Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ସୁଜ୍ଞାନ କୁମାରୀଙ୍କୁ ଅନ୍ତିମ ବିଦାୟ 

Odisha

ସୁଜ୍ଞାନ କୁମାରୀଙ୍କୁ ଅନ୍ତିମ ବିଦାୟ 

Manini Pattanayak
Browse all articles by Manini Pattanayak
·2 years ago·1 min read
ସୁଜ୍ଞାନ କୁମାରୀଙ୍କୁ ଅନ୍ତିମ ବିଦାୟ 

 ଭୁବନେଶ୍ୱର: 10 ଥରର ବିଧାୟିକା, ଖଲ୍ଲିକୋଟ ରାଜପରିବାରର ମହାରାଣୀ। ସୁଜ୍ଞାନ କୁମାରୀଙ୍କୁ ଅନ୍ତିମ ବିଦାୟ। ଖଲ୍ଲିକୋଟସ୍ଥିତ ରାଜପରିବାର ଶ୍ମଶାନରେ ରାଜପରିବାରର ପରମ୍ପରା ଅନୁସାରେ ରାଣୀଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଛି। ଖଲ୍ଲିକୋଟ ନିର୍ମଳଝର ବାସଭବନରୁ ଶ୍ମଶାନ ଅଭିମୁଖେ 3 କିଲୋମିଟର ବ୍ୟାପୀ ହୋଇଥିଲା ତାଙ୍କର ଶେଷ ଶୋଭାଯାତ୍ରା। ରାଣୀଙ୍କର ଅନ୍ତିମ ଦର୍ଶନ ପାଇଁ ରାସ୍ତାର ଶହ ଶହ ଲୋକ ଏକାଠି ହୋଇଥିଲେ। ରାଣୀ ମା ଅମର ରହେ ଧ୍ବନିରେ ପ୍ରକମ୍ପିତ ହେଉଥିଲା ସମଗ୍ର ଅଞ୍ଚଳ। 

ଆଜି ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ପହଞ୍ଚି ରାଣୀ ମାଆଙ୍କର ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସୁଜ୍ଞାନ କୁମାରୀ ଦେଓଙ୍କର ଶୁକ୍ରବାର ରାତିରେ ପରଲୋକ ହୋଇଥିଲା। ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ଗତକାଲି ତାଙ୍କ ମରଶରୀର ଆସି ଭୁବନେଶ୍ବରରେ ପହଞ୍ଚିବା ପରେ ବିଜେଡିର ରାଜ୍ୟ କାର୍ଯ୍ୟାଳୟ ଓ ପରେ ବିଧାନସଭା ପରିସରକୁ ନିଆଯାଇଥିଲା। ସେଠାରେ ବାଚସ୍ପତି ଓ ବିଧାୟକ ମାନେ ତାଙ୍କୁ ଶ୍ରଦ୍ଧାଂଜଳି ଜଣାଇଥିଲେ । 
 ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
10-time-mla-empress-of-khallikot-royal-family-a-final-farewell-to-sugyana-kumari- | Argus News