Videos
|
Odisha

Food Stall Raid / କଟକ ବାଲିଯାତ୍ରାରେ ସ୍ୱାସ୍ଥ୍ୟ ବିଭାଗ ଓ CMCର ମିଳିତ ରେଡ୍

Rashmita Mishra
Browse all articles by Rashmita Mishra
·Published on: 29 Nov 2026, 10:42:49 IST·2 min read
କଟକ ବାଲିଯାତ୍ରାରେ ସ୍ୱାସ୍ଥ୍ୟ ବିଭାଗ ଓ CMCର ମିଳିତ ରେଡ୍
Food Stall Raid

Key Points

କଟକ ବାଲିଯାତ୍ରାରେ ସ୍ୱାସ୍ଥ୍ୟ ବିଭାଗ ଓ CMCର ମିଳିତ ରେଡ୍
ବାସି ଖାଦ୍ୟ, ମସଲା ଓ ବ୍ୟବହୃତ ରଙ୍ଗ ଯାଞ୍ଚ
ବାଲିଯାତ୍ରା ଖାଦ୍ୟ ଷ୍ଟଲରେ ଅଚାନକ ଚଢ଼ାଉ
ବାସି ସାମଗ୍ରୀ ଜବତ ଓ ନଷ୍ଟ, ବ୍ୟବସାୟୀଙ୍କୁ କଡ଼ା ଚେତାବନୀ
କଟକ ବାଲିଯାତ୍ରାରେ ଖାଦ୍ୟ ସୁରକ୍ଷାକୁ ନେଇ ପ୍ରଶାସନର କଡ଼ା ଆଭିମୁଖ୍ୟ । ମେଳାକୁ ପ୍ରତିଦିନ ହଜାର ହଜାର ଲୋକଙ୍କ ଆଗମନ ହେଉଥିବା ବେଳେ ଖାଦ୍ୟର ମାନ ଓ ପରିଚ୍ଛନ୍ନତା ବଜାୟ ରଖିବାକୁ ତତ୍ପର ହୋଇଛି କଟକ ମହାନଗର ନିଗମ (CMC) ଓ ସ୍ୱାସ୍ଥ୍ୟ ବିଭାଗ । ଏଥିପାଇଁ ବାଲିଯାତ୍ରା ପଡ଼ିଆରେ ଥିବା ବିଭିନ୍ନ ଖାଦ୍ୟ ଷ୍ଟଲରେ ଚଢ଼ାଉ କରାଯାଇ ଖାଦ୍ୟ ସାମଗ୍ରୀର ଗୁଣବତ୍ତା ଯାଞ୍ଚ କରାଯାଉଛି ।

ଚଢ଼ାଉ ସମୟରେ ସ୍ୱାସ୍ଥ୍ୟ ବିଭାଗର ଟିମ୍ ବିଶେଷ କରି ବାସି ଖାଦ୍ୟ, ମସଲା ଏବଂ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହୃତ ରଙ୍ଗ ଉପରେ ନଜର ରଖିଛି । ଖାଦ୍ୟରେ କୌଣସି ନିଷିଦ୍ଧ କିମ୍ବା କ୍ଷତିକାରକ ରଙ୍ଗ ବ୍ୟବହାର ହେଉଛି କି ନାହିଁ, ତାହା ଯାଞ୍ଚ କରାଯାଉଛି । ଏହାସହ ଖାଦ୍ୟ ସାମଗ୍ରୀ କେତେ ତାଜା ରହିଛି, ରୋଷେଇ ସ୍ଥାନର ପରିବେଶ କିପରି ଅଛି ଏବଂ ଖାଦ୍ୟ ପ୍ରସ୍ତୁତି ସମୟରେ ସ୍ୱଚ୍ଛତା ନିୟମ ପାଳନ କରାଯାଉଛି କି ନାହିଁ, ସେସବୁ ଦିଗକୁ ଗୁରୁତ୍ୱ ଦିଆଯାଉଛି ।

ବାଲିଯାତ୍ରାର ବିଭିନ୍ନ ଖାଦ୍ୟ ଜୋନ୍‌ରେ ଥିବା ଷ୍ଟଲଗୁଡ଼ିକୁ ନିୟମିତ ଯାଞ୍ଚ କରିବା ସହ ଖାଦ୍ୟ ବ୍ୟବସାୟୀଙ୍କୁ ସ୍ୱଚ୍ଛତା ବଜାୟ ରଖିବାକୁ ତାଗିଦ୍ କରାଯାଉଛି । ବାସି ଖାଦ୍ୟ ବିକ୍ରି, ଅସୁରକ୍ଷିତ ମସଲା ବ୍ୟବହାର, ଅନୁମତି ବିହୀନ ରଙ୍ଗର ପ୍ରୟୋଗ ଏବଂ ଅପରିଚ୍ଛନ୍ନ ପରିବେଶରେ ଖାଦ୍ୟ ପ୍ରସ୍ତୁତି ଭଳି ଅନିୟମିତତାକୁ ଗୁରୁତ୍ୱର ସହ ନିଆଯାଉଛି ।

ପ୍ରଶାସନ ପକ୍ଷରୁ ଷ୍ଟଲ୍ ମାଲିକମାନଙ୍କୁ ସ୍ପଷ୍ଟ ଚେତାବନୀ ଦିଆଯାଇଛି ଯେ, ଖାଦ୍ୟ ସୁରକ୍ଷା ନିୟମ ଉଲ୍ଲଂଘନ କଲେ କେବଳ ଜରିମାନା ନୁହେଁ, ଆବଶ୍ୟକ ପଡ଼ିଲେ ଷ୍ଟଲ୍ ସିଲ୍ କରିବା ସହ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ ।

ପଢନ୍ତୁ ଏହି ଖବର: କୋଡ୍‌ୱାର୍ଡରେ ଚାଲିଥିଲା ବ୍ରାଉନସୁଗାର କାରବାର, ମାଡ଼ିବସିଲା ଅବକାରୀ ବିଭାଗ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଐତିହାସିକ ବାଲିଯାତ୍ରାରେ ଖାଦ୍ୟର ମଜା ନେବାକୁ ଦୂରଦୂରାନ୍ତରୁ ଲୋକଙ୍କ ଭିଡ଼ ଜମୁଥିବାରୁ କୌଣସି ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ଯେପରି ସୃଷ୍ଟି ନହୁଏ, ସେଥିପ୍ରତି ପ୍ରଶାସନ ସତର୍କ ରହିଛି । ତେବେ ଏହି ଯାଞ୍ଚ ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବା ସହ ମେଳାକୁ ଆସୁଥିବା ଦର୍ଶକଙ୍କୁ ସୁରକ୍ଷିତ ଓ ଗୁଣାତ୍ମକ ଖାଦ୍ୟ ଯୋଗାଇବା ଉପରେ ଜୋର୍ ଦିଆଯାଉଛି ।