Videos
|
Odisha

ନୂଆ ରାସନ କାର୍ଡ ପାଇଁ ଏବେ ସୁଦ୍ଧା 10 ଲକ୍ଷ ଆବେଦନ

Smruti Parija
Browse all articles by Smruti Parija
·1 year ago·1 min read
ନୂଆ ରାସନ କାର୍ଡ ପାଇଁ ଏବେ ସୁଦ୍ଧା 10 ଲକ୍ଷ ଆବେଦନ

ଭୁବନେଶ୍ୱର: ସେପ୍ଟେମ୍ବର ସୁଦ୍ଧା ରାଜ୍ୟରେ  ଦିଆଯିବ ନୂଆ ରାସନ କାର୍ଡ। ବିଧାନସଭାରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ସୂଚନା । ଏବେ ନୂଆ କାର୍ଡ ପାଇଁ ଆବେଦନ ଜାରି ରହିଛି । ନୂଆ ରାସନ କାର୍ଡ ପାଇଁ ଏବେ ସୁଦ୍ଧା 10 ଲକ୍ଷ ଆବେଦନ କରିଛନ୍ତି ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ।

ସେପ୍ଟେମ୍ବର ଶେଷ ସୁଦ୍ଧା ନୂଆ ହିତାଧିକାରୀଙ୍କୁ ମିଳିବ ରାସନ କାର୍ଡ । ବାଦ ପଡ଼ିବେ ଅଯୋଗ୍ୟ, ଯୋଡ଼ି ହେବେ ଯୋଗ୍ୟ ହିତାଧିକାରୀ । ବିଧାନସଭାରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି 10 ଲକ୍ଷରୁ ଅଧିକ ଲୋକ ନୂଆ ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି । ଅଗଷ୍ଟ 22 ତାରିଖରୁ E - KYC ପ୍ରକ୍ରିୟାରେ ଜାଲ୍ କାର୍ଡ ଧରିବା ପାଇଁ କାମ ଆରମ୍ଭ ହୋଇଛି । ଏହା ସଂପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଚାଲିବ । ଏଯାଏଁ 44 ଲକ୍ଷ 33 ହଜାର କାର୍ଡ ଯାଞ୍ଚ ସରିଛି । ବହୁ ସଂଖ୍ୟାରେ ଜାଲ୍ କାର୍ଡ ଧରା ପଡ଼ିଛି । ଯାହା ମୋଟ୍ ରାସନ କାର୍ଡର 20ରୁ25 ପ୍ରତିଶତ ହେବ। ସବୁ କାର୍ଡ ଯାଞ୍ଚ ହୋଇ ଜାଲ୍ କାର୍ଡ ଧରିବା ପରେ ସେପ୍ଟେମ୍ବର ଶେଷ ସୁଦ୍ଧା ନୂଆ କାର୍ଡ ଦିଆଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ ।

ଖାଦ୍ୟ ସୁରକ୍ଷା କମିଶନର ଅଧ୍ୟକ୍ଷ ନିଯୁକ୍ତିକୁ ନେଇ ବିଧାନସଭାରେ କଟୁ ସମାଲୋଚନା କରିଛନ୍ତି ଯୋଗାଣ ମନ୍ତ୍ରୀ । କହିଛନ୍ତି ଖାଦ୍ୟ ସୁରକ୍ଷା କମିଶନ ଅଧ୍ୟକ୍ଷ ପଦରେ ଜଣେ ଚୋର, ଡକାୟତକୁ ବସାଇଥିଲେ ବିଜେଡି ସରକାର । ଯୋଗ୍ୟତା ଥିବା ଲୋକଙ୍କୁ ବାଦ ଦେଇ ନବୀନ ସରକାର ଜଣେ କୋଇଲା ଚୋରକୁ ଖାଦ୍ୟ ସୁରକ୍ଷା କମିଶନ ଅଧ୍ୟକ୍ଷ କରିଥିଲେ। ଅଣ ଓଡ଼ିଆ ଅଫିସରଙ୍କୁ ଖୁସି କରୁଥିବା ଅଫିସରଙ୍କୁ ପୋଷାଯାଉଥିଲା। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...