Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ କରିବା ନେଇ ଆଇନ ମନ୍ତ୍ରୀ କରିବେ ସମୀକ୍ଷା

Smruti Parija
Browse all articles by Smruti Parija
·2 years ago·1 min read
ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ କରିବା ନେଇ ଆଇନ ମନ୍ତ୍ରୀ କରିବେ ସମୀକ୍ଷା

ପୁରୀ:  ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ କରିବା ନେଇ ଆଜି ଆଇନ ମନ୍ତ୍ରୀ କରିବେ ସମୀକ୍ଷା । ଅପରାହ୍ନ ୫ଟାରେ ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିବେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ବୈଠକରେ ଜିଲ୍ଲା ଓ ପୋଲିସ ପ୍ରଶାସନର ଅଧିକାରୀଙ୍କ ସହ ମନ୍ଦିର ପ୍ରଶାସନର ଅଧିକାରୀ ମଧ୍ୟ ଉପସ୍ଥିତ ରହିବେ । 

ଚାରି ଦିନ ଛୁଟି ସହ ରଜ ଯୋଗୁଁ ଶ୍ରୀମନ୍ଦିରରେ ଭିଡ଼ ବଢ଼ିଥିଲା ।  ତେଣୁ ଶ୍ରୀମନ୍ଦିର ଭିତରେ କିପରି ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରାଯାଇପାରିବ ଏବଂ ଏନେଇ କଣ ପଦକ୍ଷେପ ନିଆଯାଇପାରିବ ସେନେଇ ଆଲୋଚନା କରିବେ ପୃଥ୍ବୀରାଜ । ଏଥିସହ ସ୍ନାନ ପୂର୍ଣ୍ଣିମା ପାଇଁ ପ୍ରସ୍ତୁତିର ମଧ୍ୟ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ।

ଗତକାଲି(ରବିବାର) ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି ।  ଆଇନମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପୁଲିସ ଡିଜିଙ୍କ ସମେତ ବରିଷ୍ଠ ଅଧିକାରୀ ବୈଠକରେ ଉପସ୍ଥିତ ରହିଥିଲେ । ଚାରିଦ୍ଵାର ଖୋଲିବା ପରେ ପରିଲକ୍ଷିତ ହୋଇଥିବା ଭିଡ଼କୁ ନେଇ ପ୍ରତିକ୍ରିୟା ରଖିଥିଲେ ଆଇନମନ୍ତ୍ରୀ । ଛୁଟି ଦିନ ଥିବାରୁ ସଂଖ୍ୟାଧିକ ଭକ୍ତଙ୍କ ଭିଡ ଥିଲା । ମାତ୍ର କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ । ଭିଡ ନିୟନ୍ତ୍ରଣାଧିନ ଥିଲା । ଆଗକୁ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା ଆପଣ ଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆଜିଠୁ ଧୀରେ ଧୀରେ ଦର୍ଶନ ଶୃଙ୍ଖଳିତ ହୋଇଛି । ସମସ୍ତ ସହଯୋଗ ରହିଲେ ଦର୍ଶନ ଆହୁରି ବ୍ୟବସ୍ଥିତ ହୋଇପାରିବ । ଜଗନ୍ନାଥଙ୍କ କୃପାରୁ ସବୁ ଠିକ୍ ହେବ । ଆମେ କେବଳ ପରିଚାଳକ ବୋଲି କହିଥିଲେ ଆଇନ ମନ୍ତ୍ରୀ । 

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
Law Minister will review the darshan system in-puri temples | Argus News