Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

`ଓଡ଼ିଶାରେ ନଦୀ ଜଳମାର୍ଗର ବିକାଶ ପାଇଁ ହୋଇଛି ଦୀର୍ଘମିଆଦୀ ଯୋଜନା'

Ritu Das
Browse all articles by Ritu Das
·1 year ago·2 min read
`ଓଡ଼ିଶାରେ ନଦୀ ଜଳମାର୍ଗର ବିକାଶ ପାଇଁ ହୋଇଛି ଦୀର୍ଘମିଆଦୀ ଯୋଜନା'

Key Points

•    ପାରାଦୀପ ବନ୍ଦର ହେବ ଅତ୍ୟାଧୁନିକ ବନ୍ଦର, ପୁରୀରେ କ୍ରୁଜ ଟର୍ମିନାଲର ନିର୍ମାଣ, ସାମୁଦ୍ରିକ ସାମଗ୍ରୀ ବାହାରକୁ ରପ୍ତାନୀ କରିବା ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
•    ଜାତୀୟ ଜଳମାର୍ଗ ୫ର ତ୍ୱରିତ ବିକାଶ ତଥା ତାଳଚେର, ପାରାଦୀପ ଏବଂ ଧାମରା ବନ୍ଦର ସହ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ାର ସଂଯୋଗୀକରଣ ଉପରେ ଫଳପ୍ରଦ ଆଲୋଚନା
•    ଜାହାଜ ଶିଳ୍ପରେ କାମ କରୁଥିବା ଯୁବକ ଯୁବତୀମାନଙ୍କୁ ସ୍କିଲି, ରି-ସ୍କିଲିଂ ଏବଂ ଅପ ସ୍କିଲିଂ 
•    ରାଜ୍ୟରେ ବନ୍ଦର ଆଧାରିତ ଅର୍ଥନୀତିର ବିକାଶ କରିବା ମୋଦୀ ସରକାରର ଲକ୍ଷ୍ୟ
•    ଏହି ସବୁ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବାରୁ କେନ୍ଦ୍ରମନ୍ତ୍ରୀ ସୋନଓ୍ୱାଲଙ୍କୁ ଧନ୍ୟବାଦ 
 

ଅର୍ଗସ ବ୍ୟୁରୋ: ଓଡ଼ିଶାରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ବନ୍ଦର, ନଦୀ ଜଳମାର୍ଗ ସମୂହର ବିକାଶ ପାଇଁ କ୍ରିୟାନ୍ୱୟନ ହେଉଥିବା ପ୍ରକଳ୍ପ ଏବଂ ଆଗାମୀ ଦିନର ଯୋଜନା ସମ୍ପର୍କରେ ମଙ୍ଗଳବାର ନୂଆଦିଲ୍ଲୀ ଠାରେ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନଓ୍ୱାଲଙ୍କ ସହ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଓଡ଼ିଶାର ବିଜେପି ସାଂସଦମାନେ ବିସ୍ତୁତ ଭାବେ ଆଲୋଚନା କରିଛନ୍ତି । 

ଏ ସମ୍ପର୍କରେ  ଶ୍ରୀ  ପ୍ରଧାନ ସୂଚନା ଦେଇଛନ୍ତି ଯେ “ପୂର୍ବୋଦୟ” ମିଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଳ୍ପନାରେ ଓଡ଼ିଶାର ସାମଗ୍ରିକ ବିକାଶ ବିଶେଷ ଭାବରେ ପାରାଦୀପ ବନ୍ଦରକୁ ଅତ୍ୟାଧୁନିକ ବନ୍ଦରରେ ପରିଣତ କରିବା ପାଇଁ ଡବଲ ଇଞ୍ଜିନ ସରକାର ବଦ୍ଧ ପରିକର । ଆଜିର ବୈଠକରେ ଓଡ଼ିଶାରେ ବନ୍ଦର ଗୁଡିକର ତ୍ୱରିତ ବିକାଶ ପାଇଁ ଆଲୋଚନା ହୋଇଛି । ସେହିପରି  ପୁରୀରେ କ୍ରୁଜ ଟର୍ମିନାଲର ନିର୍ମାଣ, ମତ୍ସ୍ୟ ବିଭାଗ ସହ ମିଶି ରାଜ୍ୟ ଓ ଦେଶ ବାହାରକୁ ସାମୁଦ୍ରିକ ସାମଗ୍ରୀର ରପ୍ତାନୀ କରିବା ତଥା ମତ୍ସ୍ୟଜୀବୀଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ଦିଗରେ ବିସ୍ତୁତ ଆଲୋଚନା ହୋଇଛି । ନଦୀ ଜଳମାର୍ଗର ବିକାଶ ପାଇଁ ଦୀର୍ଘମୀଆଦି ଯୋଜନା ନେଇ ଡିପିଆର ପ୍ରସ୍ତୁତ ହୋଇଥିବା ମନ୍ତ୍ରୀ ଅବଗତ କରାଇଛନ୍ତି । ଆଜିର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ସାଗରମାଳା ପ୍ରକଳ୍ପ ସହ ଜାତୀୟ ଜଳମାର୍ଗ ୫ର ତ୍ୱରିତ ବିକାଶ ତଥା ବିଭିନ୍ନ ପର୍ଯ୍ୟାୟରେ ତାଳଚେର, ପାରାଦୀପ ଏବଂ ଧାମରା ବନ୍ଦର ସହ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ାର ସଂଯୋଗୀକରଣ ଉପରେ ଫଳପ୍ରଦ ଆଲୋଚନା ହୋଇଛି ।  

ଓଡ଼ିଶାରେ ଜାହାଜ ଶିଳ୍ପରେ କାମ କରୁଥିବା ଯୁବକ ଯୁବତୀମାନଙ୍କୁ ସ୍କିଲି, ରି-ସ୍କିଲିଂ ଏବଂ ଅପ ସ୍କିଲିଂ ତଥା ଦକ୍ଷ କରିବା ଉପରେ ମଧ୍ୟ ବୈଠକରେ ଚର୍ଚ୍ଚା ହୋଇଛି । ଓଡ଼ିଶାରେ ସାମୁଦ୍ରିକ କ୍ଷେତ୍ରରେ ଥିବା ଅପାର ସମ୍ଭାବନାକୁ ଉପଯୋଗ କରି ଏହାର ସାମଗ୍ରିକ ଓ ସ୍ଥାୟୀ ବିକାଶ ମାଧ୍ୟମରେ ରାଜ୍ୟରେ ବନ୍ଦର ଆଧାରିତ ଅର୍ଥନୀତିର ବିକାଶ କରିବା ଡବଲ ଇଞ୍ଜିନ ସରକାର ଲକ୍ଷ୍ୟ । ଓଡ଼ିଶାରେ ଏହି ସବୁ କାର୍ଯ୍ୟକୁ ଗୁରୁତର ସହ ନେଇ ତ୍ୱରାନ୍ୱିତ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବାରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ସୋନଓ୍ୱାଲଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି । 
ଏ ବୈଠକ ସମ୍ପର୍କରେ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଓଡ଼ିଶାର ପାରାଦୀପ ବନ୍ଦର ଦେଶର ସବୁଠୁ ବୃହତ୍ତମ ବନ୍ଦର ହୋଇସାରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଳ୍ପନାରେ ପାରାଦୀପ ବନ୍ଦରର ସାମଗ୍ରିକ ବିକାଶ, ଭାରତ ସରକାର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଭାରତୀୟ ଜଳମାର୍ଗର ବିକାଶ ନେଇ କଣ ଯୋଜନା କରିହେବ, ସେ ସମ୍ପର୍କରେ ଓଡ଼ିଶାର ସାଂସଦମାନଙ୍କ ସହ ଆଲୋଚନା ହୋଇଥିବା ସେ କହିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ଅବସରରେ ଓଡ଼ିଶାର ସାଂସଦମାନେ ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ଉତ୍କର୍ଷ ଉତ୍କଳ ନିବେଶ ସମ୍ମିଳନୀରେ ସାମିଲ ହେବା ପାଇଁ ମନ୍ତ୍ରଣାଳୟର ସଚିବ ଓ ଅନ୍ୟାନ୍ୟ ଷ୍ଟେକହୋଲଡର, ନିବେଶକ ମାନଙ୍କୁ ପଠାଇବା ପାଇଁ ବିଭାଗୀୟ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲେ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Sponsored
``Long term plan | Argus News