10 କେଜି ଗଂଜେଇ ଜବତ, ଜଣେ ଗିରଫ
·2 years ago·1 min read

ବୌଦ୍ଧ: ଗୁଡ଼ପଡା ଛକ ନିକଟରେ 10 କେଜି ଗଂଜେଇ ଜବତ, ଜଣେ ଗିରଫ । ବୌଦ୍ଧ ବ୍ଲକ ବାଉଁଶୁଣି ଥାନା ପୋଲିସ ପକ୍ଷରୁ ଗୁଡ଼ପଡା ଛକ ନିକଟରେ 10କେଜି ଗଂଜେଇ ଜବତ, ଜଣେ ଗିରଫ l ସୂଚନା ଅନୁଯାୟୀ ଗତକାଲି କୌଣସି ସୂତ୍ରରୁ ଖବର ପାଇ ବୌଦ୍ଧ ଏସ୍ପି ରାଜ ପ୍ରସାଦ ଙ୍କ ନିର୍ଦେଶ କ୍ରମେ ବାଉଁଶୁଣି ଥାନା ଅଧିକାରୀ ଅଞ୍ଜଳି ବିଶ୍ୱାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ଟିମ ଗଠନ କରି ଅଁଳାପାଲି ପଂଚାୟତ ଅନ୍ତର୍ଗତ ଗୁଡ଼ପଡ଼ା କଲେଜ ରୋଡ଼ ନିକଟରେ ବାହାର ଜିଲ୍ଲାକୁ ଗଂଜେଇ ଚାଲାଣ କରୁଥିବା ବେଳେ ବାଉଁଶୁଣି ପୋଲିସ ମାଡି ବସିଥିଲା ।
10 କେଜି ଗଂଜେଇ ସହ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇ କେସ ନଂ 38/24 ପ୍ରକାରେ ଏକ ମାମଲା ରୁଜୁ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ ଗୁଡପଡା ଗ୍ରାମର ବିକ୍ରମ ଶାଣ୍ଢ ବୋଲି ଜଣା ପଡିଲା l ଆଜି ତାକୁ କୋଟ ଚାଲାଣ କରାଯାଇଛି । ଏନେଇ ବାଉଁଶୁଣି ଥାନା ଅଧିକାରୀ ଅଞ୍ଜଳି ବିଶ୍ୱାଳ ସୂଚନା ଦେଇଛନ୍ତି l
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: