Tiger Spotted / ରାତି ଅନ୍ଧାରରେ ହଠାତ୍ ସାମ୍ନାକୁ ଆସିଲା ବାଘ! ମୋବାଇଲରେ କଏଦ ହେଲା ଦୃଶ୍ୟ
·36 mins ago·2 min read

Key Points
ନୂଆପଡା ରେ ପୁଣି ବାଘ ଆତଙ୍କ
ବୁଲୁଛି ଜଙ୍ଗଲୀ କଳରା ପତରିଆ ବାଘ
ନୂଆପଡା ରେଞ୍ଜ ଖୁଟବନ ଭେରା ଗାଁ ନିକଟରେ ବୁଲୁଛି ବାଘ
ଗାଁ ଲୋକେ ଆତଙ୍କିତ
ଘଟଣା ସ୍ଥଳରେ ବନବିଭାଗ ପହଂଚି ସ୍ଥିତି ଅନୁଧ୍ୟାନ କରିଛି

ନୁଆପଡ଼ା,୨୮/୦୯: ରାତିର ନିରବତା ଭିତରେ ହଠାତ୍ ରାସ୍ତା ଉପରେ ଦେଖାଗଲା ବାଘ। ଅନ୍ଧାର ରାସ୍ତାରେ କାରର ହେଡ୍ଲାଇଟ୍ ପଡ଼ିବା ମାତ୍ରେ ସାମ୍ନାରେ ଠିଆ ହୋଇଥିଲା କାଳରାପତରିଆ ବାଘ। କିଛି ସମୟ ପାଇଁ ରାସ୍ତା ପାର ହେବାକୁ ଚେଷ୍ଟା କରି ଅଟକି ଯାଇଥିବା ବାଘକୁ ଦେଖି ଯୁବକଙ୍କ ମନରେ ଛାଇଯାଇଥିଲା ଭୟ ଓ ରୋମାଞ୍ଚ। ତେବେ ଏହି ଦୁର୍ଲଭ ଦୃଶ୍ୟକୁ ସେ ନିଜ ମୋବାଇଲ କ୍ୟାମେରାରେ କଏଦ କରିବାକୁ ଭୁଲିନଥିଲେ।
ଘଟଣାଟି ନୂଆପଡ଼ା ଜିଲ୍ଲାର ଖୁଟବନ ଭେରା ଅଞ୍ଚଳର ବୋଲି ଜଣାପଡ଼ିଛି। ରବିବାର ରାତିରେ ସାରାବଙ୍ଗ-ପତୋରା ଅଭିମୁଖେ ଯାଉଥିବା ଜଣେ ଯୁବକଙ୍କ ସାମ୍ନାକୁ ହଠାତ୍ ଆସିଥିଲା ବାଘ। ରାତିର ଅନ୍ଧାରରେ ନିଛାଟିଆ ରାସ୍ତା ଦେଇ ଯାଉଥିବା ବେଳେ ହଠାତ୍ ତାଙ୍କ ନଜର ପଡ଼ିଥିଲା ରାସ୍ତା ପାର୍ଶ୍ୱରେ ଥିବା ଏକ ବଡ଼ ବନ୍ୟଜନ୍ତୁ ଉପରେ। ପ୍ରଥମେ ସେ ହୁଏତ ଅନ୍ୟ କୌଣସି ପଶୁ ଭାବିଥାଇପାରନ୍ତି। କିନ୍ତୁ କାର ନିକଟତର ହେବା ସହ ହେଡ୍ଲାଇଟ୍ର ଆଲୋକରେ ସ୍ପଷ୍ଟ ହୋଇଥିଲା ଦୃଶ୍ୟ। ରାସ୍ତା କଡ଼ରେ ଥିଲା ଏକ କାଳରାପତରିଆ ବାଘ। ବାଘଟି ରାସ୍ତା ପାର ହେବାକୁ ଉଦ୍ୟମ କରୁଥିବା ବେଳେ କାରର ଆଲୋକ ତା’ ଉପରେ ପଡ଼ିଥିଲା। ଆଲୋକରେ ହଠାତ୍ ଅଟକି ଯାଇଥିଲା ବାଘ।
ପଢନ୍ତୁ ଏହି ଖବର: ଦୀର୍ଘ ୧୩ ଘଣ୍ଟାର କସରତ ପରେ ଉଦ୍ଧାର ହେଲା ମହାବଳ, ଖେଳାଇଥିଲା ଆତଙ୍କ
ଏହି ମୁହୂର୍ତ୍ତଟି ଥିଲା ସବୁଠାରୁ ରୋମାଞ୍ଚକର। କାର ଚଳାଉଥିବା ଯୁବକ ମଧ୍ୟ ସାହସ କରି ଗାଡ଼ିକୁ ଅଟକାଇ ଦେଇଥିଲେ। ସାମ୍ନାରେ ଜଙ୍ଗଲୀ ବାଘ, ଚାରିପଟେ ଅନ୍ଧାର ଏବଂ ମଝିରେ ଅଟକିଥିବା କାର ପରିସ୍ଥିତି କୌଣସି ରୋମାଞ୍ଚକର ଫିଲ୍ମର ଦୃଶ୍ୟଠାରୁ କମ୍ ନଥିଲା। ବାଘଟି ମଧ୍ୟ କିଛି ସମୟ ପର୍ଯ୍ୟନ୍ତ ସେହି ସ୍ଥାନରେ ଠିଆ ହୋଇ ରହିଥିଲା। ଯୁବକ ଗାଡ଼ି ଅଟକାଇବା ପରେ ମଧ୍ୟ ବାଘ ତୁରନ୍ତ ଜଙ୍ଗଲ ଭିତରକୁ ଚାଲିଯାଇନଥିଲା। ଏହି ସମୟରେ ଯୁବକ ନିଜ ମୋବାଇଲ ବାହାର କରି ଏହି ଭିଡିଓ କରିଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମୋବାଇଲ କ୍ୟାମେରାରେ କଏଦ ହୋଇଥିବା ଏହି ଦୃଶ୍ୟ ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ରାତିର ଅନ୍ଧାରରେ ରାସ୍ତା ଉପରେ ଏକ ବାଘକୁ ଏତେ ନିକଟରୁ ଦେଖିବା ନିଶ୍ଚିତ ଭାବେ ଏକ ଭୟ ଓ ରୋମାଞ୍ଚର ଅନୁଭୂତି ବୋଲି କୁହାଯାଉଛି। ଘଟଣା ସମ୍ପର୍କରେ ନୂଆପଡ଼ା ବନ ବିଭାଗକୁ ସୂଚନା ଦିଆଯିବା ପରେ ବନ କର୍ମଚାରୀମାନେ ତତ୍ପର ହୋଇଥିଲେ। କର୍ମଚାରୀମାନେ ଯୁବକଙ୍କ ପାଖରେ ପହଞ୍ଚିବା ସହ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ବାଘଟି କେଉଁ ଦିଗକୁ ଯାଇଛି ଏବଂ ଏହାର ଗତିବିଧି ସମ୍ପର୍କରେ ମଧ୍ୟ ଛାନ୍ଭିନ୍ କରାଯାଇଥିବା ଜଣାପଡ଼ିଛି।
ଏହି ଘଟଣା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ମଧ୍ୟ ଚିନ୍ତା ବଢ଼ିଛି। ବିଶେଷକରି ରାତି ସମୟରେ ଏହି ରାସ୍ତା ଦେଇ ଯାତାୟତ କରୁଥିବା ଲୋକଙ୍କୁ ସତର୍କ ରହିବାକୁ ବନ ବିଭାଗ ପରାମର୍ଶ ଦେଇଛି। ଜଙ୍ଗଲ ନିକଟବର୍ତ୍ତୀ ରାସ୍ତାରେ ଅନାବଶ୍ୟକ ଭାବେ ଗାଡ଼ି ଅଟକାଇବା କିମ୍ବା ବନ୍ୟଜନ୍ତୁ ନିକଟକୁ ଯିବାରୁ ଦୂରେଇ ରହିବାକୁ ମଧ୍ୟ କୁହାଯାଇଛି।

Related Topics
Explore more stories