Crime In Odisha / ରାସ୍ତାରେ ବାଇକ୍ ଅଟକାଇ ବାପାମାଆଙ୍କ ଠାରୁ ଝିଅକୁ ଛଡ଼ାଇନେଲେ ଅପହଣକାରୀ
·Published on: 28 Nov 2026, 17:57:19 IST·2 min read

Key Points
ଅନ୍ଧାରର ସୁଯୋଗ ନେଇ ବାଇକ୍ରେ ଯାଉଥିବା ପରିବାରକୁ ଅଟକାଇ ଚାବି ଛଡ଼ାଇନେଲେ । ଜବରଦସ୍ତି ମାଆ ଓ ଝିଅଙ୍କୁ ବୋଲେରୋରେ ଭର୍ତ୍ତି କରି ନେଇଗଲେ । କିଛି ବାଟ ପରେ ମାଆକୁ ଓହ୍ଳାଇ ଦେଇ ଝିଅକୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି ।
ମୋହନା (ଗଜପତି): ବୋଲେରୋରେ ଆସିଲେ, ରାସ୍ତାରେ ବାଇକ୍କୁ ଅଟକାଇଲେ । ଗାଡ଼ିରୁ ତେଲ ସରି ଯାଇଥିବା କହି ବାଇକ୍ ମାଗିଲେ । ଅନ୍ଧାରର ସୁଯୋଗ ନେଇ ବାଇକ୍ରେ ଯାଉଥିବା ପରିବାରକୁ ଅଟକାଇ ଚାବି ଛଡ଼ାଇନେଲେ । ଜବରଦସ୍ତି ମାଆ ଓ ଝିଅଙ୍କୁ ବୋଲେରୋରେ ଭର୍ତ୍ତି କରି ନେଇଗଲେ ।
ଘଟଣାସ୍ଥଳରୁ କିଛି ବାଟ ଯିବା ପରେ ମହିଳାଙ୍କୁ ବୋଲେରୋରୁ ଓହ୍ଳାଇ ଦେଇ ଝିଅକୁ ନେଇ ପଳାଇଗଲେ ଅପହରଣକାରୀ । ଏଭଳି ଚାଞ୍ଚଲ୍ୟକର ଅଭିଯୋଗ ଆସିଛି ଗଜପତି ଜିଲ୍ଲା ଆର୍. ଉଦୟଗିରି ଥାନା ଅଞ୍ଚଳରୁ । ବାପାମାଆଙ୍କ ଆଖି ଆଗରେ ଦୁର୍ବୃତ୍ତ ଝିଅକୁ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି ।
ଏଥିସହ ପଢ଼ନ୍ତୁ: ଭୁବନେଶ୍ୱରରେ ଟ୍ରାଫିକ୍ ଭିଡ଼ ହ୍ରାସ ପାଇଁ ଆଗେଇବ ବସ୍ ପ୍ରାଥମିକତା ଲେନ୍ ପାଇଲଟ୍ ପ୍ରକଳ୍ପ
ସୂଚନା ମୁତାବକ ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା ମହେନ୍ଦ୍ରଗଡ଼ ନିକଟ ମୂଷାଡଲି ଠାରେ ଏହି ଅପହରଣ ହୋଇଛି । ଅଭିଯୋଗ ଅନୁସାରେ, ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ମହାଲିମ୍ବ ଗାଁର ତାରିଣୀ ଦଳାଇ ତାଙ୍କ ସ୍ତ୍ରୀ ଓ ଝିଅ ସାଙ୍ଗରେ ଗଜପତି ଜିଲ୍ଲା ରାମଗିରି ନିକଟ ଅଞ୍ଚମା ଗାଁକୁ ତାଙ୍କ ସମ୍ପର୍କୀୟ ଘରକୁ ଆସିଥିଲେ ।
ତେଲ ବାହାନାରେ ଅପହରଣ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସମ୍ପର୍କୀୟଙ୍କ ଘରୁ ବାଟରେ ଶିଆଳିଲଟି ନିକଟ ମୂଷାଡଲି ଠାରେ ଗୋଟିଏ ବୋଲେରୋରେ ଥିବା କିଛି ଲୋକ ବାଇକ୍କୁ ଅଟକାଇଥିଲେ । ବୋଲେରୋ ଗାଡ଼ିର ତେଲ ସରିଯିବା ବାହାନାରେ ତାରିଣୀଙ୍କ ବାଇକ ଅଟକାଇବା ସହିତ ଜୋର ଜବରଦସ୍ତି ତାରିଣୀଙ୍କ ଝିଅ ଓ ସ୍ତ୍ରୀକୁ ବୋଲେରୋରେ ବସାଇ କିଛି ବାଟ ନେଇ ଯାଇଥିଲେ ।
ଅଳ୍ପ ବାଟ ଯିବା ପରେ ତାରିଣୀଙ୍କ ସ୍ତ୍ରୀକୁ ରାସ୍ତାରେ ଓହ୍ଳାଇ ଦେଇ ଝିଅକୁ କେଉଁ ଆଡ଼େ ନେଇ ପଳାଇ ଯାଇଥିବା ଅଭିଯୋଗ ହୋଇଛି । ଯାହା ପରେ ତାରିଣୀ ସ୍ତ୍ରୀଙ୍କ ପାଖରେ ପହଞ୍ଚି ପୋଲିସକୁ ୧୧୨ରେ ଅଭିଯୋଗ କରିଥିଲେ । ରା.ଉଦୟଗିରି ଥାନା ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଥିବା ବେଳେ ଝିଅର କିଛି ଖବର ମିଳିନାହିଁ ।
ଏଥିସହ ପଢ଼ନ୍ତୁ: ଆଖି ବୁଜିଲା ନନ୍ଦନକାନନର ମହାବଳ ବାଘ ‘ସେଫ୍’, ୧୬ ବର୍ଷ ବୟସରେ ଗଲା ଜୀବନ
ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରି ନାହିଁ । ତେବେ ତାରିଣୀଙ୍କ ଅଭିଯୋଗ ହେଲା, ବୋଲେରୋଟି ହୁଏତ ସେମାନଙ୍କୁ ପିଛା କରି ଆସୁଥିଲା । ରାତି ଅନ୍ଧାରର ସୁଯୋଗ ନେଇ ଦୁର୍ବୃତ୍ତ ଝିଅକୁ ଅପହରଣ କରି ନେଇଛନ୍ତି ।