|
logo
Live
Argus News App
GET APP

Argus News - ଗରିବଙ୍କ ମୁଣ୍ଡକୁ ମିଳିବ ଛାତ; ଏଇ ମାସରେ ୧୦ ଲକ୍ଷ ପକ୍କା ଘର ବାଣ୍ଟିବେ ସରକାର

Odisha

Pucca Houses / ଗରିବଙ୍କ ମୁଣ୍ଡକୁ ମିଳିବ ଛାତ; ଏଇ ମାସରେ ୧୦ ଲକ୍ଷ ପକ୍କା ଘର ବାଣ୍ଟିବେ ସରକାର

Sushanta Sahoo
Browse all articles by Sushanta Sahoo
·2 months ago·2 min read
ଗରିବଙ୍କ ମୁଣ୍ଡକୁ ମିଳିବ ଛାତ; ଏଇ ମାସରେ ୧୦ ଲକ୍ଷ ପକ୍କା ଘର ବାଣ୍ଟିବେ ସରକାର
Odisha to Allot 10 Lakh Pucca Homes

Key Points

  • ଗରିବଙ୍କୁ ନୂଆବର୍ଷ ଭେଟି ଦେବ ପଞ୍ଚାୟତିରାଜ ବିଭାଗ
  • ଜାନୁଆରୀରେ ୧୦ ଲକ୍ଷ ହିତାଧିକାରୀଙ୍କୁ ବଣ୍ଟନ ହେବ ପକ୍କାଘର
  • ପ୍ରଧାନମନ୍ତ୍ରୀ ଆବାସ ପାଇଁ ଆସିଛି ୩୭ ଲକ୍ଷ ଆବେଦନ
  • ବର୍ତ୍ତମାନ ସୁଦ୍ଧା ୩୪ ଲକ୍ଷ ଆବେଦନକୁ କରାଯାଇଛି ସର୍ଟ ଲିଷ୍ଟ
ଭୁବନେଶ୍ୱର: ସରକାର ଦେବେ ପକ୍କା ଘର । ଉପକୃତ ହେବେ ଗରିବ । ଚଳିତ ଜାନୁଆରୀ ମାସରେ ରାଜ୍ୟ ସରକାର ୧୦ ଲକ୍ଷ ପକ୍କା ଘର ବାଣ୍ଟିବେ । ଗରିଙ୍କୁ ନୂଆବର୍ଷ ଭେଟି ଦେବ ପଞ୍ଚାୟିତରାଜ ବିଭାଗ । ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବି ନାୟକ ।

ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ କହିଛନ୍ତି, "ଜାନୁଆରୀ ମାସରେ ୧୦ ଲକ୍ଷ ହିତାଧିକାରୀଙ୍କୁ ପକ୍କା ଘର ବଣ୍ଟନ କରାଯିବ । ପ୍ରଧାନମନ୍ତ୍ରୀ ଆବାସ ପାଇଁ ରାଜ୍ୟରେ ୨୭ ଲକ୍ଷ ଅନଲାଇନ୍ ଆବେଦନ ହୋଇଛି । ସେଥିରୁ ବର୍ତ୍ତମାନ ସୁଦ୍ଧା ୩୪ ଲକ୍ଷ ଆବେଦନକୁ ସର୍ଟଲିଷ୍ଟ କରାଯାଇଛି । ସର୍ଟଲିଷ୍ଟ ତାଲିକା କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯାଇଛି ।"

ଏଥିସହ ପଢ଼ନ୍ତୁ: ପୁଅର ଦେହାନ୍ତ ପରେ ବେଦାନ୍ତ ଅଧ୍ୟକ୍ଷଙ୍କ ବଡ଼ ନିଷ୍ପତ୍ତି; ବାଣ୍ଟିଦେବେ ସବୁ ସମ୍ପତ୍ତି

ଚଳିତ ମାସରେ ଚୂଡ଼ାନ୍ତ ତାଲିକା ଆସିବ । ଗରିବ ଲୋକଙ୍କୁ ପର୍ଯ୍ୟାୟକ୍ରମେ ୧୦ ଲକ୍ଷ ପକ୍କା ଘର ନିର୍ମାଣ ଲାଗି କାର୍ଯ୍ୟାଦେଶ ଦିଆଯିବ । ଜାନୁଆରୀ ମାସରେ ପକ୍କା ଘର ବଣ୍ଟନ କରାଯିବ ବୋଲି କହିଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ।

ପ୍ରଥମ ପର୍ଯ୍ୟାୟରେ ୧୦ ଲକ୍ଷ ପକ୍କା ଘର ବଣ୍ଟନ ଲାଗି ଟାର୍ଗେଟ୍ ରଖିଛୁ । ମନ୍ତ୍ରୀ କହିଛନ୍ତି, "ବିଗତ ସରକାରରେ ଅନେକ ଯୋଗ୍ୟ ହିତାଧିକାରୀ ପକ୍କା ଘର ପାଇବାରୁ ବଞ୍ଚିତ ଥିଲେ । ଏବେ ଯୋଗ୍ୟ ଲୋକଙ୍କୁ ଘର ମିଳିବ । ଏଥିପାଇଁ ବିଭାଗୀୟ ତତ୍ପରତା ରହିଛି ।"

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ୍ ପଡ଼ୁଥିବା ଯୋଗ୍ୟ ଲୋକଙ୍କୁ ମିଳିବ ପକ୍କା ଘର । କୌଣସି କାରଣରୁ ପିଏମ୍ ଆବାସରୁ ବଞ୍ଚିତ ହେଉଥିବା ଯୋଗ୍ୟ ହିତାଧିକାରୀଙ୍କୁ ଘର ଯୋଗାଇ ଦେବେ ରାଜ୍ୟ ସରକାର । ଏ ନେଇ ରାଜ୍ୟ କ୍ୟାବିନେଟ୍ ପୂର୍ବରୁ ନେଇଛି । ଘର ନଥିବା ଗରିବ ଗୁରୁବାଙ୍କୁ ରାଜ୍ୟ ସରକାର ଅନ୍ତ୍ୟୋଦୟ ଯୋଜନାରେ ପକ୍କା ଘର ଯୋଗାଇ ଦେବେ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଏଥିସହ ପଢ଼ନ୍ତୁ: ଏପ୍ରିଲ ପହିଲା ଯାଏଁ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ କୋହଳ କଲେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ

ପିଏମ୍ ଆବାସ ଭଳି ଅନ୍ତ୍ୟୋଦୟ ଯୋଜନାରେ ଘର ନିର୍ମାଣ ହେବ । ଅନ୍ତ୍ୟୋଦୟ ଯୋଜନାରେ ଘର ନିର୍ମାଣ ଲାଗି ମିଳିବ ୧ ଲକ୍ଷ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା । ଯୋଜନାରେ ଅନୁନ୍ୟ ୨ ଲକ୍ଷ ୨୫ ହଜାର ନୂତନ ପକ୍କା ଘର ଆସନ୍ତା ୩ ବର୍ଷରେ ନିର୍ମାଣ ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆଗୁଆ ଘର ସାରିଲେ ବୋନସ ମିଳୁଛି, ଅନ୍ତ୍ୟୋଦୟରେ ବି ମିଳିବ । ୪ ମାସ ମଧ୍ୟରେ ଘର କାର୍ଯ୍ୟ ସରିଲେ ୨୦ ହଜାର, ୬ ମାସରେ ଘର କଲେ ୧୦ ହଜାର ଟଙ୍କା ବୋନସ ଦେବେ ସରକାର ।

ଅନ୍ତ୍ୟୋଦୟ ଯୋଜନାରେ ପରିବାରରେ ସଂଜ୍ଞାକୁ ସରଳୀକରଣ କରାଯାଇଛି । ଯେଉଁଥିରେ ପରିବାର ଅର୍ଥ ସ୍ଵାମୀ, ସ୍ତ୍ରୀ ଓ ନିର୍ଭରଶୀଳ ପିତାମାତା ଓ ସନ୍ତାନ । ଏହା ଦ୍ଵାରା ସୃଷ୍ଟି ହେଉଥିବା ନୂଆ ପରିବାର ଯୋଜନାରେ ଉପକୃତ ହେବେ । ଅନ୍ତ୍ୟୋଦୟ ପାଇଁ ୭ ହଜାର ୫୫୦ କୋଟି ଟଙ୍କା ବ୍ୟୟବରାଦ କରାଯିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Pucca Houses: ଗରିବଙ୍କ ମୁଣ୍ଡକୁ ମିଳିବ ଛାତ; ଏଇ ମାସରେ ୧୦ ଲକ୍ଷ ପକ୍କା ଘର ବାଣ୍ଟିବେ ସରକାର | Argus News