Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶ୍ରୀରାମଙ୍କ ପାଇଁ ଲକ୍ଷେ ଦୀପ ଜାଳିଲେ ଶ୍ରଦ୍ଧାଳୁ

Smruti Parija
Browse all articles by Smruti Parija
·2 years ago·1 min read
ଶ୍ରୀରାମଙ୍କ ପାଇଁ ଲକ୍ଷେ ଦୀପ ଜାଳିଲେ ଶ୍ରଦ୍ଧାଳୁ

କେନ୍ଦୁଝର: ପ୍ରଭୁ ଶ୍ରୀରାମଙ୍କ ପାଇଁ ଏ ସାଜସଜ୍ଜ୍ଜା । ଗଦା, ଧନୁ, ତିଳକ, ସ୍ଵସ୍ତିକ ଆଦି ଚିହ୍ନରେ ଲାଗିଲା ଲକ୍ଷେ ଦ୍ୱୀପ ।  ରାତିର ଅନ୍ଧାରକୁ ଦୂରେଇ ଦେଇଥିଲା ଏ ଆଲୋକ । 

ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଚିର ସ୍ମରଣୀୟ କରିବା ପାଇଁ ସବୁଠି ବ୍ୟାପକ ପ୍ରସ୍ତୁତି କରାଯାଇଛି । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଏବେ ଚତୁର୍ଦିଗ ରାମନାମରେ ପ୍ରକମ୍ପିତ । ଗାଁ ଠୁ ସହର ସବୁ ରାମମୟ । ସବୁଠି ରାମ୍ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ପୂଜା, ଯଜ୍ଞ, ପ୍ରସାଦ ସେବନ ଆଦି କାର୍ଯ୍ୟକ୍ରମ କରାଯାଇଛି । ଏହି ଅବସରରେ କେନ୍ଦୁଝର ସହରର ହନୁମାନ ମନ୍ଦିର କମିଟି ପକ୍ଷରୁ ବ୍ୟାପକ ଆୟୋଜନ ହୋଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜିଉଙ୍କ ବଡଦାଣ୍ଡରେ ଏକ ଲକ୍ଷ ଦୀପ ପ୍ରଜ୍ବଳନ କରାଯାଇଛି । ବଡ଼ଦାଣ୍ଡର ରଥ ପାଖରୁ ମାଉସୀ ମା ମନ୍ଦିର ପର୍ଯ୍ୟନ୍ତ ସକାଳୁ ସ୍ଵୟଂସେବକ ମାନେ ଦୀପ ସଜାଇଥିଲେ । ଗଦା, ଧନୁ, ତିଳକ, ସ୍ଵସ୍ତିକ ଆଦି ଚିହ୍ନକୁ ବିଭିନ୍ନ ସଂଗଠନ ପକ୍ଷରୁ ସଜାଯାଇଥିଲା । ସନ୍ଧ୍ୟାରେ ରଥ ସମ୍ମୁଖରେ ଅନୁଷ୍ଠିତ ମଣ୍ଡପରେ ରାମଙ୍କ ପଟ୍ଟଚିତ୍ରରେ ରାଜପଣ୍ଡାଙ୍କ ଦ୍ଵୀପ ପ୍ରଜ୍ବଳନ ପରେ ସବୁ ଦୀପ ପ୍ରଜ୍ବଳନ କରାଯାଇଥିଲା । 
 

ଧିରେ ଧିରେ ସବୁ ସଂଗଠନର କର୍ମକର୍ତ୍ତା ମାନେ ନିଜ ନିଜ ଚିହ୍ନ ନିକଟରେ ଦୀପ ପ୍ରଜ୍ବଳନ କରିଥିଲେ। ଅନ୍ଧାର ମଧ୍ୟରେ ଦ୍ଵୀପ ଗୁଡ଼ିକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲା ।  ଏହାକୁ ଦେଖିବାକୁ ଶହ ଶହ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । 

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
1-lakh-diya-lightened-for-ramlala | Argus News