Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - `ମୋ କଥାରେ ହଁରେ ହଁ ମିଳାଅ ନଚେତ ଦାନାପାଣି ବନ୍ଦ କରିଦେବି'

Odisha

`ମୋ କଥାରେ ହଁରେ ହଁ ମିଳାଅ ନଚେତ ଦାନାପାଣି ବନ୍ଦ କରିଦେବି'

Ritu Das
Browse all articles by Ritu Das
·2 years ago·1 min read
`ମୋ କଥାରେ ହଁରେ ହଁ ମିଳାଅ ନଚେତ ଦାନାପାଣି ବନ୍ଦ କରିଦେବି'

ଅର୍ଗସ ବ୍ୟୁରୋ: ନିର୍ବାଚନ ଯେତିକି ପାଖଉଛି ଶାସକ ଦଳଙ୍କ ନିର୍ଯାତନା ଲୋକଙ୍କ ପ୍ରତି ସେତେ ବଢ଼ି ବଢ଼ି ଚାଲିଛି। ଭୋଟ ହାତେଇବାକୁ କିଛି ବି କରିବାକୁ ପଛାଉ ନାହାନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଆଠଗଡ଼ରେ। ଆଉ ଏଭଳି ଘଟଣାରେ ସମ୍ପୃକ୍ତ ଅଛନ୍ତି ଖୋଦ ଆଠଗଡ଼ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ। 
ମୋତେ ସମର୍ଥନ ଦିଅ, ନଚେତ ଚାକିରି ଯିବ । ମୋ କଥାରେ ହଁରେ ହଁ ମିଳାଅ ନଚେତ ଦାନାପାଣି ବନ୍ଦ ।

ଏଭଳି ଅଲିଖିତ ଫତୁଆ ଜାରି କରିଛନ୍ତି ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ। ଆଠଗଡ଼ ବେଣ୍ଟପଦା ପଞ୍ଚାୟତ ବାଲିପଦା ଗାଁର  ଜଣେ ବ୍ୟକ୍ତି ବିଜେପି ବିଧାୟକ ପ୍ରାର୍ଥୀ ଅଭୟ ବାରିକଙ୍କ ନିର୍ବାଚନ ରାଲିରେ ସେ ସାମିଲ୍ ହେବାରୁ ତାଙ୍କୁ ଚାକିରିରୁ ବାହାର କରିଦିଆଯାଇଥିବା ସେ ଅଭିଯୋଗ ଆଣିଛନ୍ତି।

ଆଠଗଡ଼ ଅନନ୍ତପୁରଠାରେ ଥିବା ଟାଟାଷ୍ଟିଲ କାରଖାନାରେ ଠିକାଦାର ଅଧୀନରେ ଟ୍ରାକ୍ଟର ଡ୍ରାଇଭର ଭାବେ ଗତ ୫ ବର୍ଷ ହେଲା କାର୍ଯ୍ୟ କରି ଆସୁଥିଲେ। 
କିନ୍ତୁ ଗତ ୮ ଦିନ ତଳେ ବିଜେପି ବିଧାୟକ ପ୍ରାର୍ଥୀ ଅଭୟ ବାରିକଙ୍କ ରାଲିରେ ସାମିଲ୍ ହୋଇ ତାଙ୍କୁ ଚାକିରି ହରାଇବାକୁ ପଡିଛି । ୬ ପ୍ରାଣୀ କୁଟୁମ୍ବ ପରିବାରରେ ସମ୍ପୃକ୍ତ ବ୍ୟକ୍ତି ଜଣକ ଏକମାତ୍ର ରୋଜଗାରିଆ ପୁଅ । ଚାକିରି ଯିବାପରେ ପରିବାର ଚଳାଇବା କଷ୍ଟକର ହୋଇପଡିଛି ବୋଲି ବ୍ୟକ୍ତି ଜଣକ ଆମ ପ୍ରତିନିଧିଙ୍କ ଆଗରେ କହିଛନ୍ତି।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ରାଜନୀତି ଖବର 
 

Sponsored
``Yes to my | Argus News