Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାସ୍ତା ଅପେକ୍ଷାରେ ୧୦ ଗାଁ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ରାସ୍ତା ଅପେକ୍ଷାରେ ୧୦ ଗାଁ

Key Points

ଦୁର୍ଗମରେ ବାଟ ହୁଡୁଛି ବିକାଶ 
ରାସ୍ତା ଅପେକ୍ଷାରେ ୧୦ ଗାଁ
ଗାଁକୁ ଆଜି ଯାଏଁ ହୋଇପାରିନି ପକ୍କା ରାସ୍ତା
ଦୁର୍ଦ୍ଦଶା ଭୋଗୁଛନ୍ତି ଝାଙ୍କାରଗୁଡାବାସୀ 

ଅର୍ଗସ ବ୍ୟୁରୋ:  ପଟ୍ଟାଙ୍ଗି ବ୍ଲକର ଚନ୍ଦକା ପଂଚାୟତର ଦୃଶ୍ୟ। ପଞ୍ଚାୟତର ଅନେକ ଗାଁକୁ ଆଜି ଯାଏଁ ହୋଇ ପାରିନି ପକ୍କାରାସ୍ତା। କାଦୁଅ ପଚପଚ ରାସ୍ତାରେ ଆତଯାତ କରୁଛନ୍ତି ପଞ୍ଚାୟତର ଲୋକେ। ସ୍ଥାନେସ୍ଥାନେତ ଅବସ୍ଥା ଏମିତି ଗୋଡ ପସିଲେ ବାହାରୁନି ମାତ୍ର ରାସ୍ତା ନଥିବାରୁ ଏହି ରାସ୍ତା ପାଲଟିଛି ଲାଇଫ ଲାଇନ୍। ରାସ୍ତା କହିଲେ ଖାଲ-ଢିପ ପଥୁରିଆ ସକିର୍ଣ୍ଣ ମାଟି ଜଙ୍ଗଲ ରାସ୍ତା। ବର୍ଷ ତମାମ ଏହି ରାସ୍ତା ପାଇଁ ଲୋକେ ନାନା ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ବର୍ଷା ଦିନେ ଏଠି ରାସ୍ତା ଶ୍ରୁଷ୍ଟି କରେ ବିଲର ଭ୍ରମ।  ଏହି କାଦୁଅ ପାଇଁ ବେଳେବେଳେ ବାହ୍ୟଜଗତରୁ ବିଛିନ୍ନ ହୋଇଯାଇଥାନ୍ତି ଅଞ୍ଚଳବାସୀ। ସ୍ଥାୟୀ ପକ୍କାରାସ୍ତା ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲେବି ଆଜି ଯାଏଁ ରାସ୍ତା ତିଆରି କରି ପାରିନି ପ୍ରଶାସନ। ଫଳରେ ରାସ୍ତା ବିନା ଏକ ପ୍ରକାର ଅଭିଷପ୍ତ ଜୀବନ ବଞ୍ଚୁଛନ୍ତି ଅଞ୍ଚଳବାସୀ।

"ମା କୁ ସମ୍ନାନ ଓ ଗାଁ କୁ ରାସ୍ତା " ର ନାରା ନେଇ ୨୪ ବର୍ଷ ଶାସନ ଗାଦିରେ ରହିଲେ ବିଜେଡି ସରକାର । ହେଲେ ଗାଁକୁ ହୋଇ ପାରିଲାନି ରାସ୍ତା। ଅସ୍ଥାୟୀ କଚ୍ଚା ରାସ୍ତାରେ ଜୀବନକୁ ବାଜିରେ ଲଗାଇ ଆତଯାତ କରୁଛନ୍ତି ଦୁର୍ଗମବାସୀ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
10 villages waiting for the road | Argus News