Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଘରେ ହିତାଧିକାରୀଙ୍କ ପାଖରେ ପହଞ୍ଚିବ "ସୁଭଦ୍ରା" ଆବେଦନ ଫର୍ମ

Odisha

ଘରେ ହିତାଧିକାରୀଙ୍କ ପାଖରେ ପହଞ୍ଚିବ "ସୁଭଦ୍ରା" ଆବେଦନ ଫର୍ମ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଘରେ ହିତାଧିକାରୀଙ୍କ ପାଖରେ ପହଞ୍ଚିବ "ସୁଭଦ୍ରା" ଆବେଦନ ଫର୍ମ

ଅର୍ଗସ ବ୍ୟୁରୋ : ଗତ ସାଧାରଣ ନିର୍ବାଚନ ସମୟରେ ଲୋକଙ୍କୁ ଦେଇଥିବା ଇସ୍ତାହାର କୁ ଗୋଟି ଗୋଟି କରି କାର୍ଯ୍ୟକାରୀ କରିଛନ୍ତି ବିଜେପି ସରକାର। ପ୍ରଥମେ ଧାନର  ଦର ବୃଦ୍ଧି, ୮୦ବର୍ଷୀୟ ବୃଦ୍ଧା ବୃଦ୍ଧ ଙ୍କୁ ମାସିକ ୩୫୦୦ ଟଙ୍କା ଭତ୍ତା ଘୋଷଣା କଲେ।  ରାଜ୍ୟରେ ର ମହିଳା ଙ୍କ ପାଇଁ  ବିଜେପି ସରକାର ଲାଗୁ କଲେ ନୂଆ  ସୁଭଦ୍ରା ଯୋଜନା ।ଏହି ଯୋଜନା ରେ ୨୧ବର୍ଷ ୬୦ ବର୍ଷୀୟ ମହିଳା ଙ୍କୁ ବାର୍ଷିକ ୫୦ହଜାର ଟଙ୍କାର ସହାୟତା ବ୍ୟବସ୍ଥା କରିଛନ୍ତି  ନୂଆ ବିଜେପି ସରକାର।ଏହି ଯୋଜନା ନେଇ କ୍ୟାବିନେଟ ପାସ ହେବାପରେ।ଏବେ ଯୋଜନାର ହିତାଧିକାରଙ୍କ ନିକଟରେ ଆବେଦନ ଫର୍ମ ପହଞ୍ଚାଇବା ପାଇଁ ଆରମ୍ଭ ହୋଇଛି ପ୍ରୟାସ।

ଅଧିକ ପଢନ୍ତୁ : ଆସିଲା 'ସୁଭଦ୍ରା'ର ଫାଇନାଲ ଗାଇଡଲାଇନ , ଏହିମାନେ କରିପାରିବେ ଆବେଦନ

ଏଥି ପାଇଁ ପ୍ରତି ବ୍ଲକ ରେ ଅଙ୍ଗନ ବାଡ଼ି କର୍ମୀ ଙ୍କ ଜରିଆରେ ପ୍ରତି ଘର ଘର କୁ ଆବେଦନ ଫର୍ମ ପହଞ୍ଚିବ । ଆଜି ବୋରିଗୁମ୍ମା ବ୍ଲକ ରେ  ସମସ୍ତ ଅଙ୍ଗନବାଡି କର୍ମୀ ଙ୍କୁ ତାଲିମ ପ୍ରଦାନ ପରେ ଆବେଦନ ଫର୍ମ ବଣ୍ଟନ କରିଛନ୍ତି । ସମନ୍ନିତ ଶିଶୁବିକାଶ ଯୋଜନାର ଅଧିକାରିଣୀ ଗାୟତ୍ରୀ ବାହିନୀ ପତି। ବୋରିଗୁମ୍ମା ବ୍ଲକ ରେ ମୋଟ  ୪୬ ହଜାର  ଟି ଆବେଦନ ଫର୍ମ ଆସିଛି।ବ୍ଲକର ୩୩୪ ଟି ଅଙ୍ଗନ ବାଡ଼ି କେନ୍ଦ୍ରର  କର୍ମୀଙ୍କ ଜରିଆରେ ସମସ୍ତ  ଆବେଦନ ଫର୍ମ  ଘର କୁ ଘର ବଣ୍ଟନ ହେବ। ସରକାରୀ ଗାଇଡ଼ ଲାଇନ ଅନୁଯାଇ ଫର୍ମ ବଣ୍ଟନ କରିବେ ସମସ୍ତ ଅଙ୍ଗନ ବାଡ଼ି କର୍ମୀ। ଆବେଦନ ଫର୍ମ ପାଇବା ପରେ  ମହିଳା ମାନେ ସହାୟତା କେନ୍ଦ୍ର କିମ୍ବା ଆଧାର କେନ୍ଦ୍ର କୁ ଯାଇ ଏହି ଯୋଜନା ରେ  ଆବେଦନ କରିପାରିବେ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
"Subhadra" application form will reach the beneficiary at home | Argus News