Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - 5ଟି ନାଁରେ ସବୁ ଲୁଟି ଖାଉଥିଲେ କି ଭୈରବ ପାଣ୍ଡିଆନ୍

Odisha

5ଟି ନାଁରେ ସବୁ ଲୁଟି ଖାଉଥିଲେ କି ଭୈରବ ପାଣ୍ଡିଆନ୍

Manini Pattanayak
Browse all articles by Manini Pattanayak
·1 year ago·2 min read
5ଟି ନାଁରେ ସବୁ ଲୁଟି ଖାଉଥିଲେ କି ଭୈରବ ପାଣ୍ଡିଆନ୍

ବାଲେଶ୍ୱର:  ବାଲେଶ୍ବରରେ 5-T ସ୍କୁଲ ରୂପାନ୍ତରୀକରଣ ନାଁରେ 100 କୋଟିର ସ୍କାମ୍। ଅର୍ଗସ ହାତରେ ବିଜେଡି ସରକାରର ବଡ଼ ଘୋଟାଲାର eXCLUCIVE ଦସ୍ତାବିଜ୍....ଯଦି ଗୋଟିଏ ଜିଲ୍ଲାରେ 100 କୋଟି, ପୁରା ରାଜ୍ୟରେ କେତେ ...ପୂର୍ବତନ 5T ସଚିବ ଏବେ କେଉଁଠି ? 5ଟି ନାଁରେ ସବୁ ଲୁଟି ଖାଉଥିଲେ କି ଭୈରବ ପାଣ୍ଡିଆନ୍। ଲୁଟେରାଙ୍କ ଅଣ୍ଟା ଭାଙ୍ଗିବେ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ...ପ୍ରମାଣ ଜଳ ଜଳ, ଆକ୍ସନକୁ ଅପେକ୍ଷା। ଲେଶ୍ବରରେ 5ଟି ସ୍କୁଲ ରୂପାନ୍ତରୀକରଣ ନାଁରେ 100 କୋଟିର ସ୍କାମ୍। 5ଟି ସ୍କୁଲ ରୁପାନ୍ତରୀକରଣ ନାଁରେ 100 କୋଟି ଟଙ୍କାର ଦୁର୍ନୀତି । ଅର୍ଗସ ହାତରେ ଲାଗିଛି ବିଜେଡି ସରକାରର ମହାଦୁର୍ନୀତିର ବଡ଼ ପ୍ରମାଣ । 5ଟି ସ୍କୁଲକୁ ପ୍ରଥମେ 45 ଲକ୍ଷ ଏବଂ ପରେ 20 ଲକ୍ଷ ଟଙ୍କା ଯାଇଛି ସ୍କୁଲ ରୁପାନ୍ତରୀକରଣ ପାଇଁ । 3 ମାସରେ କାମ ସରିଛି ସତ । କିନ୍ତୁ ଖର୍ଚ୍ଚ ଟଙ୍କାର ହିସାବ ମିଳୁନି। ଶହ ଶହ ନକଲି ବିଲ ।  

ସୂଚନା ଅଧିକାର ଆଇନ ବଳରେ ମିଳିଥିବା ଏହି ତଥ୍ୟ ଉପରେ ନଜର ପକାନ୍ତୁ । 2021 ମସିହା 26 ଏପ୍ରିଲରେ ବାଲେଶ୍ବର ଜିଲ୍ଲାପାଳ ଜିଲ୍ଲାର ସମସ୍ତ ବିଡିଓ ମ୍ୟୁନିସିପାଲଟି ଓ ଏନଏସି ଅଧିକାରୀଙ୍କୁ ଚିଠି ଲେଖିଲେ 3 ମାସ ମଧ୍ୟରେ 45ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ । ପୁଣିଥରେ 2021 ମସିହା ଡିସେମ୍ବର 16 ତାରିଖରେ ଜିଲ୍ଲାର ୧୮୭ ୫ଟି ବିଦ୍ୟାଳୟକୁ ଜିଲ୍ଲାପାଳ ଚିଠି କଲେ ୨୦ଲକ୍ଷ ଟଙ୍କା ବିଡିଓ ଆକାଉଣ୍ଟକୁ ପଠାଇବା ପାଇଁ। ଆଶ୍ଚର୍ଯ୍ୟଜନକ ଭାବେ 3ମାସ ମଧ୍ୟରେ ସମସ୍ତ କାମ ଶେଷ ହେଲା । ଏବେ ନଜର ପକାନ୍ତୁ କାମ ହୋଇଥିବା ବିଲ ଉପରେ । ଶହ ଶହ ନକଲି ବିଲ । କେଉଁ ବିଲରେ ତାରିଖ ଅଛି ତ  କେଉଁଠି ତାରିଖ ନାହିଁ । କେଉଁଠି ଜିଏସଟି ଅଛି ତ କେଉଁଠି ଜିଏସଟି ନାହିଁ ।  ଲକ୍ଷ୍ମୀ ନାରାୟନ ଏଣ୍ଟରପ୍ରାଇଜେସ । ଏହି ଠାରୁ କିଣା ହୋଇଥିବା ସାମଗ୍ରୀର ଇଏ ହେଉଛି ବିଲ୍ । ସିରିଏଲ ନଂ ରହିଛି ୧୮୫୦। ଏକ ଲକ୍ଷ ୬୮ ହଜାର ୯୩୦ ଟଙ୍କାରେ କିଣା ହୋଇଛି ସାମଗ୍ରୀ । ଜଳେଶ୍ବର ବିଡିଓ ମଧ୍ୟ ଏହାକୁ ପାଶ୍ କରିଛନ୍ତି । ହେଲେ ନା ଅଛି ଏହି ବିଲରେ ତାରିଖ ନା ବିଦ୍ୟାଳୟର ପ୍ରଧାନଶିକ୍ଷ କଙ୍କ ଦସ୍ତ ଖତ । 

 A to Z ସଲ୍ୟୁସନ । ଏହି କମ୍ପାନୀରୁ ଛଉମଉଜ ଏମ.ସି.ଏସ୍.ଏନ ବିଦ୍ୟାଳୟ ପାଇଁ ୪ଲକ୍ଷ ୨୪ ହଜାର ଟଙ୍କାରେ  କିଣାହୋଇଥିବା ସାମଗ୍ରୀ ଉପରେ ନଜର ପକାନ୍ତୁ । ୨୫ ଫେବୃଆରୀରେ ୨୦୨୨ ରେ ସାମଗ୍ରୀ କିଣାହୋଇଛି । ଯାହାର ବିଲ୍ ନମ୍ବର ରହିଛି ୪୪ । ଠିକ୍ ୧୨ ମର୍ଚ୍ଚ ୨୦୨୨ରେ  ୨ଲକ୍ଷ ୧୧ ହଜାର ୨୨୦ଟଙ୍କାରେ ସାମଗ୍ରୀ କିଣା ହୋଇଛି ସେ ବିଲ୍ ର ସଂଖ୍ୟା ମଧ୍ୟ ରହିଛି ୪୪ । ଅର୍ଥାତ୍ ଗୋଟିଏ କ୍ରମିକ ନମ୍ବର ଏକାଧିକ  ବିଲ୍ରେ ବ୍ୟବହାର ହୋଇଛି। GSt ବ୍ୟବହାର ହୋଇଛି ଫର୍ନିଚର ଦୋକାନର କିନ୍ତୁ Gst ପଡିଛି ଗ୍ରୋସରୀ ଦୋକାନର ।  ଯଦି କେବଳ ବାଲେଶ୍ବର ଜିଲ୍ଲାରେ ଶହେ କୋଟିର ଘୋଟାଲା ତାହା ହେଲେ ପୁରା ରାଜ୍ୟରେ ଅର୍ଥାତ 30 ଜିଲ୍ଲାରେ କେତେ, ଶହ ଶହ କୋଟିର ସ୍କାମ  ପଛରେ ବଡ଼ ଷଡଯନ୍ତ୍ର। ପୂର୍ବତନ 5ଟି ସଚିବ ପାଣ୍ଡିଆନଙ୍କ ସମୟରେ ହୋଇଛି ଏହି 100 କୋଟିର ଦୁର୍ନୀତି । ସନ୍ଦେହ ଘେରରେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ଭୂମିକା।  ପୂର୍ବତନ 5ଟି ସଚିବ ଏବେ କେଉଁଠି । ଲୁଟେରାଙ୍କ ଅଣ୍ଟା ଭାଙ୍ଗି ଦେବେ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତଦନ୍ତ ହେଲେ ଭାଙ୍ଗିବ ଅଣ୍ଟା।  5ଟି ସ୍କୁଲ ରୁପାନ୍ତରୀକରଣ ନାଁରେ 100 କୋଟିର ଦୁର୍ନୀତିର ପ୍ରମାଣ ଜଳ ଜଳ । ଏବେ ମୋହନ ସରକାରରେ ଆକ୍ସନକୁ ଅପେକ୍ଷା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ  ଓଡିଶା ଖବର 
 

Argus Whatsapp Channel Mobile Top
Sponsored
100 crore scam in the name of 5-T school conversion in Balasore | Argus News