|
logo
Live

Argus News - ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା

Odisha

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା

Manini Pattanayak
Browse all articles by Manini Pattanayak
·1 year ago·1 min read
ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା

ବୌଦ୍ଧ : ବୌଦ୍ଧ ଜିଲ୍ଲା ସଦର ବ୍ଲକ ଆମ୍ୱଝରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା l ଶିକ୍ଷକଙ୍କ ବଦଳି ପ୍ରତିବାଦରେ ଛାତ୍ର ଛାତ୍ରୀ ଓ ଅଭିଭାବକ ମିଶି ସ୍କୁଲ୍ ସାମ୍ନାରେ ଧାରଣା ଦେଇଥିବା ଜଣା ପଡିଛି l ମିଳିଥିବା ଖବର ଅନୁସାରେ ଏ ବିଦ୍ୟାଳୟରେ 150 ଜଣ ଛାତ୍ର ଛାତ୍ରୀ ରହିଥିବା ବେଳେ 6 ଜଣ ଶିକ୍ଷକ ରହିଥିଲେ ପୁଣି ସେହି ବିଦ୍ୟାଳୟରୁ 2 ଜଣ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରିଥିବାରୁ ଶିକ୍ଷାରେ ବାଧାପ୍ରାପ୍ତ ହେଉଛି l

ପୁଣି ବାଳିକା ହୋଷ୍ଟଲ ରହିଛି ହେଲେ ଜଣେ ମଧ୍ୟ ଶିକ୍ଷୟତ୍ରୀ ନାହିଁ ଏଭଳି ଅନେକ ସମସ୍ୟା ରହିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l ଏଭଳି ସମସ୍ୟା ଭିତରେ ଶିକ୍ଷକଙ୍କ ବଦଳି କରାଯାଇଛି l ଆବଶ୍ୟକ ଶିକ୍ଷକ ଯୋଗାଇ ଦେବା ଦାବିରେ ଛାତ୍ର ଛାତ୍ରୀ ଓ ଅଭିଭାବକ ମିଶି ସ୍କୁଲ୍ ସାମ୍ନାରେ ଧାରଣା ଦେଇଥିବା ଜଣା ପଡିଛି l ଏ ପ୍ରସଙ୍ଗରେ ବିିଇଓଙ୍କୁ ପଚରିବାରୁ ଶିକ୍ଷକ ଯୋଗାଇ ଦିଆଯିବ ବୋଲି କହିଛନ୍ତି l 

ଅଧିକ ପଢନ୍ତୁ ଓଡ଼ିଶା  ଖବର 
 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତାଲା | Argus News