତେ ଦାବିପତ୍ର ପ୍ରଦାନ କରିଛି ସଂଘ। ଏନେଇ ଯାତ୍ରା ମାଲିକଙ୍କୁ ସିଧାସଳଖ ଦାୟୀ କରିଛି ଯାତ୍ରା କମିଟି ମହାସଂଘ। ଯାତ୍ରାର ରାତି ପିଛା ମୂଲ୍ୟ ସହିତ ଟିକେଟ ମୂଲ୍ୟ ବୃଦ୍ଧି ହେବାରୁ ଏଭଳି ପରିସ୍ଥିତି ଉପୁଜିଛି। ପ୍ରତ୍ୟକ୍ଷରେ ଯାତ୍ରାକୁ ନେଇ ମାଲିକ ମାନେ ଚାପ ପକାଉଛନ୍ତି ।ଯାହାକୁ ନେଇ ଅଶ୍ଳୀଳତା ବୃଦ୍ଧି ପାଉଥିବା ସଂଘ ଅଭିଯୋଗ କରିଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Demands to meet the Law Minister for a ban on obscenity in travel | Argus News