Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ୨୪୦୦ ବୋତଲ କଫ ସିରପ୍ ଜବତ, ୪ ଗିରଫ

Odisha

୨୪୦୦ ବୋତଲ କଫ ସିରପ୍ ଜବତ, ୪ ଗିରଫ

Smruti Parija
Browse all articles by Smruti Parija
·1 year ago
୨୪୦୦ ବୋତଲ କଫ ସିରପ୍ ଜବତ, ୪ ଗିରଫ

ସମ୍ବଲପୁର: ବିପୁଳ ପରିମାଣର କଫ୍ ସିରପ୍ ଜବତ । ସମ୍ବଲପୁର ଜିଲ୍ଲା ସିନ୍ଦୁରପଙ୍କ ଚୌଧୁରୀ ଛକରେ ବେଆଇନ ଭାବେ ୨୪୦୦ ବୋତଲ କଫ ସିରପ ଚାଲାଣ ବେଳେ ଜବତ କରିଛି ଅବକାରୀ ବିଭାଗ । କଫ ସିରପ୍ ଚୋରା ଚାଲାଣ ହେଉଥିବା ଏକ ଟ୍ରକ ଜବତ ସହ ୪ ଜଣ ଅଭିଯୁକ୍ତକୁ ଗିରଫ କରାଯାଇଛି । 

ତେବେ ସମସ୍ତ ଅଭିଯୁକ୍ତଙ୍କୁ ଅବକାରୀ ବିଭାଗ କୋର୍ଟ ଚାଲାଣ କରିଛି । କଫ ସିରପ୍ ଗୁଡିକ କୋଲକାତାରୁ ସମ୍ବଲପୁର ଜିଲ୍ଲାକୁ ବିକ୍ରି ପାଇଁ ଚାଲାଣ କରାଯାଉଥିଲା । ଏନେଇ ସମ୍ବଲପୁର ଅବକାରୀ ଜିଲ୍ଲା ଅବକାରୀ ବିଭାଗ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏନେଇ ଅଧିକ ତଦନ୍ତ ଜାରି ରଖିଛି ଅବକାରୀ ବିଭାଗ । 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
2400-cough-syrup-seized-in-sambalpur | Argus News