|
logo
Live

Argus News - "ଓରଜିନାଲ୍ ରତ୍ନଭଣ୍ଡାର ଚାବିକୁ ସମୁଦ୍ରରେ ଫିଙ୍ଗି ଦେଇଛନ୍ତି ତତ୍କାଳୀନ ଜିଲ୍ଲାପାଳ"- ଜଗନ୍ନାଥ ସ୍ୱାଇଁ ମହାପାତ୍ର

Odisha

"ଓରଜିନାଲ୍ ରତ୍ନଭଣ୍ଡାର ଚାବିକୁ ସମୁଦ୍ରରେ ଫିଙ୍ଗି ଦେଇଛନ୍ତି ତତ୍କାଳୀନ ଜିଲ୍ଲାପାଳ"- ଜଗନ୍ନାଥ ସ୍ୱାଇଁ ମହାପାତ୍ର

Swayangprajna Mishra
Browse all articles by Swayangprajna Mishra
·1 year ago
"ଓରଜିନାଲ୍ ରତ୍ନଭଣ୍ଡାର ଚାବିକୁ ସମୁଦ୍ରରେ ଫିଙ୍ଗି ଦେଇଛନ୍ତି ତତ୍କାଳୀନ ଜିଲ୍ଲାପାଳ"- ଜଗନ୍ନାଥ ସ୍ୱାଇଁ ମହାପାତ୍ର

ଅର୍ଗସ ବ୍ୟୁରୋ : ରତ୍ନଭଣ୍ଡାରର ଡୁପ୍ଲିକେଟ୍ ଚାବି ପ୍ରସଙ୍ଗରେ ବଡ଼ ବୟାନ। ମହାପ୍ରଭୁଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ରଙ୍କ ପ୍ରତିକ୍ରିୟା। ଓରଜିନାଲ୍ ଚାବିକୁ ସମୁଦ୍ରରେ ଫିଙ୍ଗି ଦେଇଛନ୍ତି ତତ୍କାଳୀନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରବାଲ୍। ରତ୍ନ ଲୁଟ୍ ଜଣାପଡିଯିବା ଭୟରେ ଓରଜିନାଲ୍ ଚାବିକୁ ସମୁଦ୍ରରେ ଫିଙ୍ଗି ଦେଇଛନ୍ତି।  ଅରବିନ୍ଦ ଅଗ୍ରବାଲଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛନ୍ତି ମହାପ୍ରଭୁଙ୍କ ବାଡଗ୍ରାହୀ।

ଅଧିକ ପଢନ୍ତୁ : ରତ୍ନଭଣ୍ଡାର ଭିତରେ ଖଣ୍ତ , ବର୍ଛ୍ଛା ଦେଖି ଚମକି ପଡିଲେ ତଦାରଖ ଟିମ

ପୂର୍ବ ସରକାରକୁ ବ୍ରିଟିଶ ଶାସନ ଭଳି ଏକଛତ୍ରବାଦ ଶାସନର ଉଦାହରଣ ଦେଲେ ଜଗନ୍ନାଥ ସ୍ୱାଇଁ ମହାପାତ୍ର। ପୂର୍ବ ସରକାର ଖୋଲୁନଥିଲେ ରତ୍ନଭଣ୍ଡାର । ସାଢେ ଚାରିକୋଟି ଓଡ଼ିଆଙ୍କ ଭାବାବେଗକୁ ସମ୍ମାନ ଦେଇଛନ୍ତି ବିଜେପି ସରକାର। ବର୍ତ୍ତମାନର ସରକାରଙ୍କ ନିଷ୍ପତ୍ତି ସ୍ବାଗତଯୋଗ୍ୟ ବୋଲି କହିଛନ୍ତି ଶ୍ରୀ ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
"ଓରଜିନାଲ୍ ରତ୍ନଭଣ୍ଡାର ଚାବିକୁ ସମୁଦ୍ରରେ ଫିଙ୍ଗି ଦେଇଛନ୍ତି ତତ୍କାଳୀନ ଜିଲ୍ଲାପାଳ"- ଜଗନ୍ନାଥ ସ୍ୱାଇଁ ମହାପାତ୍ର | Argus News