ରାସ୍ତା ନଥିବାରୁ ଉଛୁଳା ନଈରେ ବାଜିରେ ଲାଗିଛି ଜୀବନ

ଅର୍ଗସ ବ୍ୟୁରୋ: ୫-ଜି ଯୁଗରେ ହାତ ପାହାନ୍ତାରେ ସବୁ ସୁବିଧାରେ ମିଳୁଥିବା ବେଳେ ଆଜି ବି ମୌଳିକ ସୁବଧାରୁ ବଞ୍ଚିତ ଅଛନ୍ତି ଅନେକ ଗାଁ। ପିଇବା ପାଣି ଠାରୁ ଆରମ୍ଭ କରି ଶିକ୍ଷା, ସ୍ଵାସ୍ଥ୍ୟ, ଗମନାଗମନ, ଭତ୍ତା, ଆବାସ ଓ ବିଦ୍ୟୁତ ଭଳି ଅନେକ ସୁବିଧାରୁ ବଞ୍ଚିତ ହୋଇଛନ୍ତି ଏହି ଗାଁଗୁଡ଼ିକ। ସେହି ଗାଁଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଆଦିବାସୀ ବହୁଳ ଗଜପତି ଜିଲ୍ଲାର ପାଣିଗଣ୍ଡା ପଞ୍ଚାୟତର । ମୌଳିକ ସୁବିଧାରୁ ବଞ୍ଚିତ ପାଣିଗଣ୍ଡା ପଞ୍ଚାୟତର ଅନେକ ଗାଆଁ । ଗାଁକୁ ଯିବା ପାଇଁ ପକ୍କା ରାସ୍ତା ଖଣ୍ଡିଏ ନାହିଁ। ଫଳରେ ଜୀବନକୁ ବାଜି ଲଗାଇ କାଦୁଅ ପଚପଚରାସ୍ତାରେ ଯିବା ଆସିବା କରୁଛନ୍ତି ଅଞ୍ଚଳବାସୀ ।
ମୋହନାର ଦୁର୍ଗମ ଅଞ୍ଚଳ ଶିଙ୍କୁଳିଢିଅ । ଗାଁରେ ବସବାସ କରନ୍ତି 20 ଆଦିବାସୀ ପରିବାର । ଆଜିବି ଏହି ଆଦିବାସୀ ଙ୍କ ଲାଗି ସମସ୍ତ ମୌଳିକ ସୁବିଧା ପାଲଟିଛି ସାତସ୍ବପ୍ନ । ଗାଆଁ କୁ ପହଞ୍ଚିବାକୁ ହେଲେ ଆଇ ମାଁ ଗପଭଳି ସାତ ଦରିଆ ନଈ ପାର ହୋଇ ଆସିବାକୁ ପଡେ । ବର୍ଷ ସାରା ଗ୍ରାମବାସୀ ଏଇ ଉଛୁଳା ନଈ ପାରହୋଇ ଜୀବନକୁ ପାଣି ଛଡାଇ ଦୈନିକ ହାଟ ବଜାର କରନ୍ତି । ଅନ୍ୟପଟେ ଦୀର୍ଘ କିଲୋମିଟର ବୁଲି ଆସିବାକୁ ହେଲେ ଏକ ଅର୍ଦ୍ଧନିର୍ମିତ ପୋଲ ଦେଇକି ଆସିବାକୁ ପଡେ। ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ହୋଇଥିଲା, ମାତ୍ର ନିମ୍ନ ମାନର କାମ ପାଇଁ ରାସ୍ତା ଅବସ୍ଥା ଖରାପ । ଶିଙ୍କୁଳିଢିଅରେ ନା ଅଛି ପିଇବା ଲାଗି ନିର୍ମଳ ପାନୀୟ ଜଳ ବ୍ୟବସ୍ଥା ନା ଅଛି ଚାଲିବା ଲାଗି ପକ୍କା ରାସ୍ତା । ଏପରିକି ପିଲାଙ୍କ ଭବିଷ୍ୟତ ଲାଗି ଅଙ୍ଗନବାଡ଼ି ଗୃହ ଖଣ୍ଡେ ମଧ୍ୟ ନାହିଁ ।
ଖାଲି ଏହି ଗୋଟିଏ ଗାଁ ନୁହେଁ ପାଣିଗଣ୍ଡା ପଞ୍ଚାୟତର ରସୁନିଗଣ୍ଡା ,ବୁଢ଼ାଢିଅ,ମଣ୍ଡେପଦା ଭଳି ଅନେକ ସରକାରୀ ସୁବିଧାରୁ ବଞ୍ଚିତ। ଗାଁ ଗୁଡିକରେ ରାସ୍ତା ଖଣ୍ଡେ ନାହିଁ କି ରହିବାକୁ ଆବାସ ନାହିଁ। ଅନେକ ସମୟରେ ସ୍ଵାସ୍ଥ୍ୟଗତ ସମସ୍ୟା ହେଲେ ରୋଗୀକୁ ମେଡିକାଲ ପହଞ୍ଚାଇବା କଷ୍ଟ ହୋଇଥାଏ । ଏହି ଅଞ୍ଚଳକୁ ବାରମ୍ବାର ଫାଇବ୍ ଟି ଅଧ୍ୟକ୍ଷ ଙ୍କ ଗସ୍ତ କରିଥିଲେ ବି କିଛି ଉନ୍ନୟନମୁଳକ କାମ ହୋଇ ନଥିବା ଅଭିଯୋଗ ହୋଇଛି । ତତ୍କାଳୀନ ସରକାର ମିଛ ବାହା ବାହା ନେଉଥିବାବେଳେ ଅନେକ କ୍ଷେତ୍ରରେ ପୋଷ୍ଟର ମାଧ୍ୟମ ରେ ପ୍ରଚାର ପାସାର କରୁଥିଲେ । କିନ୍ତୁ ବର୍ତ୍ତମାନ ସରକାର ଉପରେ ଆଶା ଓ ଭରସା ଅଛି ଦୂର୍ଗମ ବାସୀଙ୍କ । ସମସ୍ତ ମୌଳିକ ସୁବିଧା ପାଇ ପାରିବେ ମୋହନା ସରକାର ଙ୍କ ଠାରୁ ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: