Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

"ଉତ୍ତର ଓଡିଶାର ଜିଲ୍ଲା ଗୁଡିକ ଅଧିକ ପ୍ରଭାବିତ ହେବ" - ମୃତ୍ୟୁଞ୍ଜୟ ମହାପାତ୍ର

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
"ଉତ୍ତର ଓଡିଶାର ଜିଲ୍ଲା ଗୁଡିକ ଅଧିକ ପ୍ରଭାବିତ ହେବ" - ମୃତ୍ୟୁଞ୍ଜୟ ମହାପାତ୍ର

ଅର୍ଗସ ବ୍ୟୁରୋ : ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ ଟି ଆଜି ସକାଳୁ ଅବପାତରେ ପରିଣତ ହୋଇଛି। ପାରାଦ୍ୱୀପ ପାଖରୁ 700 km ଦୂର ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀ ଭୁତ ଅଛି। ଏହା ଧୀରେ ଧୀରେ ଉତ୍ତର ପଶ୍ଚିମ ଦିଗରେ ଗତି କରି ଆସନ୍ତାକାଲି ବାତ୍ୟା ରୂପ ନେବ। 24 ତାରିଖ ସକାଳେ ଉତ୍ତର ବଙ୍ଗୋପ ସାଗରରେ ସିଭିଅର ସାଇକ୍ଲୋନ ରୂପ ନେଇପାରେ। ଏହା ପରେ ଉତ୍ତର ପଶ୍ଚିମ ଦିଗ ଗତି କରି ଓଡିଶା ଓ ପଶ୍ଚିମବଙ୍ଗ ମୁହାଁ ହେବ ପୁରୀ ଓ ସାଗର ଦ୍ୱୀପ ମଧ୍ୟରେ 24 ତାରିଖ ରାତି ଓ 25 ତାରିଖ ସକାଳ ସୁଦ୍ଧା ଅତିକ୍ରମ କରିବା ସମ୍ଭାବନା ଅଛି । ସେତେବେଳେ ପବନର ବେଗ 100 ରୁ 120 କମ ଘଣ୍ଟା ପ୍ରତି ରହିବ। ଏହି ପବନରେ ଗଛ ଉପୁଡି଼ବ,ଡାଳ ଭାଙ୍ଗିବ, ବିଦୁତ ଖୁଣ୍ଟ କ୍ଷତିଗ୍ରସ୍ତ ହୋଇପାରେ। ଚାଳ ଛପର ଓ ଦସ୍ତା ଘର କ୍ଷତିଗ୍ରସ୍ତ ହୋଇପାରେ ।  

ଅଧିକ ପଢନ୍ତୁ : ଲାଲ ଦେଖା ଗଲାଣି ଆକାଶ ,ଭୟଙ୍କର ରୂପ ନେବ ବାତ୍ୟା

23 ତାରିଖ ବର୍ଷା ଆରମ୍ଭ ହେବ, 24 ଓ 25ରେ ପ୍ରବଳ ବର୍ଷା ହେବ। ସବୁଠୁ ଅଧିକ ବର୍ଷା ହେବ ଉତ୍ତର ଓଡିଶା ଉପକୂଳରେ ସମ୍ଭାବନା ରହିଛି। କିଛି ଜିଲ୍ଲାରେ 20ରୁ 30 cm ବର୍ଷା ସମ୍ଭାବନା ରହିଛି। ତଳିଆ ଅଞ୍ଚଳ ଜଳମଗ୍ନ ହୋଇପାରେ । ସରକାରଙ୍କ ସମସ୍ତ ନିର୍ଦ୍ଦେଶ ସାଧାରଣ ଲୋକେ ପାଳନ କରିବା ଦରକାର। କୌଣସି ପ୍ରକାର ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ଉତ୍ତର ଓଡିଶାର ଜିଲ୍ଲା ଗୁଡିକ ଅଧିକ ପ୍ରଭାବିତ ହେବ। କେନ୍ଦ୍ରାପଡ଼ା,କଟକ,ଜଗତସିଂହପୁର,ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ ଅଧିକ କ୍ଷତିଗ୍ରସ୍ତ ହୋଇପାରେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
"Districts of North Odisha will be affected the most" - Muthananjaya Mohapatra | Argus News