Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୧୧ ଟିକିଆ ହାତୀପଲଙ୍କ ଉତ୍ପାତ 

Odisha

୧୧ ଟିକିଆ ହାତୀପଲଙ୍କ ଉତ୍ପାତ 

Manini Pattanayak
Browse all articles by Manini Pattanayak
·1 year ago·1 min read
୧୧ ଟିକିଆ ହାତୀପଲଙ୍କ ଉତ୍ପାତ 

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ରେଞ୍ଜ ତିଖାଲୀ ସଂରକ୍ଷିତ ଜଙ୍ଗଲରେ ଏକ ୧୧ ଟିକିଆ ବଣୁଆ ହାତୀପଲ ଦେଖିବାକୁ ମିଳିଛି । ସଇଁତଳା ରେଞ୍ଜ ଅଞ୍ଚଳରୁ ଏହି ହାତୀପଲ ମୁରିବାହାଲ ରେଞ୍ଜ ଅଞ୍ଚଳ ଭିତରକୁ ପଶି ଆସିଥିବା ଜଣାପଡ଼ିଛି । ହାତୀପଲ ତିଖାଲି ଜଙ୍ଗଲ ଅନ୍ତର୍ଗତ ମୁରିବାହାଲ ସେକ୍ସନ ଘୁଶୁରାମୁଣ୍ଡା, ବାରବନ୍ଧ, ବେହେରାଖାଇ, ସୁକୁନିପଦର, ସୁରମା ଖାଦାନ ଜଙ୍ଗଲକୁ ଆସିଛି । ଚାଷୀମାନଙ୍କ ପନିପରିବା ଚାଷକୁ ନଷ୍ଟ କରିଦେଇଛନ୍ତି ହାତୀ । 

ସେହିପରି ବାରବନ୍ଧ ଅଞ୍ଚଳର ଏକ କପା କିଆରିରେ ପଶି କପା ଫସଲ ନଷ୍ଟ କରିଥିବା ବେଳେ କିଆରିରେ ମଳତ୍ୟାଗ ମଧ୍ୟ କରିଥିବା ଦେଖିବାକୁ ମିଳିଛି ।  ଜଙ୍ଗଲ ବିଭାଗ ପକ୍ଷରୁ ହାତୀମାନଙ୍କ ଗତିବିଧି ସମ୍ପର୍କରେ ଲକ୍ଷ୍ୟ ରଖାଯାଇଛି। ସେହିପରି ହାତୀ ଚଳାଚଳ କରୁଥିବା ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବ୍ୟବସ୍ଥା ସମ୍ପୁର୍ଣ୍ଣ ଭାବରେ ବନ୍ଦ କରିଦିଆଯାଇଥିବା ତଥା ବିଦ୍ୟୁତ୍‌ ଗଲେ ମୋବାଇଲ ନେଟୱର୍କ ବ୍ୟବସ୍ଥା ମଧ୍ୟ ବ୍ୟାଘାତ  ସୃଷ୍ଟି ହେଉଥିବାରୁ ଜନସାଧାରଣରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ତୁରନ୍ତ ଏହି ହାତୀପଲକୁ ଜଙ୍ଗଲ ବିଭାଗ ପକ୍ଷରୁ ଘଉଡାଇବାକୁ ମୁରିବାହାଲ ଅଞ୍ଚଳବାସୀ ଦୃଢ଼ ଦାବି କରିଛନ୍ତି । 

ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
elephant terror in village | Argus News