Odisha News / ଦୁର୍ଘଟଣାରେ ଚାଲି ଯାଇଥିଲା ଜୀବନ; ଅଙ୍ଗଦାନ କରି ୨ ଜଣଙ୍କୁ ଦେଲା ନୂଆ ପ୍ରାଣ
·24 mins ago·2 min read

Key Points
୧୦ ବର୍ଷର କୁନି ଝିଅ, ମୃତ୍ୟୁ ପରେ ୨ ଜଣଙ୍କୁ ଦେଲା ଜୀବନ । କୁନି ଝିଅର ମୃତ୍ୟୁ ପରେ କିଡନୀ ଓ ଯକୃତ ଦାନ କରିଛନ୍ତି ପରିବାର ଲୋକ ।
ପୁରୀ: ସାନ ସିନା ଦାନ ତା ମହାନ । ଏହି ଉକ୍ତିକୁ ସାର୍ଥକ କରିଛନ୍ତି ୧୦ ବର୍ଷର କୁନି ଝିଅ । ମୃତ୍ୟୁ ପରେ କୁନି ଝିଅର କିଡନୀ ଓ ଯକୃତ ଦାନ କରିଛନ୍ତି ପରିବାର ଲୋକ । ଫଳରେ କୁନି ଝିଅର କିଡନୀ ଓ ଯକୃତ ଯୋଗୁଁ ଆଉ ୨ ଜଣଙ୍କୁ ନୂଆ ଜୀବନ ମିଳିଛି । ସ୍ୱର୍ଗଦ୍ୱାରରେ କୁନି ଝିଅର ମୃତଦେହ ସତ୍କାର ବେଳେ ଦିଆ ଯାଇଛି ଗାର୍ଡ ଅଫ୍ ଅନର୍ ।
କୁନି ଝିଅର ଅକାଳ ବିୟୋଗରେ ପରିବାର ଲୋକେ ଭାଙ୍ଗି ପଡ଼ିଥିବା ବେଳେ ବଡ଼ ପଦକ୍ଷେପ ନେଇଛନ୍ତି । ମୃତ ଝିଅ ଗଞ୍ଜାମର ଦିବ୍ୟାଶୀ ପାତ୍ର । ସୂଚନା ଅନୁସାରେ, ଚଳିତ ମାସ ୧ ତାରିଖରେ ଭୁବନେଶ୍ଵରର ଡମଣାହାଟ ଠାରେ ଏକ ଦୁର୍ଘଟଣାରେ ଏହି କୁନି ଝିଅ ଓ ତାର ପିତା ଗୁରୁତର ହୋଇଥିଲେ ।
ସେମାନେ ବାଇକ୍ରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଏକ କାର୍ ଧକ୍କା ଦେଇଥିଲା । କୁନି ଝିଅ ଗୁରୁତର ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଥିଲେ । ତାଙ୍କ ବାପାଙ୍କ ହାତ ଭାଙ୍ଗି ଯିବାରୁ ସେ ମଧ୍ୟ ଚିକିତ୍ସିତ ଥିଲେ । ଚିକିତ୍ସା ପରେ ବାପା ସୁସ୍ଥ ହୋଇଛନ୍ତି । ହେଲେ ମେଡିକାଲ୍ ଶଯ୍ୟାରେ ଜୀବନ ମରଣ ସହ ସଂଘର୍ଷ କରି ଶେଷରେ କୁନି ଝିଅଟି ଆଖି ବୁଜି ଦେଇଥିଲା ।
ଏଥିସହ ପଢ଼ନ୍ତୁ: ବାତ୍ୟା 'ଅର୍ଣ୍ଣବ' ପରଠୁ ନିଖୋଜ ଶିକ୍ଷକ ଉଦ୍ଧାର; ପାଣି ପିଇ ୧୫ ଦିନ ଜୀବନ ସହ ସଂଗ୍ରାମ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମୃତ ଦିବ୍ୟାଶୀ ଭୁବନେଶ୍ଵର ଚନ୍ଦ୍ରଶେଖରପୁର ଠାରେ ଥିବା ଡିଏଭି ସ୍କୁଲରେ ପାଠ ପଢ଼ୁଥିଲୋ । ତାଙ୍କ ବାପା ଏଠାରେ କାର୍ଯ୍ୟ କରୁଥିଲେ । ତାଙ୍କ ମାଆ ମଧ୍ୟ ଶିକ୍ଷୟିତ୍ରୀ । ଏକମାତ୍ର ଶିଶୁକୁ ହରାଇ ବାପା, ମାଆ ଓ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି । କୁନି ଝିଅର ଅନ୍ତିମ ସଂସ୍କାର ବେଳେ ସ୍ଵର୍ଗଦ୍ଵାରରେ ଶୋକର ଛାୟା ସ୍ପଷ୍ଟ ବାରି ହୋଇପଡ଼ିଥିଲା ।
କୁନି ଝିଅର ବାପା ସଂଗ୍ରାମ ପାତ୍ର ଓ ମାଆ ଅନ୍ତିମ ସଂସ୍କାର ବେଳେ ଉପସ୍ଥିତ ଥିଲେ । ମାମୁ ଦେବବ୍ରତ ପାତ୍ର ମୁଖାଗ୍ନି ଦେଇଥିଲେ । ସ୍ଵର୍ଗଦ୍ଵାର ସେବା ସମିତି ପକ୍ଷରୁ ଏହି ଶିଶୁର ଶେଷ କୃତ୍ୟ ନିମନ୍ତେ ସମସ୍ତ ସୁବନ୍ଦୋବସ୍ତ କରାଯାଇଥିଲା । କୁନି ଝିଅର ଅବଦାନ ନିମନ୍ତେ ତାଙ୍କର ଆତ୍ମାର ସଦଗତି କାମନା ସହ ପୋଲିସ ବାହିନୀ ପକ୍ଷରୁ ସ୍ୱର୍ଗଦ୍ୱାର ଠାରେ ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା ।
ଦିବ୍ୟାଶୀ ସିନା ଅଫେରା ରାଇଜକୁ ଚାଲି ଯାଇଛି । ହେଲେ ଦୁଇଜଣଙ୍କୁ ଅଙ୍ଗଦାନ କରି ଅମର ହୋଇ ରହି ଯାଇଛି । ଛୋଟ ବୟସରେ ସମାଜକୁ ଦେଇ ଯାଇଛି ବଡ଼ ବାର୍ତ୍ତା । ଦିବ୍ୟାଶୀର ଏହି ପ୍ରେରଣା, ତ୍ୟାଗ, ମାନବିକତା ଓ ମୂଲ୍ୟବୋଧର ଉଦାହରଣ ହୋଇ ରହିବ ।