ଦୀର୍ଘ ୫୮ ବର୍ଷ ପରେ,ସିନ୍ଦୁରର ମାନ ରହିଲା...

Key Points
୫୮ ବର୍ଷ କାଳ ଆଖିରୁ ଅହରହ ଲୁହ ଝରିଛି
କିନ୍ତୁ ଏବେ ଝରୁଥିବା ଲୁହ ହେଉଛି ଖୁସିର
ଏତେ ବର୍ଷ ପରେ ତାଙ୍କ ସିନ୍ଦୁରର ମାନ ରହିଲା ବୋଲି କୋହଭରା କଣ୍ଠରେ କହିଛନ୍ତି ପୁରୀ ଚୁଡଙ୍ଗ ସାହିରେ ରହୁଥିବା ଗଞ୍ଜାମ ଜିଲ୍ଲା ଆସ୍କା ଅଞ୍ଚଳର ଶହୀଦ କାଶୀନାଥ ସାହୁଙ୍କ ସ୍ତ୍ରୀ ପ୍ରଶାନ୍ତ କୁମାରୀ ସାହୁ
ଯାହାର ସିନ୍ଦୁର ୧୯୭୧ର ଭାରତ-ପାକିସ୍ତାନ ଯୁଦ୍ଧରେ ବା ବ୍ୟାଟେଲ ଅଫ ଗଙ୍ଗା ସାଗର ଯୁଦ୍ଧରେ ଛଡାଇନେଇଥିଲା ପାକିସ୍ତାନ
ଆଜି ସେ ଅପରେସନ ସିନ୍ଦୂରର ପ୍ରତିଶୋଧରେ ଫେରି ପାଇବା ପରେ ଭାବବିହ୍ବଳ ହୋଇପଡିଛନ୍ତି।
୭୩ ବର୍ଷୀୟା ବୃଦ୍ଧା ଜଣକ ପ୍ରତିଦିନ ମହାପ୍ରଭୁଙ୍କ ଅଧରମାଳ ପାଇଁ ଏହିଭଳି ଫୁଲ ଗୁନ୍ଥତି,ପୁରୀ ଚୁଡଙ୍ଗ ସାହିରେ ସେ ଦୀର୍ଘ ୧୦ ବର୍ଷ ହେବ ରହି ମହାପ୍ରଭୁଙ୍କ ସେବାରେ ନିଜ ଜୀବନକୁ ଉତ୍ସର୍ଗ କରି ଦେଇଛନ୍ତି,କିନ୍ତୁ ଆଜି ଏହି ଫୁଲର ରଙ୍ଗ ଆହୁରି ଲାଲ ଓ ତାକୁ ଗୁନ୍ଥୁଥିବା ବୁଦ୍ଧା ଜଣଙ୍କ ମୁହଁ ବେଶ ଉଜ୍ଜଓ୍କଳ ଦେଖା ଯାଉଛି। କାରଣ ସେ ଜଣେ ସାଧାରଣ ମହିଳା ନୁହଁନ୍ତି, ସେ ଜଣେ ଶହୀଦଙ୍କ ସ୍ତ୍ରୀ। ଯାହାର ସିନ୍ଦୁର ୧୯୭୧ର ଭାରତ-ପାକିସ୍ତାନ ଯୁଦ୍ଧରେ ବା ବ୍ୟାଟେଲ ଅଫ ଗଙ୍ଗା ସାଗର ଯୁଦ୍ଧରେ ଛଡାଇନେଇଥିଲା ପାକିସ୍ତାନ। ତାକୁ ଆଜି ସେ ଅପରେସନ ସିନ୍ଦୂରର ପ୍ରତିଶୋଧରେ ଫେରି ପାଇବା ପରେ ଭାବବିହ୍ବଳ ହୋଇପଡିଛନ୍ତି। ତାଙ୍କ ସିନ୍ଦୁରର ମାନ ରହିଲା, ଏହି ଅପରେଶନକୁ ସିନ୍ଦୁର ନାମ ଦିଆଯାଇଥିବାରୁ ସେ ଆତ୍ମସନ୍ତୋଷ ଲାଭ କରିଥିବା କହିଛନ୍ତି।
ଦୀର୍ଘ ୫୮ ବର୍ଷର ଅପେକ୍ଷା।ଏହି ୫୮ ବର୍ଷ କାଳ ଆଖିରୁ ଅହରହ ଲୁହ ଝରିଛି।ଏବେ ବି ଲୁହ ଝରୁଛି।କିନ୍ତୁ ଏବେ ଝରୁଥିବା ଲୁହ ହେଉଛି ଖୁସିର ।ଏତେ ବର୍ଷ ପରେ ତାଙ୍କ ସିନ୍ଦୁରର ମାନ ରହିଲା ବୋଲି କୋହଭରା କଣ୍ଠରେ କହିଛନ୍ତି ପୁରୀ ଚୁଡଙ୍ଗ ସାହିରେ ରହୁଥିବା ଗଞ୍ଜାମ ଜିଲ୍ଲା ଆସ୍କା ଅଞ୍ଚଳର ଶହୀଦ କାଶୀନାଥ ସାହୁଙ୍କ ସ୍ତ୍ରୀ ପ୍ରଶାନ୍ତ କୁମାରୀ ସାହୁ ।ପ୍ରତିଦିନ ମହାପ୍ରଭୁଙ୍କ ଅଧରମାଳ ପାଇଁ ଫୁଲ ଗୁନ୍ଥଛନ୍ତି।ମହାପ୍ରଭୁଙ୍କ ପାଇଁ ଏହି ସେବା କରି ସେ ସବୁ ନିଜ ଜୀବନ ଅତିବାହିତ କରୁଛନ୍ତି।ତାଙ୍କ ସିନ୍ଦୁରର ମାନ ରହିଲା କିନ୍ତୁ କେନ୍ଦ୍ର କି ରାଜ୍ୟ ସରକାରଙ୍କ ପକ୍ଷରୁ କେହି ତାଙ୍କୁ ଭେଟିଲେ ସେ ବେଶ୍ ଖୁସି ହେବେ ବୋଲି କହିଛନ୍ତି ଶହୀଦ କାଶୀନାଥ ସାହୁଙ୍କ ପତ୍ନୀ, ପ୍ରଶାନ୍ତ କୁମାରୀ ସାହୁ।
📱 Get Argus News App
✨ବର୍ଷ ୧୯୭୧, ପ୍ରଶାନ୍ତ କୁମାରୀ ସାହୁଙ୍କ ସ୍ବାମୀ ଛୁଟି କଟାଇବାକୁ ଆସିଥିଲେ ଘରକୁ ।କିନ୍ତୁ ହଠାତ୍ ଯୁଦ୍ଧ ସ୍ଥିତି ପାଇଁ କାର୍ଯ୍ୟରେ ଯୋଗ ଦେବାକୁ ଆସିଥିଲା ନିର୍ଦ୍ଧେଶ।୧୯୭୧ ମସିହାର ଭାରତ-ପାକିସ୍ତାନ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ନିଜର ଛୁଟି କଟାଇବା ପାଇଁ ଘରକୁ ଆସିଥିଲେ ଶହୀଦ କାଶୀନାଥ ସାହୁ । ସେତେବେଳେ ସ୍ତ୍ରୀ ପ୍ରଶାନ୍ତଙ୍କ ବୟସ ମାତ୍ର ୧୫ ବର୍ଷ।ଘରେ ସାତ ମାସର ଶିଶୁ ପୁତ୍ର । ଯାହାକୁ ଦେଖି କାଶୀନାଥ ଅତ୍ୟନ୍ତ ଖୁସି ହୋଇଯାଇଥିଲେ । କୁନି ପୁଅ ସହିତ ହସି ଖେଳି ସମୟ ବିତାଉଥିବା ବେଳେ ସେନାରୁ ଆସିଯାଇଥିଲା ତୁରନ୍ତ କାର୍ଯ୍ୟରେ ଯୋଗଦାନ କରିବାକୁ ନିର୍ଦ୍ଦେଶ । ଏହାପରେ ସେ ଚାଲିଯାଇଥିଲେ କାର୍ଯ୍ୟକ୍ଷେତ୍ରକୁ । ହେଲେ ଗ୍ରାମରୁ ଯିବାର କିଛିଦିନ ମଧ୍ୟରେ ଶହୀଦ ହୋଇଥିବା ଖବର ପହଞ୍ଚିଥିଲା । ଏହା ପରେ ସେନାର ପୋଷାକ ସହିତ ତାଙ୍କର ସମସ୍ତ ବ୍ୟବହାର ସାମଗ୍ରୀ ସହିତ ଶହୀଦ ହୋଇଥିବା ନେଇ ଲିଖିତ ପତ୍ର ଆସିଥିଲା । ସେହି ସମୟରେ ଶହୀଦଙ୍କର ମୃତଦେହ ଆସି ପହଞ୍ଚୁନଥିଲା ବୋଲି କହିଛନ୍ତି ପରିବାର ବର୍ଗ ।ପରମବୀର ଚକ୍ର ପାଇଥିବା ସେନା ଅଧିକାରୀ ସ୍ବର୍ଗତ ଆଲବା ଟିକାଙ୍କ ଟିମ୍ ରେ ରହିଥିଲେ କାଶୀନାଥ।ବ୍ୟାଟେଲ ଅଫ୍ ଗଙ୍ଗା ସାଗର ଯୁଦ୍ଧରେ ଯୋଗଦେଇ ସେହି ସମୟରେ ପରମବୀର ଚକ୍ର ଉପାଧି ପାଇଥିବା ସେନାର ତତକାଳୀନ ଅଧିକାରୀ ସ୍ବର୍ଗତ ଆଲବା ଟିକାଙ୍କ ଟିମ୍ ରେ ରହିଥିଲେ କାଶୀନାଥ ସାହୁ ।
ସେହି ସମୟରେ ସେନାର ବ୍ରିଗେଡ ଅଫ୍ ଦି 14- ଗାର୍ଡର 10 ଜଣ ରେଳଧାରଣା କଡରେ ରହିଥିବା ଏକ ବଙ୍କର ନିକଟରେ ଭାରତୀୟ ସେନା ସହିତ ପାକିସ୍ତାନ ସେନାର ମୁହାଁମୁହିଁ ପରିସ୍ଥିତି ସମୟରେ ହଠାତ୍ ଏକ ଗ୍ରେନେଟ୍ ମାଡରେ ଶହୀଦ ହୋଇଥିଲେ କାଶୀନାଥ। ବର୍ତ୍ତମାନ ଭାରତୀୟ ସେନାର ଅପରେସନ୍ ସିନ୍ଦୂରକୁ ନେଇ କାଶୀନାଥଙ୍କ ପରିବାର ଅନେକ ଖୁସି ପ୍ରକାଶ କରିବା ସହିତ ସିନ୍ଦୂରର ବଦଲା ସିନ୍ଦୂର ନେଇଥିବା ଯୋଗୁଁ ଜଣେ ଶହୀଦ ପରିବାରର ସଦସ୍ୟ ଭାବରେ ସଂପୂର୍ଣ୍ଣ ଭାବରେ ଗର୍ବିତ ବୋଲି କହିଛନ୍ତି ତାଙ୍କ ସ୍ତ୍ରୀ ୭୩ ବର୍ଷୀୟା ପ୍ରଶାନ୍ତ।