ନିଆଁ ଲାଗି ୧୦ଟି ଦୋକାନ ପୋଡି ପାଉଁଶ
·2 years ago

ପୁରୀ: ପିପିଲିରେ ଭୟାବହ ଅଗ୍ନିକାଣ୍ଡ । ଦାଣ୍ଡମୁକୁନ୍ଦପୁର ବଜାରରେ ବିଳମ୍ବିତ ରାତିରେ ନିଆଁ ଲାଗି ୧୦ଟି ଦୋକାନ ପୋଡି ପାଉଁସ ହୋଇଥିବା ସୂଚନା। 15 ଲକ୍ଷ ରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଛି। ଗ୍ରୋସରୀ ଦୋକାନ, ଭେରାଇଟ ଷ୍ଟୋର,ପରିବା ଦୋକାନ ୨ ଟା, ଜଳଖିଆ ଦୋକାନ, ପାନ ଦୋକାନ, ରେଡ୍ଡୀମେଡି ଡ୍ରେସ୍ ଦୋକାନ,ମାଛ ଦୋକାନ ପୋଡି ପାଉଁଶ ହୋଇଯାଇଥିବା ସୂଚନା।
.png)
ବିଦ୍ୟୁତ ସଟ୍ ସର୍କିଟ ରୁ ଏହି ନିଆଁ ଲାଗିଥିବା ସୂଚନା ରହିଛି। ତେବେ ଦମକଳ ପହଞ୍ଚିବାରେ ବିଳମ୍ବ ପାଇଁ ଆହୁରି ଭୟାବହ ହୋଇଥିଲା ଅଗ୍ନିକାଣ୍ଡ। ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ ଘଟଣାସ୍ଥଳରେ ପରିଦର୍ଶନ କରିବା ସହ ଅଗ୍ନିକାଣ୍ଡ ରେ କ୍ଷତିଗ୍ରସ୍ତ ହୋଇଥିବା ବିପନ୍ନଙ୍କୁ ଭେଟି ଆଶ୍ୱାସନା ଦେଇଛନ୍ତି।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: