Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

`ଓଡ଼ିଶାରେ ପ୍ରଚଣ୍ଡ ବହୁମତ ସହ ବିଜେପି ଗଢିବ ସରକାର'

Ritu Das
Browse all articles by Ritu Das
·2 years ago·1 min read
`ଓଡ଼ିଶାରେ ପ୍ରଚଣ୍ଡ ବହୁମତ ସହ ବିଜେପି ଗଢିବ ସରକାର'

ଅର୍ଗସ ବ୍ୟୁରୋ: କଟକରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ରୋଡ୍ ଶୋ' । ଗୋପବନ୍ଧୁ ଛକରୁ ଆରମ୍ଭ ହେଲା ଶାହଙ୍କ ରୋଡ୍‌ ଶୋ' । ସହରର ନୟାସଡ଼କ ଯାଏ ଚାଲିବ ରୋଡ ସୋ। ଶାହଙ୍କ ସହ ଲୋକସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଓ ବିଧାନସଭା ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସାମିଲ ଅଛନ୍ତି । କଟକର ଜନସାଧାରଣ ଅମିତ ଶାହଙ୍କ ରୋଡ୍‌ ଶୋ' ପାଇଁ ବେଶ୍ ଉତ୍ସାହିତ ଦେଖିବାକୁ ମିଳିଛି। 

 

ଅର୍ଗସ ଟିଭିକୁ ଅମିତି ଶାହ ଦେଲେ ବଡ଼ ଉତ୍ତର। ନବୀନ ପାଣ୍ଡିଆନଙ୍କ ଦିବାସ୍ବପ୍ନକୁ ନେଇ ଶାହ କହିଲେ ଜୁନ ୪ରେ ଓଡ଼ିଶାରେ ବିପୁଳ ପରିମାଣରେ ପଦ୍ମ ଫୁଟିବ। ନିର୍ବାଚନରେ ପରିବର୍ତ୍ତନର ଉତ୍ତର ଦେବାକୁ ରାଜ୍ୟବାସୀ ପ୍ରସ୍ତୁତ। ସାରା କଟକ ସହର ଏବେ ଗେରୁଆମୟ ହୋଇଉଠିଛି। ରୋଡ ସୋ'ରେ ବିଜେପି ପ୍ରାର୍ଥୀଙ୍କ ଲାଗି ଭୋଟ ମାଗିଛନ୍ତି ଶାହ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସମସ୍ତେ ଘର ଦୁଆରେ, ଛାତ ଉପରେ ଛିଡ଼ା ହୋଇ ଅମିତ ଶାହଙ୍କ ରୋଡ୍‌ ଶୋ' ଦେଖିଛନ୍ତି । କଟକର ଗଳିକନ୍ଦି ଆଜି ବିଜେପି ପତାକାରେ ଛାଉଣି ହୋଇଯାଇଛି।। ତେବେ ଏହା ପୂର୍ବରୁ ଆଜି ସୋରଡ଼ାରେ ବିଶାଳ ଜନସଭାକୁ ସମ୍ବୋଧନ କରିଥିଲେ ଅମିତ ଶାହ । ସେଠାରେ ରାଜ୍ୟ ସରକାରଙ୍କୁ ନିର୍ଧୁମ ଟାର୍ଗେଟ୍ କରିଛନ୍ତି । ସେଠାରୁ ଭୁବନେଶ୍ୱର ଆସିଥିଲେ ତାପରେ  କଟକରେ ପହଞ୍ଚି ରୋଡ୍‌ ଶୋ' କରିଛନ୍ତି ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Sponsored
``BJP will form government | Argus News