Videos
|
Odisha

Crocodile Sighting / ନଦୀରେ ଗାଧୋଇବାବେଳେ ଦେଖାଗଲା ୧୦ ଫୁଟିଆ କୁମ୍ଭୀର...ଆଉ ତା'ପରେ

Ritu Das
Browse all articles by Ritu Das
·1 hour ago·1 min read
ନଦୀରେ ଗାଧୋଇବାବେଳେ ଦେଖାଗଲା ୧୦ ଫୁଟିଆ କୁମ୍ଭୀର...ଆଉ ତା'ପରେ
India

Key Points

ଗାଧୋଇବା ପାଇଁ ନଦୀକୁ ଯାଇଥିଲେ
ହେଲେ ହଠାତ୍ ସାମ୍ନାରେ ପଡ଼ିଲା ପ୍ରାୟ ୧୦ ଫୁଟିଆ ବିଶାଳ କୁମ୍ଭୀର
ଗାଧୋଇବା ପାଇଁ ନଦୀକୁ ଯାଇଥିଲେ, ହେଲେ ହଠାତ୍ ସାମ୍ନାରେ ପଡ଼ିଲା ପ୍ରାୟ ୧୦ ଫୁଟିଆ ବିଶାଳ କୁମ୍ଭୀର । ଏଭଳି ଭୟାନକ ଦୃଶ୍ୟ ଦେଖି ଭୟଭୀତ ହୋଇପଡ଼ିଲେ ନଦୀକୁ ଯାଇଥିବା ଲୋକେ । ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ବାଘସଳା ଗାଁ ନିକଟ ମହେନ୍ଦ୍ର ତନୟା ନଦୀରେ କୁମ୍ଭୀର ଦେଖାଯିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ସତର୍କ କରିବା ସହ କୁମ୍ଭୀରର ଗତିବିଧି ଉପରେ ନଜର ରଖିଛି। 

ଏହାସହ ପଢ଼ନ୍ତୁ: ରାତି ଅନ୍ଧାରରେ ହଠାତ୍ ସାମ୍ନାକୁ ଆସିଲା ବାଘ! ମୋବାଇଲରେ କଏଦ ହେଲା ଦୃଶ୍ୟ

ଗଜପତିର ମହେନ୍ଦ୍ର ତନୟା ନଦୀରେ କୁମ୍ଭୀର ଆତଙ୍କ । ନଦୀରେ ଗାଧୋଇବାକୁ ଯାଇଥିବା ବେଳେ ଦେଖାଦେଲା ପ୍ରାୟ ୧୦ ଫୁଟିଆ କୁମ୍ଭୀର । ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଛନକା ପଶିଛି । ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ବାଘସଳା ଗାଁ ନିକଟ ମହେନ୍ଦ୍ର ତନୟା ନଦୀରେ ଗତକାଲି ସନ୍ଧ୍ୟାରେ ଏହି କୁମ୍ଭୀର ଦେଖାଯାଇଥିଲା । ନଦୀକୁ ଗାଧୋଇବାକୁ ଯାଇଥିବା ଲୋକେ କୁମ୍ଭୀରକୁ ଦେଖିବା ପରେ ଭୟଭୀତ ହୋଇପଡ଼ିଥିଲେ ।

ଏନେଇ ଗ୍ରାମବାସୀ ବନ ବିଭାଗକୁ ସୂଚନା ଦେଇଥିଲେ । ସୂଚନା ପାଇ ବନ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନଦୀ କୂଳରେ ଥିବା ଲୋକଙ୍କୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନ କରିଛନ୍ତି । ବିଶେଷକରି ନଦୀରେ ଗାଧୋଇବା କିମ୍ବା ନଦୀ ଭିତରକୁ ଯିବା ସମୟରେ ସତର୍କ ରହିବାକୁ ବନ ବିଭାଗ ପକ୍ଷରୁ କୁହାଯାଇଛି । କୁମ୍ଭୀରଟି ନଦୀରେ ଥିବାରୁ ତାହାର ଗତିବିଧି ଉପରେ ବନ ବିଭାଗ ନଜର ରଖିଛି।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: