ସନ୍ଦୀପ ଘୋଷଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ
ଅର୍ଗସ ବ୍ୟୁରୋ: ଜଣେ ରାଜ୍ୟର ମୁଖ୍ୟମନ୍ତ୍ରୀ ଆଉ ଜଣେ ସରକାରୀ ମେଡିକାଲ କଲେଜର ଅଧ୍ୟକ୍ଷ। ଏମାନଙ୍କ ଭିତରେ ସମ୍ପର୍କ ଥିଲା କେତେ ଘନିଷ୍ଠ ତାର ପ୍ରମାଣ ହେଉଛି ଏ ଚିଠି। କୋଲକାତା ଲଜ୍ଜା ଘଟଣା ନେଇ ଚର୍ଚ୍ଚାରେ ଥିବା ଆର ଜି କର ମେଡିକାଲ କଲେଜର ପୂର୍ବ ପ୍ରିନ୍ସିପାଲ୍ ସନ୍ଦୀପ ଘୋଷଙ୍କୁ ତାଙ୍କ ଜନ୍ମ ଦିନରେ ଚିଠି ଲେଖି ବାର୍ଥ ଡେ ୱିସ୍ କରିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଅର୍ଗସ ହାତରେ ଲାଗିଥିବା ଏ ଏକ୍ସକ୍ଲୁସିଭ୍ ଲେଟର୍ ପ୍ରମାଣ କରୁଛି କାହିଁକି ତମାମ ସଂଗୀନ ଅଭିଯୋଗ ସତ୍ବେ ବିବାଦୀୟ ପ୍ରିନ୍ସିପାଲ୍ ସନ୍ଦୀପ ଘୋଷଙ୍କ ବିରୋଧରେ ଆକ୍ସନ ନେଉନଥିଲେ ମମତା ସରକାର।
ସନ୍ଦୀପ ଘୋଷ୍ ଥିଲେ ମମତାଙ୍କ ଖାସ୍ ଲୋକ। ମମତାଙ୍କ ହାତରେ ରହିଛି ପଶ୍ଚିମବଙ୍ଗର ପୋଲିସ ସହ ସ୍ବାସ୍ଥ୍ୟ ବିଭାଗ । ସେଥିପାଇଁ କୋଲକାତା ଲଜ୍ଜାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ବଦଳରେ ସନ୍ଦୀପ ଘୋଷଙ୍କୁ ଆଉ ଏକ କଲେଜକୁ ବଦଳି କରି ଥଇଥାନ କଲେ ମମତା ବାନାର୍ଜୀ। ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସନ୍ଦୀପ ଘୋଷ ସିବିଆଇ ସ୍କାନରରେ। ବାରମ୍ବାର ଜେରା କରୁଛି ତଦନ୍ତକାରୀ ସଂସ୍ଥା। ତଥାପି ତାଙ୍କୁ ଚାକିରିରୁ ସସପେଣ୍ଡ କରିନାହାନ୍ତି ମମତା ବାନାର୍ଜୀ।
ଗତକାଲି ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟ ଓ ସନ୍ଦୀପ ଘୋଷଙ୍କ ସହ ୭ଜଣଙ୍କ ପଲିଗ୍ରାଫ୍ ଟେଷ୍ଟ ହୋଇଥିଲା । ମେଡିକାଲରେ ଦୁର୍ନୀତି ଅଭିଯୋଗରେ ସନ୍ଦୀପଙ୍କ ଘରେ ମାରାଥାନ ରେଡ୍ କରିଥିଲା ସିବିଆଇ। ସେପଟ ଆନ୍ଦୋଳନରୁ ଓହରିବା ପାଇଁ ଧାରଣରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟ କହିଥିଲେ ବି ନ୍ୟାୟ ଦାବିରେ ଜାରି ରହିଛି ବିକ୍ଷୋଭ।
ଆରଜି କର ମେଡିକାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ। କାହା ଚାପରେ ବିଳମ୍ବରେ ମାମଲା ରୁଜୁ ହେଲା ? ବଡ଼ ବଡ଼ ଦୁର୍ନୀତି ଅଭିଯୋଗ ଥିଲେ ବି ସନ୍ଦୀପଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବଦଳରେ ମମତା ସରକାର ତାଙ୍କୁ ସମର୍ଥନ କରିବା ନେଇ ସୃଷ୍ଟି ହୋଇଛି ବଡ଼ ପ୍ରଶ୍ନ।
📱 Get Argus News App
✨ଅଧିକ ପଢନ୍ତୁ ଓଡିଶା ଖବର