Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଏପ୍ରିଲରେ ସବୁଠୁ ଅଧିକ ଥଣ୍ଡା ଦିନ

Odisha

ଏପ୍ରିଲରେ ସବୁଠୁ ଅଧିକ ଥଣ୍ଡା ଦିନ

Smruti Parija
Browse all articles by Smruti Parija
·2 years ago·1 min read
ଏପ୍ରିଲରେ ସବୁଠୁ ଅଧିକ ଥଣ୍ଡା ଦିନ

ଭୁବନେଶ୍ୱର: ଏପ୍ରିଲ ମାସରେ 24 ଡିଗ୍ରୀ ତାପମାତ୍ରା । ଆଜ୍ଞା ହଁ ବିଶ୍ୱାସ ହେଉନଥିଲେ ବି ସତ । ଟିଟଲାଗଡରେ ଗୁରୁବାର 24 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଗତ 2 ରୁ 3 ଦିନ ଧରି ରାଜ୍ୟରେ ତାପମାତ୍ରା ସ୍ୱାଭାବିକ ରହିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଗତ ୨୪ ଘଣ୍ଟାରେ ମେଘୁଆ ପାଗ ରହିଥିଲା । ତାତିରୁ ତ୍ରାହି ମିଳିଥିଲା । ୬୦ ବର୍ଷରେ ଗତକାଲି ଦୈନିକ  ତାପମାତ୍ର ସବୁଠୁ କମ୍ ଥିଲା । ଟିଟଲାଗଡରେ ସବୁଠୁ କମ୍ ୨୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ସମ୍ବଲପୁର ୨୫.୬ , ଅନୁଗୁଳ ୨୬.୭  ରେକର୍ଡ ହୋଇଛି । 

୧୯୨୧ ମସିହା ପରଠାରୁ ସବୁଠୁ କମ ତାପମାତ୍ରା ଗତକାଲି ଅନୁଗୁଳ, ଟିଟଲାଗଡ଼ରେ ରେକର୍ଡ ହୋଇଥିଲା । ଯାହାକି ସବୁଠୁ ଅଧିକ ଥଣ୍ଡା ଦିନ ବୋଲି କୁହାଯାଉଛି । ଆଗାମୀ ୫ ଦିନ ମଧ୍ୟରେ ରାଜ୍ୟରେ ୬ ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । 

ଗତ ୨୪ ଘଣ୍ଟାରେ ନୂଆପଡ଼ାରେ ସବୁଠୁ ଅଧିକ ୧୫.୬ ମିମି ବର୍ଷା ରେକର୍ଡ ହୋଇଛି । ଆଜି ଏବଂ  ଆଗାମୀ ୨୪ ଘଣ୍ଟାରେ ସମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଆସନ୍ତାକାଲିଠୁ ବର୍ଷା କମିବ । ଅତି ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୧୫ ଏବଂ ୧୬ ତାରିଖରୁ ଗ୍ରୀଷ୍ମ ପ୍ରବାହ ଜାରି ହେବ । କଟକ ନୟାଗଡ଼, ଅନୁଗୁଳ, କୋରାପୁଟ, ମୟୁରଭଞ୍ଜ, ମାଲକାନଗିରିରେ ତାପମାତ୍ରା ବଢିବ । ୧୭ ରୁ ୨୦ ତାରିଖ ମଧ୍ୟରେ କିଛି ସ୍ଥାନରେ ୪୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ପାଣିପାଗ ଖବର...
 

Sponsored
-in-the-month-of-april-24-degree-record-in-titlagarh | Argus News