Videos
|
Odisha

ରାସନ ଚାଉଳ ହେରଫେର ପ୍ରତିବାଦରେ ପଞ୍ଚାୟତ ଆଗରେ ଧାରଣା

Manini Pattanayak
Browse all articles by Manini Pattanayak
·2 years ago·1 min read
ରାସନ ଚାଉଳ ହେରଫେର ପ୍ରତିବାଦରେ ପଞ୍ଚାୟତ ଆଗରେ ଧାରଣା

ମୟୂରଭଞ୍ଜ : ରାସନ ଚାଉଳ ହେରଫେର ପ୍ରତିବାଦରେ ପଞ୍ଚାୟତ ଆଗରେ ଧାରଣା। ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ବ୍ଲକ ଅନ୍ତର୍ଗତ ଗଡିଘାଟି ପଞ୍ଚାୟତ ର କିଛି ରାସନ୍ କାର୍ଡ ହିତାଧିକାରୀଙ୍କୁ "ଡିଲର"ଚାଉଳ ନଦେଇ କାର୍ଡ ରେ ୩ମାସର ଚାଉଳ ଇସ୍ୟୁ କରି ଲୋକଙ୍କୁ ଠକିଥିବା ଅଭିଯୋଗ ଆସିଛି। ତେବେ ରାଜ୍ୟ ସରକାର ବଣ୍ଟନ ରେ ସ୍ବଚ୍ଛତା ଆଣିବାପାଇଁ ପ୍ରତ୍ୟେକ ପଞ୍ଚାୟତ ର ସ୍ବୟଂ ସହାୟକା ମା ମାନଙ୍କୁ ଦାଇତ୍ୱ ଦେଇଛନ୍ତି ।

ସୂଚନା ମୁତାବକ ଗଡିଘାଟି ପଞ୍ଚାୟତ ରେ ସ୍ୱାଗତିକା  ସୟଂସହାୟିକା ଗୋଷ୍ଠୀ ତରଫରୁ ପ୍ରାୟ ୩୦୦ରୁ ଉର୍ଦ୍ଧ୍ବ କାର୍ଡ ଧାରୀ ଙ୍କୁ ୨ମାସର ଚାଉଳ ଦେଇ ୩ମାସର ଦିଆଯାଇଛି ବୋଲି ଖାତାରେ ଉଲ୍ଲେଖ କରିଥିଲେ। ଏବଂ ୩୦ରୁ ଉର୍ଦ୍ଧ୍ବ ଲୋକ ଙ୍କୁ ୩ମାସର ଚାଉଳ ଇସ୍ୟୁ କରି ଆଦୌ ଚାଉଳ ନ ଦେଇ,ଚାଉଳ ଆସିଲେ ଦିଆଯିବ ବୋଲି କହିଥିଲେ। ଆଉ କିଛି ଲୋକଙ୍କୁ ଚାଉଳ ବଦଳରେ ୧୦୦୦ ଟଙ୍କା ଦିଆଯାଇଥିବା ଜଣାପଡିଛି । ତେବେ ହିତାଧିକାରୀମାନେ ଯୋଗାଣ ଅଧିକାରୀଙ୍କୁ ପଚାରିବାରୁ ୩ ମାସର ଚାଉଳ ଡିଲର୍ ଆଣି ସାରିଥିବା ଜଣାପଡିଥିଲା। ତେଣୁ ହିତାଧିକାରୀ ମାନେ ବିଭିନ୍ନ ମହଲରେ ଅଭିଯୋଗ କରି ନିରାଶ ହେବାପରେ  ପଞ୍ଚାୟତ ଆଗରେ  ଧାରଣା ରେ ବସିଥିଲେ। 

ଅଧିକ ପଢନ୍ତୁ  ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: