Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବନ୍ୟା ଜଳ କମିବା ପରେ ବି ଦୂର ହୋଇନି ବାଙ୍କୀ ଅଞ୍ଚଳ ଚାଷୀଙ୍କ ଦୁର୍ଦ୍ଦଶା

Smruti Parija
Browse all articles by Smruti Parija
·1 year ago·2 min read
ବନ୍ୟା ଜଳ କମିବା ପରେ ବି ଦୂର ହୋଇନି ବାଙ୍କୀ ଅଞ୍ଚଳ ଚାଷୀଙ୍କ ଦୁର୍ଦ୍ଦଶା

ଅର୍ଗସ ବ୍ୟୁରୋ: ଚିନ୍ତାରେ ଚାଷୀ । ମହାନଦୀରେ ବନ୍ୟା ଜଳ କମିବା ପରେ ବି ଦୂର ହୋଇନି ବାଙ୍କୀ ଅଞ୍ଚଳ ଚାଷୀଙ୍କ ଦୁର୍ଦ୍ଦଶା । ଗତ ମାସରେ ମହାନଦୀରେ ଦ୍ବିତୀୟ ବନ୍ୟା ଜଳ ପ୍ରବାହିତ ହେବା ଯୋଗୁ ଶାଖା ନଦୀ ଚନ୍ଦ୍ରପା ଓ କାଳିଗିରି କୂଳ ଲଂଘିବା ଫଳରେ ବାଙ୍କୀ ଅଞ୍ଚଳର ଶହ ଶହ ହେକ୍ଟର ଜମିରେ ପାଣି ମାଡ଼ ଯାଇଥିଲା । ୧୫ଦିନରୁ ଅଧିକ ସମୟ ଧରି କ୍ଷେତରେ ପାଣି ରହିଥିବାରୁ ଧାନ ଫସଲ ସହ ପନିପରିବା ଫସଲ ନଷ୍ଟ ହୋଇଯାଇଛି। ଋଣ କରି ଖରିଫ୍ ଧାନ ଫସଲ କରିଥିବା ଚାଷୀ ରୁଆ ପୋତା ପରେ ବେଉଷଣ କାମ ସାରିଥିଲେ । କିନ୍ତୁ ଲଗାଣ ବର୍ଷା ଚାଷୀଙ୍କ ଆଶା ଭାଙ୍ଗି ଦେଇଥିଲା । 

କେବଳ ବାଙ୍କୀ ବ୍ଲକ୍ ରେ  ୬ ହଜାର ୩ଶହ ୬୪ ହେକ୍ଟର ଜମି ରେ ଖରିଫ ଧାନ ଫସଲ ଚାଷ ହୋଇଥିଲା। ୩ ଶହ ୭୦  ହେକ୍ଟର ଜମିରେ ଅନ୍ୟ ଫସଲ କରିଥିଲେ ଚାଷୀ । ସେହିପରି ଡମପଡ଼ା ବ୍ଲକ୍ ର ୧୭ ଗୋଟି ପଞ୍ଚାୟତ ଓ ବାଙ୍କୀ ଏନ୍, ଏ, ସି, ରେ ୬ହଜାର ଦୁଇ ଶହ ହେକ୍ଟର ଜମିରେ ଧାନ ଫସଲ ହୋଇଥିଲା । ବନ୍ୟା ଜଳରେ ୧୩ ଶହ ୫୦ ହେକ୍ଟର ଧାନ ଫସଲ ଓ ୬୨ ହେକ୍ଟର କ୍ଷେତରେ ପରିବା ଫସଲ ନଷ୍ଟ ହୋଇଥିବା ନେଇ କୃଷି ଓ ରାଜସ୍ବ ବିଭାଗ ପକ୍ଷରୁ ରାଜ୍ୟ ସରକାର ଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ରିପୋର୍ଟ ପ୍ରଦାନ କରାଯାଇଛି । 

ବାଙ୍କୀ ବ୍ଲକ୍ ର କେନ୍ଦୁପଲ୍ଲୀ ଓ ବଲଭଦ୍ରପୁର ଗ୍ରାମ ପଞ୍ଚାୟତର ଗୌଡ ଛେଲିରେ ଜୁଣିଆଁ ନାଳରେ ପାଣି ମାଡ଼ି ଆସିବାରୁ ଘାଇ ହୋଇ ବହୁ ଜମି ରେ ବାଲିଚର ହୋଇଛି । କ୍ଷତିଗ୍ରସ୍ତ ଚାଷୀମାନେ ଏନେଇ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି । ରାଜସ୍ବ ନିରୀକ୍ଷକ ନିଜେ ନଆସି ଅନ୍ୟ ଲୋକଙ୍କୁ ତଦନ୍ତ କରିବାକୁ ପଠାଇଥିବାରୁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସେପଟେ ସମସ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି ବାଙ୍କୀ ଉପଜିଲ୍ଲାପାଳ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଲଗାଣ ବର୍ଷାରେ ବର୍ଷକର ଫସଲ ନଷ୍ଟ ହୋଇଥିବାରୁ ଚାଷୀଙ୍କ ଚିନ୍ତା ବଢୁଛି । ଏପରି ସମୟରେ ରାଜ୍ୟ ସରକାର ତୁରନ୍ତ କ୍ଷୟକ୍ଷତିର ଆକଳନ କରି ସହାୟତା ଯୋଗାଇ ଦେବାକୁ ଚାଷୀ ନିବେଦନ କରିଛନ୍ତି ।
 

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
100-acres-of-crop-damaged-in-cuttack-banki-area | Argus News