"ଆଜିର ସରକାରରେ କୌଣସି ଅପରାଧୀ କୁ ଘଣ୍ଟ ଘୋଉଡ଼ାଯିବ ନାହିଁ"-ଆଇନମନ୍ତ୍ରୀ
·1 year ago·1 min read

ଅର୍ଗସ ବ୍ୟୁରୋ : ଆଜିର ସରକାରରେ କୌଣସି ଅପରାଧୀ କୁ ଘଣ୍ଟ ଘୋଉଡ଼ାଯିବ ନାହିଁ, ଏହା ପୂର୍ବ ସରକାର ରେ ହେଉଥିଲା । ମହିଳା ମାନଙ୍କ ସହିତ ହେଉଥିବା ଅପରାଧ କିଭଳି ଅଧିକ ଦଣ୍ଡ ବିଧାନ ହେବ । ସରକାର ସେ ନେଇ ନିଜେ ତଦାରଖ କରିବେ । ଅତୀତ ରେ ମହିଳାଙ୍କ ପ୍ରତି ଅତ୍ୟାଚାରର ଦଣ୍ଡ ବିଧାନ ହାର ସର୍ବ ଭାରତୀୟ ସ୍ଥରରେ କମ ରହିଛି । ଆଗାମୀ ଦିନ ରେ ସରାକର ଉଚ୍ଚ ନ୍ୟାୟାଳୟ କୁ ଅନୁରୋଧ କରିବାକୁ ଯାଉଛନ୍ତି, ରାଜ୍ୟ ରେ 4 ଟି ମହିଳା ସଂକ୍ରାନ୍ତୀୟ କୋର୍ଟ କରାଯିବ ।
ଅଧିକ ପଢନ୍ତୁ : ୧୧ରେ ଶପଥ ନେବେ ନୂଆ ସିଜେଆଇ ସଞ୍ଜୀବ ଖାନା
ଫାଷ୍ଟ ଟ୍ରାକ କୋର୍ଟ କରାଯିବ, ଯଉଁଥିରେ ମହିଳା ସଂକ୍ରାନ୍ତୀୟ ଅପରାଧ କେଶ ଗୁଡିକ ର ବିଚାର କରାଯିବ । କେଶ ଗୁଡିକର ଓକିଲ ମଧ୍ୟ ମହିଳା ରହିବେ । ଯେଉଁଥିରେ ପୀଡିତା ମହିଳା ଙ୍କୁ କୌଣସି ଅସୁବିଧା ର ସମୁଖୀନ ହେବାକୁ ପଡିବ ନାହିଁ, ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: