Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଓଡ଼ିଆ ଝିଅ ଉପରେ କଂଗ୍ରେସର ଏତେ ରାଗ କାହିଁକି ?

Odisha

ଓଡ଼ିଆ ଝିଅ ଉପରେ କଂଗ୍ରେସର ଏତେ ରାଗ କାହିଁକି ?

Bikash Chandra Barik
Browse all articles by Bikash Chandra Barik
·1 year ago·3 min read
ଓଡ଼ିଆ ଝିଅ ଉପରେ କଂଗ୍ରେସର ଏତେ ରାଗ କାହିଁକି ?

Key Points

*କିଏ ରାଷ୍ଟ୍ରପତ୍ନୀ, କିଏ ଖରାପ ଦର୍ଶନ ପ୍ରତିନିଧି ଆଉ କିଏ ବିଚାରୀ ?

*ସାଧାରଣ ମହିଳାଙ୍କୁ ରାଷ୍ଟ୍ରପତି ଭାବେ ଗ୍ରହଣ କରିପାରୁନି କଂଗ୍ରେସ

*ଦ୍ରୌପଦୀ ମୁର୍ମୁଙ୍କୁ ଆରମ୍ଭରୁ ବଦନାମ ପାଇଁ କରିଚାଲିଛି ଷଡ଼ଯନ୍ତ୍ର

*ଦୁଇ ବର୍ଷ ତଳେ ଅଜୟ କୁମାର କହିଥିଲେ ଖରାପ ବିଚାରଧାରାର ପ୍ରତିନିଧି ଦ୍ରୌପଦୀ

*2022ରେ ମହାମହିମଙ୍କୁ ରାଷ୍ଟ୍ରପତ୍ନୀ କହିଥିଲେ ଅଧୀର ରଞ୍ଜନ ଚୌଧୁରୀ

*ଆଉ ଏବେ ସୋନିଆ କହିଲେ ବିଚାରୀ ମହିଳା ....

ଅର୍ଗସ ବ୍ୟୁରୋ: ସାମନ୍ତବାଦୀ ପରିବାର ସାଧାରଣ ମଣିଷଙ୍କୁ ଗ୍ରହଣ କରିପାରୁ ନାହାଁନ୍ତି । ପରିବାରବାଦରେ ବିଶ୍ୱାସ କରୁଥିବା ଗାନ୍ଧୀ ପରିବାର କୌଣସି ସାଭିମାନୀ ମଣିଷଙ୍କୁ ସିଂହାସନରେ ଦେଖିଲେ ସହ୍ୟ କରିପାରୁ ନାହାଁନ୍ତି । ଯେତେବେଳେ ଦେଶରେ ପ୍ରଥମ ଥର ପାଇଁ ଜଣେ ଆଦିବାସୀ ମହିଳାଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ କରିଥିଲା ସେତେବେଳେ ହାତ ଦଳର ଦେହରେ ଏକଥା ଯାଇନଥିଲା ।


ଆଉ ସେଇଥିପାଇଁ 2022 ମସିହାରେ ଝାରଖଣ୍ଡରେ ଭାଷଣ ଦେଉ ଦେଉ କଂଗ୍ରେସ ନେତା ଅଜୟ କୁମାର ଦ୍ରୌପଦୀ ମୁର୍ମୁଙ୍କୁ କହିବାକୁ ଭୁଲିନ ଥିଲେ ଏଭିଲ ଫିଲୋସପି ଅଫ୍ ଇଣ୍ଡିଆ । ଅର୍ଥାତ ଖରାପ ଦର୍ଶନର ପ୍ରତିନିଧି । ସେହିପରି କଂଗ୍ରେସର ପୂର୍ବତନ ସଂସଦୀୟ ଦଳ ନେତା ତଥା ସାସଂଦ ଅଧିର ରଞ୍ଜନ ଚୌଧୁରୀ ମଧ୍ୟ ରାଷ୍ଟ୍ରପତିଙ୍କୁ ଅପମାନିତ କରିବାକୁ ପଛାଇ ନଥିଲେ । ସଂସଦରେ ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତ୍ନୀ କହି ହରଡ ଘଣାରେ ଫସିଥିଲେ ।


ଆଉ ଏବେ ସ୍ୱଂୟ ଦଳର ହାଇକମାଣ୍ଡ ଇନ୍ ଚିଫ୍ ସୋନିଆ ଗାନ୍ଧୀ ବିଚାରୀ କହିବାକୁ ପଛାଇ ନାହାଁନ୍ତି । କଂଗ୍ରେସର ସାମନ୍ତବାଦୀ ମାନସିକତା, ସେମାନଙ୍କ ଅହଂକାର ଏବଂ ଅନୁସୂଚିତ ଜନଜାତି ସମ୍ପ୍ରଦାୟରୁ ଆସିଥିବା ରାଷ୍ଟ୍ରପତିଙ୍କ ପ୍ରତି ସେମାନଙ୍କର ନିରାଶାକୁ ପ୍ରତିଫଳିତ କରୁଛି । କଂଗ୍ରେସର ଚିନ୍ତାଧାରା ସବୁବେଳେ ଏସସି-ଏସଟି-ଓବିସି ବିରୋଧୀ ରହିଆସିଛି । ପୁଣି ଥରେ କଂଗ୍ରେସ ସେହି ମାନସିକତାର ପରିଚୟ ଦେଇଛି । ଦେଶର ସର୍ବୋଚ୍ଚ ପଦବୀରେ ରହିଥିବା ଦଳିତ, ଅବହେଳିତ ଓ ପଛୁଆ ସମ୍ପ୍ରଦାୟର ଲୋକମାନଙ୍କୁ କଂଗ୍ରେସ ନେତାମାନେ କେବେ ବି ବରଦାସ୍ତ କରିପାରିବେ ନାହିଁ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୧୯୭୫ ଜୁନ୍ ୧୨ରେ ଆହ୍ଲାବାଦ୍ ହାଇକୋର୍ଟ ଏକ ମାମଲାର ବିଚାର କରି ରାୟବରେଲୀ ଲୋକସଭା ଆସନରୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ବିଜୟକୁ ଅବୈଧ ଘୋଷିତ କରିଥିଲେ । ଏହାସହ 6 ବର୍ଷ ନିର୍ବାଚନ ଲଢିବା ଉପରେ ପ୍ରତିବନ୍ଧକ ଲଗାଇ ଦେଇଥିଲେ । ଏହାକୁ ନେଇ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ ଇନ୍ଦିରା । ସେଠାରେ କେବଳ ପ୍ରଧାନମନ୍ତ୍ରୀ ପଦ କାଏମ ରହିବା ନେଇ କୋର୍ଟ କହିଥିଲେ । ଆଉ ଏହା ହିଁ ଥିଲା ଏମରଜେନ୍ସିର ପୃଷ୍ଠଭୂମି । ଏମରଜେନ୍ସି ଘୋଷଣା ଜୁନ 25ରେ କରାଯାଇଥିଲା ହେଲେ ଏହାର ବ୍ଲୁପ୍ରିଣ୍ଟ 12 ଜାନୁଆରୀରୁ ପ୍ରସ୍ତୁତ କରାଯାଇଥିଲା ।


ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରୁଥିବା ଜୟପ୍ରକାଶ ନାରାୟଣ , ଜର୍ଜ ଫର୍ଣ୍ଣାଣ୍ଡିସ୍, ମୋରାରଜୀ ଦେଶାଇ, ଅଟଳ ବିହାରୀ ବାଜପେୟୀ, ଲାଲ କୃଷ୍ଣ ଆଡଭାନୀ, ଶରଦ ଯାଦବ, ଲାଲୁ ପ୍ରସାଦ ଯାଦବ, ମୁଲାୟମ ସିଂଙ୍କ ଭଳି ସମସ୍ତ ବିରୋଧୀଦଳଙ୍କୁ କାରାଗାରରେ ରଖାଯାଇଥିଲା । 


ଜରୁରୀକାଳୀନ ପରିସ୍ଥିତିରେ ପାଖାପାଖି 1 ଲକ୍ଷ 10 ହଜାର ଲୋକଙ୍କୁ ଗିରଫ କରାଯାଇ ଜେଲରେ ରଖାଯାଇଥିଲା । ଆଉ ଯେତେବେଳେ ଦେଶର ମହାମହିମ ରାଷ୍ଟ୍ରପତି ଚଳିତ ବଜେଟ ଅଧିବେଶନ ପୂର୍ବରୁ ଗୃହରେ ଅଭିଭାବଷଣ ରଖିଥିଲେ, ସେତେବେଳେ ଇନ୍ଦିରାଙ୍କ ଏମରେଜେନ୍ସିକୁ ଦେଶ ଭୋଗିଥିବା କାରାଗାର ସହ ତୁଳନା କରିଥିଲେ । ଯାହା କଂଗ୍ରେସ ଦେହରେ ଯାଇନଥିଲା ।ବାହାରେ ଆସି ଦେଶର ରାଷ୍ଟ୍ରପତିଙ୍କୁ ବିଚାରୀ କହିବାକୁ ପଛାଇ ନଥିଲେ ମାଆ ସୋନିଆ ଏବଂ ପୁତ୍ର ରାହୁଲ ।


ଥରେ ନୁହେଁ ଅନେକ ଥର ଘଟୁଛି । ତାହା ପୁଣି ଗୋଟିଏ ଦଳ ଦ୍ୱାରା । ଅଭିଯୋଗ ଉଠୁଛି କାଠ ପୁତଲି ସଜାଇ କ୍ଷମତାକୁ ଉପଭୋଗ କରୁଥିବା କଂଗ୍ରେସ ସାଧାରଣ ଲୋକଙ୍କୁ ବଡ଼ ଆସନରେ ଦେଖିଲେ ସହି ପାରୁନି । ଓଡ଼ିଆ ଝିଅ ମହାମହିମ ହେବା କଂଗ୍ରେସ ଦେହରେ ଯାଉନି । ସେଥିପାଇଁ ବାରମ୍ବାର ଦେଶର ପ୍ରଥମ ମହିଳାଙ୍କୁ କରାଯାଉଛି ଅପମାନିତ...

   


Sponsored
Indian National Congress Leaders Taunt At President Droupadi Murmu Triggers Anger | Argus News