Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - `ମୋ ପୋଖରୀ' କାମରେ ବଡ଼ ଘୋଟାଲା

Odisha

`ମୋ ପୋଖରୀ' କାମରେ ବଡ଼ ଘୋଟାଲା

Banajyotshna Ray
Browse all articles by Banajyotshna Ray
·1 year ago·1 min read
`ମୋ ପୋଖରୀ' କାମରେ ବଡ଼ ଘୋଟାଲା

ଅର୍ଗସ ବ୍ୟୁରୋ:  ମନରେଗା ରେ ମହା ଦୁର୍ନୀତି l କାମ ନ କରି ଲକ୍ଷାଧିକ ଟଙ୍କା ହଡ଼ପ ଅଭିଯୋଗ l ପୋଖରୀ ଉନ୍ନତି କରଣ ନାଁ ରେ ଟଙ୍କା ଚଳୁ l  ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଲାଞ୍ଜି ପଞ୍ଚାୟତ ଉପରପିଟା ଗାଁରୁ ଆସିଛି ମନରେଗାରେ ମହା ଦୁର୍ନୀତି ର ଅଭିଯୋଗ l ଗାଁରେ ଥିବା ତେନ୍ତୁଳିବନ୍ଧ ପୋଖରୀ ରେ 2023-24 ଆର୍ଥିକ ବର୍ଷରେ ପୋଖରୀ ଉନ୍ନତି କରଣ ନାଁ ରେ 3 ଲକ୍ଷ ଟଙ୍କା ଉଠାଣ ହୋଇଛି l ମାତ୍ର ପୋଖରୀ ରେ କିଛି କାମ ହୋଇ ନ ଥିବା ବେଳେ କାମ ନେଇ କୌଣସି ସୂଚନା ଫଳକ ବି ନାହିଁ l ଏପରିକି ପୋଖରୀରୁ ମାଟି ଗଣ୍ଡାଏବି ଉଠି ନାହିଁ କି ଅନ୍ୟ କିଛି କାମ ହୋଇ ନଥିବା କହିଛନ୍ତି ସ୍ଥାନୀୟ ଲୋକେ  l

ମରାମତି ଅଭାବରୁ ପୋଖରୀ ଚତୁଃପାର୍ଶ୍ବ ଅନାବନା ଗଛ ଲତାରେ ଜଙ୍ଗଲ ପାଲଟିଛି l ଫଳରେ ଏହାକୁ ଲୋକେ ବ୍ୟବହାର ପାଇଁ ଡରୁଛନ୍ତି। ଏପଟେ ଖଡ଼ିଆଳ ବ୍ଲକ ଏପିଓଙ୍କ ମନମୁଖି ଯୋଗୁଁ ମନରେଗା ଯୋଜନା ବାଟବଣା ବୋଲି ଅଭିଯୋଗ ହୋଇଛି l  ପୋଖରୀ ଉନ୍ନତି କରଣ ବାବଦକୁ ଆସିଥିବା ଟଙ୍କା ଅନ୍ୟ ଗାଁ ଲୋକଙ୍କ ଆକାଉଣ୍ଟ କୁ ଯାଇଛି  ବୋଲି ଅଭିଯୋଗ ହୋଇଛି। ପୋଖରୀରୁ ମାଟି ଖଣ୍ଡେ ଉଠିନି କିନ୍ତୁ ଏକାଉଣ୍ଟରୁ ଉଠିଛି ଲକ୍ଷାଧିକ ଟଙ୍କା । ଗାଁଲୋକ ମନରେଗାରେ କାମ ଖୋଜୁଥିବା ବେଳେ ଦୁର୍ନୀତିଖୋର ଅଫିସରଙ୍କ ରାଜ ଯୋଗୁଁ ମନରେଗାରେ ଥମୁନି ଦୁର୍ନୀତି l

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
`Mo Pokhari'' is a big scam at work | Argus News