Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଘରୋଇ ବସ ଦୁର୍ଘଟଣା ଗସ୍ତ, ୧୦ ଯାତ୍ରୀ ଆହତ

Banajyotshna Ray
Browse all articles by Banajyotshna Ray
·2 years ago
ଘରୋଇ ବସ ଦୁର୍ଘଟଣା ଗସ୍ତ, ୧୦ ଯାତ୍ରୀ ଆହତ

ଅର୍ଗସ ବ୍ୟୁରୋ:  ଭୁବନେଶ୍ୱରରୁ ସମ୍ବଲପୁରକୁ ଯାଉଥିବା ଶିଭମ ନାମକ ଏକ ଘରୋଇ ବସ ଦୁର୍ଘଟଣା ଗସ୍ତ l ୧୦ ବସ ଯାତ୍ରୀ ଆହତ l ରେଢ଼ାଖୋଲ ଉପଖଣ୍ଡ ଡାକ୍ତରଖାନାରେ ଭର୍ତି l  55 ନମ୍ବର ଜାତୀୟ ରାଜପଥ ଚାରିମାଲ ଥାନା ଅନ୍ତର୍ଗତ ନୂଆପଡା ଠାରେ ଦୁର୍ଘଟଣା l ଘଟଣା ସ୍ଥଳରେ ଆମ୍ବୁଲାନ୍ସ ଓ ଆଗ୍ନିଶମ ବିଭାଗ ପହଂଚି ଆହତଙ୍କୁ ଉଦ୍ଧାର କରି ରେଢ଼ାଖୋଲ ଡାକ୍ତରଖାନା ରେ ଭର୍ତି କଲେ l

ଘଟଣା ସ୍ଥଳରେ ପୋଲିସ ପହଂଚି ଘଟଣା ର ତଦନ୍ତ କରୁଛି l ବସରେ 50 ଜଣ ଯାତ୍ରୀ ଥିବାବେଳେ 8 ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ 2 ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି l ଘଟଣାସ୍ଥଳରୁ ଡ୍ରାଇଭର ଫେରାର ଥିବା ସୂଚନା ମିଳିଛି l

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
10 injured in accident | Argus News