Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

DMF ଫଣ୍ଡ୍ ରୁ ଯାଜପୁରରେ ଖର୍ଚ୍ଚ ହୋଇଛି ୧ ହଜାର ୩୨ କୋଟି 

Smruti Parija
Browse all articles by Smruti Parija
·1 year ago·1 min read
DMF ଫଣ୍ଡ୍ ରୁ ଯାଜପୁରରେ ଖର୍ଚ୍ଚ ହୋଇଛି ୧ ହଜାର ୩୨ କୋଟି 

ଭୁବନେଶ୍ୱର:  DMF ଫଣ୍ଡ୍ ରୁ ଯାଜପୁର ଜିଲ୍ଲାରେ ଖର୍ଚ୍ଚ ହୋଇଛି ୧ ହଜାର ୩୨ କୋଟି ଟଙ୍କା । ପାଞ୍ଚ ବର୍ଷ ମଧ୍ୟରେ ଯାଜପୁରକୁ ଆସିଛି ୧୩୯୧ କୋଟି ଟଙ୍କା । ସେଥି ମଧ୍ୟରୁ ୧ ହଜାର ୩୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୬୧୨ ଖର୍ଚ୍ଚ ହୋଇ ପାରିନି ।  ସ୍ୱାଧୀନ ବିଧାୟକ ହିମାଂଶୁ ଶେଖର ସାହୁଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉତ୍ତର । 

ସାଂସଦ ପାଣ୍ଠି ପରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ଫଣ୍ଡ ଟଙ୍କାକୁ ନେଇ ପୁଣି ଚର୍ଚ୍ଚାରେ ଯାଜପୁର ଜିଲ୍ଲା । ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ଫଣ୍ଡରୁ ଯାଜପୁର ଜିଲ୍ଲାକୁ ଯାଇଛି ହଜାର ହଜାର କୋଟି ଟଙ୍କା । ଯାଜପୁରକୁ ପୁଳା ପୁଳା ଟଙ୍କା ଅଜାଡ଼ି ଦେଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ଫଣ୍ଡ୍ ରୁ ୨୦୨୧ ରୁ ୨୦୨୪ ବର୍ଷ ଅର୍ଥାତ ତିନି ବର୍ଷ ମଧ୍ୟରେ ୩ ହଜାର କୋଟି ୭୪ ଲକ୍ଷ ୩୪ ହଜାର ଟଙ୍କାର ଅନୁଦାନ ଦିଆଯାଇଛି । ବିଧାନସଭାରେ ବିଜେପି ବିଧାୟକ ଅମର ନାୟକଙ୍କ ଲିଖିତ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଉତ୍ତର ରଖିଛନ୍ତି । 

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
1 thousand 32 crores have been spent in Jajpur from DMFund | Argus News