Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

`ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ହେବ ନିର୍ଣ୍ଣୟ ନେବେ ଓଡ଼ିଶାବାସୀ ?'

Banajyotshna Ray
Browse all articles by Banajyotshna Ray
·2 years ago·1 min read
`ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ହେବ ନିର୍ଣ୍ଣୟ ନେବେ ଓଡ଼ିଶାବାସୀ ?'

ଅର୍ଗସ ବ୍ୟୁରୋ:  ରେଢାଖୋଲ ବିଧାୟକ ପ୍ରାର୍ଥୀ ଦେବେନ୍ଦ୍ର ମହାପାତ୍ରଙ୍କ ନାମାଙ୍କନ ଶୋଭଯାତ୍ରାରେ ସାମିଲ୍ ହେଲେ ଧର୍ମେନ୍ଦ୍ର ପ୍ରଧାନ । ବିଶାଳ ରୋଡ ସୋ କରି ଡବଲ ଇଞ୍ଜିନ ସରକାର ଆଣିବା ପାଇଁ ପଦ୍ମଫୁଲରେ ଭୋଟ ଦେବାକୁ ନିବେଦନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।ଏହି ଅବସରରେ ଗୁମାସ୍ତାଙ୍କୁ ଟାର୍ଗେଟ୍ କରି ସେ କହିଛନ୍ତି, ଓଡ଼ିଶାରେ କିଏ ମୁଖ୍ୟମନ୍ତ୍ରୀ ହେବେ ଓଡ଼ିଶା ଲୋକ ନିଜେ ବାଛିବେ । ସାଢେ 4କୋଟି ଲୋକ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭରସା କରି ଓଡ଼ିଆ ଲୋକକୁ ହିଁ ନିର୍ବାଚିତ କରିବେ। ପଛପଟୁ ପଶି ଆସି ନେତା ହେବାକୁ ଯୋଜନା କରୁଥିବା ଗୁମାସ୍ତାର ସାର୍ଟିଫିକେଟ ଦରକାର ନାହିଁ । ଗୁମାସ୍ତା ଜଣେ ଭଡାଟିଆ ମହାଦ୍ରୁମ ।

ସେହିପରି 24 ବର୍ଷ ଶାସନରେ କଣ ବିକାଶ କରିଛ ପ୍ରଶ୍ନ କରି ବିଜେଡି ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି, ସ୍କୁଲରେ ଖାଲି ରଙ୍ଗ ମାରି ଶିକ୍ଷାର ବିକାଶ ହେଉଛି ମିଛ ଡିଣ୍ଡିମ ପିଟୁଥିବାବେଳେ ଅନେକ ସରକାରୀ ସ୍କୁଲରେ ନାହାନ୍ତି ଆବଶ୍ୟକ ଶିକ୍ଷକ । କ୍ଷମତାସୀନ ବିଜେଡି ସରକାର ମୂଳ ପ୍ରଶ୍ନର ଉତ୍ତର ନଦେଇ କେବଳ ଯୁକ୍ତି ବାଢୁଛନ୍ତି ।ଏଥର ନିର୍ବାଚନରେ ପିଇବା ପାଣି, ଜଳସେଚନ, ଚିକିତ୍ସାସେବା, ଶିକ୍ଷାର ସୁବ୍ୟବସ୍ଥା, ମହିଳାଙ୍କ ସୁରକ୍ଷା ନିର୍ବାଚନର ମୁଖ୍ୟ ପ୍ରସଙ୍ଗ ହୋଇଛି । ଓବିସିଙ୍କୁ ସାମ୍ବିଧାନିକ ଅଧିକାର ପ୍ରଦାନ, ଆଦିବାସୀଙ୍କ ସୁରକ୍ଷା ଓ ବଞ୍ଚିତ ବର୍ଗଙ୍କ ସମ୍ମାନ ପାଇଁ ଲଢିବ ବିଜେପି ।

ଏହାପୂର୍ବରୁ ସମ୍ବଲପୁରଠାରେ ସ୍ବେଚ୍ଛାସେବୀ ଅନୁଷ୍ଠାନ 'ସ୍ବାଭିମାନ ସମ୍ବଲପୁର' ଦ୍ଵାରା ଆୟୋଜିତ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ କେନ୍ଦ୍ରମନ୍ତ୍ରୀ ।ମାନବ ସମାଜରେ ସ୍ବାଭିମାନ ସହ ସେବା ମନୋଭାବ ତିଆରି କରିବାରେ ଏହି ସଂଗଠନ ପ୍ରେରଣାର ସ୍ରୋତ ହେଉ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
``The people of Odisha will decide who will be the Chief Minister of Odisha?'' | Argus News