Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - `ଦାନା' ଖୋଲିଲା ଗରିବଙ୍କ ମୁଣ୍ଡ ଉପରେ ପକ୍କାଘରର ସତ

Odisha

`ଦାନା' ଖୋଲିଲା ଗରିବଙ୍କ ମୁଣ୍ଡ ଉପରେ ପକ୍କାଘରର ସତ

Ritu Das
Browse all articles by Ritu Das
·1 year ago·2 min read
`ଦାନା' ଖୋଲିଲା ଗରିବଙ୍କ ମୁଣ୍ଡ ଉପରେ ପକ୍କାଘରର ସତ

ଅର୍ଗସ ବ୍ୟୁରୋ: ବାତ୍ୟା ଆସିଲେ ଆଶ୍ରୟ ସ୍ଥଳ ଖୋଜନ୍ତି ମୁଣ୍ଡ ଉପରେ ପକ୍କା ଘର ନ ଥିବା ଲୋକ। ଏଥର ମଧ୍ୟ  ଦାନା ଆସି କଚା ଘରର ଦ୍ବାର ଠକ ଠକ କରିବା ଆଗରୁ ଘର ଛାଡିଲେଣି ସାତଭାୟାର 4 ଘରିଆ ଗାଁରେ ରହୁଥିବା ଗରିବ ଖଟିଖିଆ ମେହନତି ମଣିଷ। କିଛି ପରିବାର ଘର ଛାଡି  ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀକୁ ଯାଇଥିବା ବେଳେ ଆଉ କିଛି ପରିବାରକୁ ଯିବାକୁ ବୁଝାଉଛନ୍ତି ସ୍ଥାନୀୟ ସରପଞ୍ଚ। 

କେବଳ ଏହି ଗୋଟିଏ ଗାଁ ନୁହେଁ କେନ୍ଦ୍ରାପଡା ରାଜନଗରର କୁରୁଣ୍ଟି ଓ ପେଣ୍ଠରେ ଶହ ଶହ ଲୋକଙ୍କ ମୁଣ୍ଡ ଉପରେ ନାହିଁ ପକ୍କାଘର। ବାତ୍ୟା ଦାନା ପ୍ରଭାବରେ ଏସବୁ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ କଚା ଘର ପିଣ୍ଡାରେ  ଭାଗ୍ୟକୁ ଆଦରି ବସିଛନ୍ତି କମଳା ଶଶୀରେଖା ପରେ ଅନେକ ମହିଳା। ବର୍ଷା ଓ  ପବନର ବେଗ ବଢିଲେ ଘର ଛାଡିକି ଯିବ ବୋଲି କହୁଛି କମଳା.. କିଛି ପରିବାର ଘର ଛାଡି  ବଳରାମପୁର ବାତ୍ୟା ଆଶ୍ରୟ ସ୍ଥଳକୁ ଗଲେଣି।
କଚା ଘରେ ରହୁଥିବା ତାଳସାରୀ ସୁବର୍ଣଦୀପର  ପ୍ରାୟ 15 ପରିବାରକୁ ଉଚ୍ଚ ସ୍ଥାନକୁ ଆଣିଛି ପ୍ରଶାସନ। କଚାଘରେ ରହୁଥିଲେ ବି ଘର ଛାଡି ଆସିବାକୁ ରାଜି ନଥିଲେ ଏସବୁ ପରିବାର। 

ଗାଁର ଚିତ୍ର ତ ଦେଖିଲେ ଏବେ ଦେଖନ୍ତୁ ପିପିଲି ଏନଏସିର 12 ନମ୍ବର ୱାର୍ଡର ଏ ଚିତ୍ର। ଫନୀରେ ସର୍ବସ୍ବ ହରାଇଥିବା ଲୋକେ  ପକ୍କା ଘର ଖଣ୍ଡକୁ  ଅପେକ୍ଷା କରି ହତାଶ ହେଲେଣି। ପୂର୍ବ ସରକାର ଏଠି ଜାଗା ମିଶନରେ ଜାଗା ଓ ଘର ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ବସ୍ତିରେ ଏ ନେଇ ବଡ ହୋର୍ଡିଂ ବି ମାରିଥିଲେ। ହେଲେ  ନା ଜାଗା ମିଶନ ନା ଫନୀ ପରେ ମିଳିଲା ପକ୍କା ଘର। ଏବେ ଏ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ କହିଛି ପ୍ରଶାସନ।
2019 ସୁଦ୍ଧା ସବୁ ଗରିବଙ୍କ ମୁଣ୍ଡ ଉପରେ ପକ୍କା ଘର ହେବ ବୋଲି କହିଥିଲେ ପୂର୍ବ ସରକାର.. ହେଲେ ଏବେ ବି 12 ଲକ୍ଷରୁ ଅଧିକ ପରିବାର କଚା ଘରେ ରହୁଛନ୍ତି। ବନ୍ୟା ବାତ୍ୟା ଆସିଲେ କଚାଘରେ ରହୁଥିବା ଲୋକଙ୍କ ଦୁଃଖ ଦୁଇଗୁଣ ହୋଇଯାଏ। ଏବେ ନୂଆ ସରକାର ପାଇଁ ଆହ୍ବାନ ସବୁ ଲୋକଙ୍କ ମୁଣ୍ଡ ଉପରେ କିପରି ହେବ ପକ୍କାଘର।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus Whatsapp Channel Mobile Top
Sponsored
``Dana'' opens | Argus News