Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରତ୍ନ ଭଣ୍ଡାରରେ ରହିଛି ଏକାଧିକ ଫାଟ , ନୀଳଗିରି ପଥରରେ କରାଯିବ ମରାମତି କାର୍ଯ୍ୟ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ରତ୍ନ ଭଣ୍ଡାରରେ ରହିଛି ଏକାଧିକ ଫାଟ , ନୀଳଗିରି ପଥରରେ କରାଯିବ ମରାମତି କାର୍ଯ୍ୟ

ଅର୍ଗସ ବ୍ୟୁରୋ : ରତ୍ନ ଭଣ୍ଡାରରେ ରହିଛି ଏକାଧିକ ଫାଟ ।ରହିଛି ଏକାଧିକ ମୂଷା ଗାତ। ଷ୍ଟୋନ ବିମ୍ ରେ ଲାଗିଛି ଜଙ୍କ।ଫାଟ ଥିବା ପଥର କରାଯିବ ପ୍ରତି ସ୍ଥାପନ ।ନୀଳଗିରି ପଥରରେ କରାଯିବ ମରାମତି କାର୍ଯ୍ୟ। ରତ୍ନ ଭଣ୍ଡାର ମରାମତି କାମରେ ଲାଗିବ ନୀଳଗିରି ର ପଥର।ଉନ୍ନତ ମାନର ପଥର କାର୍ଯ୍ୟ ଉପରେ ଏ ଏସ ଆଇ ର ଗୁରୁତ୍ଵ । ପ୍ରଥମେ ଚୂନ ପଥର ଗୁଡ଼ିକୁ ପ୍ରତି ସ୍ଥାପନ ବା ରିପ୍ଲେସ କରାଯିବା ପରେ ଫାଟ ରହିଥିବା ପଥର ଗୁଡ଼ିକୁ ରିପ୍ଲେଶ କରାଯିବ।ପୂର୍ଣ୍ଣାଙ୍ଗ ମରାମତି କାମ ଉପରେ ଦିଆଯିବ ଗୁରୁତ୍ବ ।ନୀଳଗିରି ରୁ ଆସିବ ଉନ୍ନତ ମାନର ପଥର ଓ ବ୍ଲାକ ଗ୍ରାନାଇଟ ।ରତ୍ନ ଭଣ୍ଡାରରେ ରହିଛି ଭର୍ଟିକାଲ କ୍ରାକ୍ସ ବା କାନ୍ଥ ରେ ରହିଛି ଏକାଧିକ ଫାଟ ।

ଚଟାଣ ରେ ମଧ୍ୟ ରହିଛି ଫାଟ ।ଅନେକ ସ୍ଥାନରେ ରହିଛି ମୂଷା ଗାତ।ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡର ବା ଜି ପି ଆର୍  ସର୍ଭେ ରୁ ସ୍ପଷ୍ଟ ହୋଇଛି ରତ୍ନ ଭଣ୍ଡାରରେ କେଉଁ ସ୍ଥାନରେ ଗାତ ଓ କେଉଁ ସ୍ଥାନରେ କେତେ ମାତ୍ରାରେ ରହିଛି ଫାଟ। ସେଇଭଳି ଷ୍ଟୋନ ବିମ୍ ରେ ଲାଗିଛି ଜଙ୍କ ବା କଳଙ୍କି ।ଏହି ଷ୍ଟୋନ ବିମ ବା ରଟ ଆଇରନ କୁ ମଧ୍ୟ ପ୍ରତି ସ୍ଥାପନ କରିବ ଏ ଏସ ଆଇ ।ଆସନ୍ତା ଡ଼ିସେମ୍ବର ୧୭ ତାରିଖରୁ ଦୈନିକ ପ୍ରାୟ ୫ ରୁ ୬ ଘଣ୍ଟା କାମ କରିବ ଏ ଏସ ଆଇ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
There are multiple cracks in the ratnabhandar, repair work will be done in Nilagiri stone | Argus News