Odisha News / ଅଜଣା ରୋଗରେ ପୀଡ଼ିତ ୧୦ ବର୍ଷର ନିହାର, ପୁଅର ଚିକିତ୍ସା ପାଇଁ ସର୍ବସ୍ୱ ହରାଇଲେଣି ବାପା ମା'
·2 hours ago·3 min read

Key Points
ଅଜଣା ଜଟିଳ ରୋଗ ନିହାର ରଞ୍ଜନ ବେହେରାଙ୍କ ଜୀବନକୁ ଦୁର୍ବିଷହ କରିଦେଇଛି
ବେଗୁନିଆ : ବୟସ ମାତ୍ର ୧୦ ବର୍ଷ । ଏହି ବୟସରେ ହାତରେ ବହି ଧରି ପାଠ ପଢ଼ିବା ଓ ସାଙ୍ଗସାଥୀଙ୍କ ସହ ଖେଳକୁଦ କରିବା କଥା । କିନ୍ତୁ ଅଜଣା ଜଟିଳ ରୋଗ ନିହାର ରଞ୍ଜନ ବେହେରାଙ୍କ ଜୀବନକୁ ଦୁର୍ବିଷହ କରିଦେଇଛି । ପୁଅକୁ ସୁସ୍ଥ କରିବା ପାଇଁ ସଞ୍ଚିତ ଅର୍ଥ ଶେଷ କରିବା ସହ ଜମିବାଡ଼ି ବିକ୍ରି କରିଦେଇଛନ୍ତି ବାପା । ତଥାପି ପୁଅ ସୁସ୍ଥ ହୋଇପାରିନାହିଁ । ଏବେ ଅର୍ଥାଭାବରେ ପୁଅର ଚିକିତ୍ସା ଜାରି ରଖିବା ଓ ପରିବାର ଚଳାଇବା ନିହାତି କଷ୍ଟକର ହୋଇପଡ଼ିଛି । ଏଭଳି ଏକ ହୃଦୟବିଦାରକ ଘଟଣା ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ମରଦାବାଡ଼ି ଗ୍ରାମର । ନିହାରଙ୍କୁ ଏବେ ସହାୟତାର ଆବଶ୍ୟକତା ରହିଛି ।
ପରିବାର ସୂତ୍ରରୁ ଜଣାପଡ଼ିଛି ଯେ, ପିଲାବେଳେ ନିହାର ସ୍ୱାଭାବିକ ଥିଲେ । ପ୍ରାୟ ୮ ମାସ ତଳେ ରାତିରେ ଖଟରୁ ପଡ଼ିଯିବା ପରେ ତାଙ୍କ ଜୀବନରେ ଆସିଥିଲା ଅଚାନକ ପରିବର୍ତ୍ତନ । ପରଦିନ ବୋଲଗଡ଼ ପଞ୍ଚାୟତ କାର୍ଯ୍ୟାଳୟକୁ ରାସନ ଚାଉଳ ଆଣିବାକୁ ଯାଇଥିବା ବେଳେ ସେ ଆଉ ଚାଲି ପାରିନଥିଲେ । ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା।
ଭୁବନେଶ୍ୱର ଏମ୍ସରେ ମାସ ମାସ ଧରି ଆଇସିୟୁରେ ରହିଲେ ହେଲେ ସୁସ୍ଥ ହୋଇପାରିଲେ ନାହିଁ । ବର୍ତ୍ତମାନ ଘରେ ରହି ଫିଜିଓଥେରାପି ନେଉଛନ୍ତି ।ପୁଅର ଚିକିତ୍ସା ପାଇଁ ବାପା ନିଜ ଜମି ବିକ୍ରି କରିବା ସହ ପରିବାରର ସମସ୍ତ ସଞ୍ଚିତ ଅର୍ଥ ଖର୍ଚ୍ଚ କରିସାରିଛନ୍ତି । ତଥାପି ଦୁଃଖର ଅନ୍ତ ହେଉନାହିଁ । ବାପା ଦିନ ମଜୁରିଆ ଭାବେ କାମ କରି ଦିନକୁ ପ୍ରାୟ ୪୦୦ ଟଙ୍କା ରୋଜଗାର କରୁଥିବା ବେଳେ ପୁଅର ଦୈନିକ ଫିଜିଓଥେରାପି ପାଇଁ ପ୍ରାୟ ୫୦୦ ଟଙ୍କା ଖର୍ଚ୍ଚ ହେଉଛି । ଫଳରେ ରୋଜଗାରଠାରୁ ଚିକିତ୍ସା ଖର୍ଚ୍ଚ ଅଧିକ ହୋଇଯାଉଛି । ପୁଅର ଚିକିତ୍ସା ସହ ପରିବାରର ଦୈନନ୍ଦିନ ଖର୍ଚ୍ଚ ତୁଲାଇବା ଏବେ ଏହି ଅସହାୟ ପରିବାର ପାଇଁ ବଡ଼ ଆହ୍ୱାନ ପାଲଟିଛି । ଏଭଳି ପରିସ୍ଥିତିରେ ସହାୟତା ଆଶା ନେଇ ନିହାର ବୋଲଗଡ଼ ବ୍ଲକରେ ଆୟୋଜିତ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି ଶିବିରରେ ପହଞ୍ଚିଥିଲେ । ତାଙ୍କ ଦୁଃଖଦ କାହାଣୀ ଜାଣିବା ପରେ ଜିଲ୍ଲା ପ୍ରଶାସନ ସହାୟତାର ହାତ ବଢ଼ାଇଥିଲା।
ଶିବିରରେ ଖୋର୍ଦ୍ଧା ଏସ୍ପି ପରମାର ସ୍ମିଥ ପୁରୁଷୋତ୍ତମଦାସଙ୍କ ନଜର ହ୍ୱିଲଚେୟାରରେ ବସିଥିବା ନିହାରଙ୍କ ଉପରେ ପଡ଼ିଥିଲା । ସେ ନିହାରଙ୍କ ନିକଟକୁ ଯାଇ ତାଙ୍କ ସମସ୍ୟା ବୁଝିଥିଲେ । ଜିଲ୍ଲାପାଳ ରେଡକ୍ରସ ପାଣ୍ଠିରୁ ୨୫ ହଜାର ଟଙ୍କାର ଚେକ୍ ପ୍ରଦାନ କରିଥିବା ବେଳେ ଏସ୍ପି ନିଜ ପକ୍ଷରୁ ୫ ହଜାର ଟଙ୍କା ଏବଂ ବୋଲଗଡ଼ ତହସିଲଦାର ବିଜୟ କୁମାର ସେଠୀ ୫ ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ । ପ୍ରଶାସନର ଏହି ମାନବିକ ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଉଛି । ତେବେ ଏହି ସହାୟତା ନିହାରଙ୍କ ଚିକିତ୍ସା ପାଇଁ ଏକ ଆଶାର କିରଣ ହୋଇଥିଲେ ମଧ୍ୟ ତାଙ୍କର ଦୀର୍ଘକାଳୀନ ଚିକିତ୍ସା ପାଇଁ ଅଧିକ ସହଯୋଗର ଆବଶ୍ୟକତା ରହିଛି। ପୁଅକୁ ନେଇ ବାପାମାଆ ଅନେକ ସ୍ୱପ୍ନ ଦେଖିଥିଲେ । ବୟସ ବଢ଼ିବା ସହ ପୁଅ ପାଠ ପଢ଼ିବ, ନିଜ ଗୋଡ଼ରେ ଠିଆ ହେବ ଏବଂ ବଡ଼ ହୋଇ ବାପାମାଆଙ୍କ ବାର୍ଦ୍ଧକ୍ୟର ସାହାରା ହେବ ବୋଲି ଆଶା ରଖିଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କିନ୍ତୁ ଆଜି ପୁଅର ଚିକିତ୍ସା ପାଇଁ ସେମାନଙ୍କୁ ଅନ୍ୟମାନଙ୍କ ସହାୟତା ଲୋଡ଼ିବାକୁ ପଡ଼ୁଛି । ନିହାରଙ୍କ ମା’ ହୀରାମଣି କହିଛନ୍ତି ଜନ୍ମରୁ ସବୁ ଠିକଠାକ ଚାଲିଥିଲା କିନ୍ତୁ ଆଠ ମାସ ହେବ ଅଜଣା ରୋଗ ପାଇଁ ସେ ଏମିତି ହୋଇଛିଯାଇଛି । ନା କିଛି କହି ପାରୁଛି ନା ଆମକୁ ଚିହ୍ନି ପାରୁଛି । ଆଉ ଚିକିତ୍ସା ପାଇଁ ବିଲ ବାଡ଼ି ଯାହା ଥିଲା ସବୁ ବିକି ସାରିଲୁଣି ପାଖରେ କିଛି ନାହିଁ । ପ୍ରଶାସନ ପକ୍ଷରୁ ନିହାରଙ୍କୁ ସାହାଯ୍ୟ କରିବାକୁ ନିବେଦନ କରାଯାଇଛି।
Related Topics
Explore more stories