ଗୀତାରାଣୀ ମହାନ୍ତି ମାଇନ୍ସରୁ ବନ୍ଧୁକ ଦେଖାଇ 10 ଲକ୍ଷ ନେଇଗଲେ ଦୂର୍ବୃତ୍ତ
·2 years ago

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ଟେନିସ ଫାଡ଼ି ଅନ୍ତର୍ଗତ ରାଇକେଲା ଗୀତାରାଣୀ ମହାନ୍ତି ମାଇନ୍ସରୁ ବନ୍ଧୁକ ଦେଖାଇ 10 ଲକ୍ଷ ଟଙ୍କା ଲୁଟିନେଲେ ଦୂର୍ବୃତ୍ତ । ଲୁଟିବା ସମୟରେ ମୁଖା ପିନ୍ଧିଥିଲେ ଦୂର୍ବୃତ୍ତ । 5 ଜଣ ଦୂର୍ବୃତ୍ତ ସାମିଲ ଥିବା ଅଭିଯୋଗ ହୋଇଛି । ସମସ୍ତଙ୍କ ପାଖରେ ଥିଲା ବନ୍ଧୁକ ଓ ଟାଙ୍ଗିଆ, ଭୁଜାଲି ।
ଦୂର୍ବୃତ୍ତମାନେ ଆସିଲେ ପାଖାପାଖି ୫ ମିନିଟ୍ ରେ ୯ ଲକ୍ଷ ୩୫ ହାଜର ୨୫୦ ଟଙ୍କା ନେଇ ଚାଲିଗଲେ । ଖଣିରେ କାର୍ଯ୍ୟରତ ପରିବହନ ସଂସ୍ଥା କ୍ରାକର ଇଣ୍ଡିଆ ପ୍ରାଇଭେଟ୍ ମାଇନିଂ ଲିମିଟେଡ଼ ନିକଟରୁ ଲୁଟିନେଲେ ଦୂର୍ବୃତ୍ତ । ପୋଲିସ ପହଞ୍ଚି ତଦନ୍ତ କରୁଛି ।
ଆହୁରି ପଢନ୍ତୁ ଅପରାଧ ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: