Miracle / ବାତ୍ୟା 'ଅର୍ଣ୍ଣବ' ପରଠୁ ନିଖୋଜ ଶିକ୍ଷକ ଉଦ୍ଧାର; ପାଣି ପିଇ ୧୫ ଦିନ ଜୀବନ ସହ ସଂଗ୍ରାମ
·54 mins ago·2 min read

Key Points
ଦୁବାର ପ୍ରାଥମିକ ସ୍କୁଲର ଶିକ୍ଷକ ମୋହନ ମହାରଣା
ଫ୍ଲାସ ଫ୍ଲଡରେ ଭାସି ଯାଇ ପଥର ଖୋଲରେ ଲାଖିଥିଲେ
୪ ଦିନ ତଳେ ମୋହନ ପତ୍ନୀ ଥାନାରେ ନିଖୋଜ ଅଭିଯୋଗ କରିଥିଲେ

ବାଲିଗୁ଼ଡ଼ା (କନ୍ଧମାଳ): ରଖେ ହରି ତ ମାରେ କିଏ । ୧୫ ଦିନ ପରେ ଜୀବିତ ଉଦ୍ଧାର ହେଲେ ନିଖୋଜ ଶିକ୍ଷକ । ବାତ୍ୟା ଅର୍ଣ୍ଣବ ପରେ ଆସିଥିବା ଫ୍ଳାଶ ଫ୍ଳଡ୍ରେ ଭାସି ଯାଇଥିବା ଜଣେ ଶିକ୍ଷକଙ୍କୁ ଶନିବାର କନ୍ଧମାଳ ଜିଲ୍ଲା ରାଇକିଆ ପୋଲିସ୍ ଜୀବିତ ଭାବେ ଉଦ୍ଧାର କରିଛି । ଉଦ୍ଧାର ହୋଇଥିବା ଶିକ୍ଷକଙ୍କ ନାଁ ମୋହନ ମହାରଣା ।
ବାତ୍ୟା ପ୍ରଭାବରେ ଗିଡ଼ିପାବାଲିରେ ଭୂସ୍ଖଳନ ହୋଇଥିଲା । ଗିଡିପାବାଲି ଠାରୁ ମାତ୍ର କିଛି ଦୂରରେ ଥିବା ଦୁବା ଠାରେ ବି ନଈ ପାଣି ମାଡ଼ି ଆସିଥିଲା । ଇନ୍ଦ୍ରଗଡ଼ ପଞ୍ଚାୟତ ଦୁବାର ଏକ ପ୍ରାଥମିକ ସ୍କୁଲର ଶିକ୍ଷକ ଥିଲେ ମୋହନ ମହାରଣା । ଆଶଙ୍କା କରାଯାଉଛି, ସେହି ଫ୍ଳାଶ ଫ୍ଳଡ୍ରେ ସେ ଭାସି ଯାଇ ଏକ ପଥର କୋରଡ଼ରେ ଲାଖି ରହିଥିଲେ ।
ଏଥିସହ ପଢ଼ନ୍ତୁ: ଆସିଲା ସମ୍ଭାବ୍ୟ ବାତ୍ୟାର ଗତିପଥ; ଓଡ଼ିଶାକୁ ଅରେଞ୍ଜ ଆଲର୍ଟ
ଅଖିଆ ଅପିଆ ସେମିତି ସେଠାରେ ସେ ମୃତ୍ୟୁ ସହ ସଂଗ୍ରାମ କରୁଥିଲେ । ୪ ତାରିଖ ଦିନ ମୋହନଙ୍କ ପତ୍ନୀ ରାଇକିଆ ଥାନାରେ ସ୍ଵାମୀ ନିଖୋଜ ନେଇ ଅଭିଯୋଗ କରିବା ପରେ ଆରମ୍ଭ ହୋଇଥିଲା ତଲାସୀ ଅଭିଯାନ । ତେବେ କୌଣସି ଖୋଜ ଖବର ମିଳୁ ନଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦୁଇଦିନ ତଳେ ଭୂସ୍ଖଳନ ପାଇଁ ରିଲିଫ୍ କ୍ୟାମ୍ପରୁ ଗାଁକୁ ଫେରିଥିବା ସେହି ଆଖପାଖ ଗାଁ ଲୋକେ ମୋହନଙ୍କୁ ଦେଖି ପୋଲିସକୁ ଆସି ଖବର ଦେଇଥିଲେ । ଶନିବାର ପୋଲିସ୍ ମୋହନଙ୍କୁ ଉଦ୍ଧାର କରିଛି । ରାଇକିଆ ଥାନା ଅଧିକାରୀ ସ୍ବର୍ଣ୍ଣଲତା ପାତ୍ରଙ୍କ ନେତୃତ୍ବରେ ଆଜି ଚାରି ଜଣିଆ ପୋଲିସ୍ ଟିମ୍ ପାଖାପାଖି ୯ କିଲୋମିଟର ଚାଲି ଚାଲି ଯାଇ ପହଞ୍ଚିଥିଲେ ସେହି ପଥର ଖୋଲ ନିକଟରେ ।
ଶିକ୍ଷକ ମୋହନ ନିଜ ନାଁ ବ୍ୟତୀତ ଆଉ କିଛି କହିବାକୁ ଅସମର୍ଥ ଥିଲେ । ସଂକଟାପନ୍ନ ଅବସ୍ଥାରେ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ପୋଲିସ୍ ମୋହନଙ୍କୁ ପାହାଡ଼ ପରେ ପାହାଡ଼ ଡେଇଁ ଦୋଳା କରି ଆଣିଥିଲା ରାଇକିଆକୁ । ସେଠାରୁ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଫୁଲବାଣୀ ହସପିଟାଲ୍କୁ ସ୍ଥାନାନ୍ତର କରାଯାଇଛି ।
ଏଥିସହ ପଢ଼ନ୍ତୁ: ଇନ୍ଦ୍ରଗଡ଼ ଛାରଖାର୍; ଗାଁକୁ ଭସାଇ ନେଲା ସାଲକି ନଦୀ
ଗାଁକୁ ଭସାଇ ନେଲା ସାଲକି ନଦୀ
ବାତ୍ୟା 'ଅର୍ଣ୍ଣବ' ପ୍ରଭାବରେ ହୋଇଥିବା ବର୍ଷାରେ ସାଲକି ନଦୀ ଫୁଲିଥିଲା । ନଦୀ କୂଳରେ ଥିବା ୧୫ରୁ ଅଧିକ ଘର ସହ ପଞ୍ଚାୟତ ଅଫିସ୍କୁ ଗିଳି ନେଇଛି । ରାଇକିଆ ବ୍ଲକର ଇନ୍ଦ୍ରଗଡ଼ ପଞ୍ଚାୟତ ସହ ୧୫ଟି ଘର ସାଲକି ନଦୀର ପ୍ରଖର ସ୍ରୋତରେ ଭାସି ଯାଇଛି । ନୂତନ ଭାବେ ନିର୍ମାଣ ହେଇଥିବା ଗୋଦାମ ଗୃହ ମଧ୍ୟ ଭାସି ଯାଇଛି ।