୧୦ ବର୍ଷ ହେଲା ଦିବ୍ୟାଙ୍ଗ ହୋଇ ଶଯ୍ୟାଶାୟୀ ଯୁବତୀ, ସରକାରୀ ସହାୟତା କେବେ ?

ଅର୍ଗସ ବ୍ୟୁରୋ: ଅଜଣା ରୋଗ କଲା ଅଚଳ। କାମ କରୁନି ଗୋଡ ହାତ। ଅଧା ରହିଗଲା ପାଠପଢା ଏବେ ଖାଲି ବଞ୍ଚିବା ପାଇଁ ରୋଗ ସହ ସଂଗ୍ରାମ କରୁଛନ୍ତି ମିଥିଲା। ବଲାଙ୍ଗୀର କପିଲାଭଟା ପଞ୍ଚାୟତ ସନ୍ଧିସର ଗାଁର ମିଥିଲା ହଂସ । ୧୦ ବର୍ଷ ତଳେ ମିଥିଲା ରୋଗାଗ୍ରସ୍ତ ହୋଇ ପଡିଲେ। ପରେ ଗୋଡହାତ ଆଉ କାମ କଲା ନାହିଁ ଫଳରେ ଚଲାବୁଲା କରିପାରଲେ ନାହିଁ । ଏବେ ଭଲ ଭାବେ କଥା ମଧ୍ୟ ହୋଇ ପାରୁନାହାନ୍ତି ମିଥିଲା ।
ମିଥିଲାଙ୍କ ବାପାଙ୍କ ମୃତ୍ୟୁ ୨୦ ବର୍ଷ ତଳେ ହୋଇଥିବା ବେଳେ ମାଁ ସ୍କୁଲରେ ରୋଷେୟା ଭାବେ କାମ କରୁଛନ୍ତି । ସେଥିରେ ଯାହା ମିଳିଲେ ତାହା ହିଁ ପରିବାର ଚଳେ । ଜମିବାଡ଼ି କହିଲେ କିଛି ନାହିଁ। ଏମିତିରେ ମିଥିଲାଙ୍କ ଚିକିତ୍ସା ପାଇଁ ଏବେ ଅର୍ଥ ସାଜିଛି ବାଧକ। ଅଜଣା ରୋଗ ମିଥିଲାଙ୍କୁ କରି ଦେଇଛି ଅଚଳ, ଅର୍ଥ ଅଭାବରୁ ହୋଇ ପାରୁନି ଚିକିତ୍ସା...ଆପଣ ମାନେ ଚାହିଁଲେ ସହାୟତା ର ହାତ ବଢ଼ାଇ ପାରିବେ ।
ଗୋମତି ହଂସ,ବ୍ୟାଙ୍କ ଖାତା ନମ୍ବର- 36721566403
IFSC କୋଡ଼- SBINOO13623
ଅଧିକ ପଢ଼ନ୍ତୁ ଓଡିଶା ଖବର: