Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସୁବର୍ଣ୍ଣପୁରର ଦୁଇ ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବ ମତଦାନ

Manini Pattanayak
Browse all articles by Manini Pattanayak
·2 years ago·1 min read
ସୁବର୍ଣ୍ଣପୁରର ଦୁଇ ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବ ମତଦାନ

ସୁବର୍ଣ୍ଣପୁର: ଆସନ୍ତାକାଲି ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ। ଏହି କ୍ରମରେ ସୁବର୍ଣ୍ଣପୁର ଜିଲ୍ଲା ଦୁଇ ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବ ମତଦାନ । ଜିଲ୍ଲାର ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ (୬୫) ମୋଟ ୨ ଲକ୍ଷ ୫୪ ହଜାର ୬୯୬ ଭୋଟର ନିଜର ମତ ସାବ୍ୟସ୍ତ କରିବେ ଏଥିପାଇଁ  ୩୧୯ ଟି ମତଦାନ କେନ୍ଦ୍ର କରାଯାଇଥିବାବେଳେ ସେଥି ମଧ୍ୟରେ ୮ ଟି ସଖୀ ବୁଥ ରହିଛି । ସେହିପରି ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ (୬୪) ମୋଟ ୨ଲକ୍ଷ ୧୫ ହଜାର ୩୫୩ ଭୋଟର ଭୋଟ ଦେବେ । ଏଥିପାଇଁ ୨୬୭ ଟି ବୁଥ ହୋଇଥିବାବେଳେ ୫ ଟି ସଖୀ ବୁଥ କରାଯାଇଥିବା ସୂଚନା ମିଳିଛି ।

ଆଜି ସମସ୍ତ ମତଦାନ କେନ୍ଦ୍ରରେ ପହଞ୍ଚିବେ ପୋଲିଙ୍ଗ୍ ପାର୍ଟି । ଏଥିପାଇଁ କଡ଼ା ସୁରକ୍ଷା ମଧ୍ୟରେ ଇଭିଏମ୍ ସହିତ ପୋଲିସଙ୍ଗ ପାର୍ଟିମାନକୁ  ପଠାଯାଉଛି। ସୁବର୍ଣ୍ଣପୁର ଜିଲ୍ଲାରେ ସମୁଦାୟ ୫୮୬ ବୁଥ ରହିଛି  । ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ ପାଇଁ ବ୍ୟାପକ ପୋଲିସ୍ ବ୍ୟବସ୍ଥା କରାଯାଇଛି । ଏହା ସହିତ ପ୍ରବଳ ଖରା ହେଉଥିବାରୁ ପ୍ରତ୍ୟେକ ବୁତରେ ପାନିୟ ଜଳର ବ୍ୟବସ୍ଥା କରିବା ସହିତ ମେଡିକାଲ୍ ଟିମ୍ ମଧ୍ୟ ସଜାଗ ରହିଛନ୍ତି । ଦୁଇ ନିର୍ବାଚନ ମଣ୍ଡଳୀରେ ମୋଟ ୯୦ ଟି ସମ୍ବେଦନଶୀଳ ଓ ୩୦ ଟି ଅତି ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି । ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି । ଅନ୍ୟପଟେ ବୁଥକୁ ଯାଉଥିବା ପ୍ରିଯାଇଡିଂ ଅଫିସରମାନେ ସମସ୍ତ ବ୍ୟବସ୍ଥାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Tomorrow is the second phase of elections in Odisha.Voting will be held in two assembly constituencies of Subarnapur district in this order. | Argus News