Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଯାଜପୁରର କେବଳ 5 ବର୍ଷରେ 100 କୋଟି ଖର୍ଚ୍ଚ, ହେଲେ ଫଳ ଶୂନ

Manini Pattanayak
Browse all articles by Manini Pattanayak
·1 year ago·2 min read
ଯାଜପୁରର କେବଳ 5 ବର୍ଷରେ 100 କୋଟି ଖର୍ଚ୍ଚ, ହେଲେ ଫଳ ଶୂନ

 ଯାଜପୁର:  ଅପାର ସମ୍ଭାବନା ସତ୍ତ୍ବେ ପର୍ଯ୍ୟଟନରେ ପଛୁଆ ଓଡିଶାକୁ ନେଇ ଚିନ୍ତା । ଉପମୁଖ୍ୟମନ୍ତ୍ରୀ କହିଲେ, ତୃତୀୟ ସ୍ଥାନରେ ପହଁଞ୍ଚିବ ଓଡ଼ିଶା । ସେପଟେ ସାମ୍ନାକୁ ଆସିଲା 24 ବର୍ଷ ଶାସନରେ ପର୍ଯ୍ୟଟନ ନାଁରେ ଠିକାଦାର ପୋଷାର ଚିତ୍ର । ଯାଜପୁରର କେବଳ 5 ବର୍ଷରେ 100 କୋଟି ଖର୍ଚ୍ଚ, ଫଳ ଶୂନ । ବୌଦ୍ଧ କୀର୍ତ୍ତିରାଜି ସୁରକ୍ଷା ଟଙ୍କାରେ ବିଳାସପୂର୍ଣ ବଙ୍ଗଳା, କିଏ ଦେବ ଜବାବ ।  ଅପାର ସମ୍ଭାବନା ସତ୍ତ୍ବେ ପର୍ଯ୍ୟଟନରେ ପଛୁଆ ଓଡିଶାକୁ ନେଇ ଚିନ୍ତା । ଉପମୁଖ୍ୟମନ୍ତ୍ରୀ କହିଲେ ପର୍ଯ୍ୟଟନ କ୍ଷେତ୍ରରେ ଓଡିଶା ପହଁଞ୍ଚିବ ତୃତୀୟ ସ୍ଥାନରେ ପ୍ରଭାତୀ ପରିଡା,  ଉପମୁଖ୍ୟମନ୍ତ୍ରୀ   ସେପଟେ 24 ବର୍ଷ ଶାସନରେ ପର୍ଯ୍ୟଟନ ନାଁରେ ଠିକାଦାର ପୋଷାର ଚିତ୍ର ଯାଜପୁରର କେବଳ 5 ବର୍ଷରେ 100 କୋଟି ଖର୍ଚ୍ଚ, ହେଲେ ଫଳ ଶୂନ ବୌଦ୍ଦ କୀର୍ତ୍ତିରାଜି ସୁରକ୍ଷା ଟଙ୍କାରେ ବିଳାସ ପୂର୍ଣ ବଙ୍ଗଳା ପର୍ଯ୍ୟଟନ ଟଙ୍କାରେ ଠିକାଦାର ପୋଷା କିଏ ଦେବ ଜବାବ...?  ଲଳିତ ଗିରି ରତ୍ନ ଗିରି ଉଦୟଗିରିର ପୁଷ୍ପଗିରି ଓ ଲାଙ୍ଗୁଡିର  ବୌଦ୍ଦ କୀର୍ତ୍ତିରାଜି ଏବେ ସଂଙ୍କଟରେ।  ଯାଜପୁରର  ଏ ସବୁ ବୌଦ୍ଦ କୀର୍ତ୍ତୀରାଜିର ବିକାଶ ପାଇଁ  କେନ୍ଦ୍ର ସରକାର ଦେଇଥିଲେ କୋଟି କୋଟି ଟଙ୍କା। ହେଲେ ବିକାଶ ତ ଦୁର କଥା ଠିକାଦାର ପୋଷାରେ ଟଙ୍କା ବିନିଯୋଗ କଲେ ପୂର୍ବ ସରକାର। ବୌଦ୍ଦ କୀର୍ତ୍ତିରାଜି ବିକାଶ ନାଁରେ ଆସିଥିବା ଟଙ୍କାରେ ଲଳିତଗିରିରେ ତିଆରି ହେଲା ବିଳାସ ପୂର୍ଣ ବଙ୍ଗଳା। ବାଲିଚନ୍ଦ୍ରପୁରରେ ତିଆରି ହେଲା ପାନ୍ଥିକା। ଯାହା ଏବେ ଭାଙ୍ଗିରୁଜି ଭୁତକୋଠି ହେଲାଣି।ପୁଷ୍ପଗିରିରେ ହେଲା ବୌଦ୍ଦଭିକ୍ଷୁଙ୍କ ପାଇଁ ବିଦ୍ୟାଳୟ। ଯାହା ଏବେ ପରିତ୍ୟକ୍ତ।

 ବରାହମନ୍ଦିର ନିକଟରେ ହେଲା ସଂଗ୍ରହାଳୟ। ଯାହା ଆସୁନି କାମରେ।  ଯାଜପୁର ଜିଲ୍ଲାରେ ପର୍ଯ୍ୟଟନର ବିକାଶ  ପାଇଁ 2019ରୁ 2023 ମଧ୍ୟରେ ଆସିଥିଲା ୧୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା। ହେଲେ ଏ ଟଙ୍କା ଖର୍ଚ୍ଚ ହେଲା  କୁସୁମା ଫ୍ଲୋଟିଂ ମ୍ୟୁଜିକାଲ ଫାଉଣ୍ଟେନରେ. 6 କୋଟି 69 ଲକ୍ଷ,   ଯାଜପୁର  ସହରରେ ବରାହ ଦ୍ବୀପରେ ଶିବା ପ୍ରକଳ୍ପରେ 11 କୋଟି   କଣ୍ଟିଗଢିଆର  ଦ୍ଵିତୀୟ କୁସୁମା ପୋଖରୀ ନିର୍ମାଣରେ 3 କୋଟି।  ସଂଗ୍ରହାଳୟରେ 9 କୋଟି  ଖର୍ଚ୍ଚ ହୋଇଛି। ରତ୍ନଗିରି ଭିତ୍ତିଭୁମି ବିକାଶ ନଁରେ 4କୋଟି 57 ଲକ୍ଷ ଉଦୟଗରିରେ 1 କୋଟି 75 ଲକ୍ଷ , ଲାଙ୍ଗୁଡି 2 କୋଟି 62 ଲକ୍ଷ , ବରାହ ପାର୍କ ନାଁରେ ଏକ କୋଟି ଖର୍ଚ୍ଚ ହୋଇଛି।  ଏହା ବାଦ ଲଳିତଗିର  ନିକଟରେ ପାନ୍ଥ ନିର୍ବାସ  ନିର୍ମାଣରେ  ବି କୋଟି କୋଟି ଖର୍ଚ୍ଚ କରିଛନ୍ତି ପୂର୍ବ ସରକାର।  

ହେଲେ ଅଭିଯୋଗ କେବଳ ଠିକାଦାର ପୋଷାରେ ଲାଗିଛି ପର୍ଯ୍ୟଟନ ବିକାଶ ପାଇଁ ଆସିଥିବା ଟଙ୍କ। ଯାଜପୁର କେବଳ ଭାତ ହାଣ୍ଡିରୁ ଗୋଟିଏ.। ସାରା ଓଡିଶାରେ ପର୍ଯ୍ୟଟନର ବିକାଶ ପାଇଁ ରହିଛି ଅପାର ସମ୍ଭାବନା। 358 ଟି ପର୍ଯ୍ୟଟନ ସ୍ଥଳର ବିକାଶ ପାଇଁ ନକସା ପ୍ରସ୍ତୁତ ହୋଇଥିଲା.।  ହେଲେ ଆନ୍ତରିକତାର ଅଭାରୁ ଏଥିରୁ ଅନେକ ପର୍ଯ୍ୟଟନ ସ୍ଥଳ ଆଜି ଅବହେଳିତ।  ବାଲେଶ୍ବରର ଚାନ୍ଦିପୁର ବେଳାଭୂମି ହେଉକି  ଉଦୟପୁର ଡଗରା ଦୁବଲାଡଡି ବେଳାଭୂମି।  ଏସବୁର ବିକାଶ ପାଇଁ ସତେ ଯେମିତି ଆନ୍ତରିକତା ନ ଥିଲା 24 ବର୍ଷର ସରକାରର। ସେହିପରି ଇଞ୍ଜୁଡି ଲବଣ ସତ୍ୟାଗ୍ରହର ସ୍ମୃତି ସ୍ତମ୍ଭ, ରେମୁଣାର କ୍ଷୀର ଚୋରା ମନ୍ଦିରର ବିକାଶ ପାଇଁ ବି ପାଦ ବଢାଇନାହାଁନ୍ତି ପୂର୍ବ ସରକାର।  ପାରଳାଖେମୁଣ୍ଡିରେ  ମହାରାଜ କୃଷ୍ଣଚନ୍ଦ୍ର ଗଜପତିଙ୍କ ଅମ୍ଲାନ କୀର୍ତ୍ତି  ବୃନ୍ଦାବନ ପ୍ୟାଲେସ ବା ବସନ୍ତ ନିବାସ ଏବେ ଜରାଜୀର୍ଣ. ପର୍ଯ୍ୟଟନ ବିଭାଗ ଏହାର ବିକାଶ ପାଇଁ ଦାୟିତ୍ବ ନେଇ ଭୁଲି ଯାଇଛନ୍ତି॥   ଜିଲ୍ଲାରେ ଥିବା 17ଟି ପର୍ଯ୍ୟଟନ ସ୍ଥଳୀରୁ 9 ଟି ପ୍ରାକୃତିକ ଜଳପ୍ରପାତ ଏବେ ବି ଲୋକଙ୍କ ନଜର ଅଢୁଆଳରେ ଅଛି। ବଦଳିଛି ସରକାର। ଏବେ ପ୍ରଶ୍ନ ବଦଳିବ କି  ଓଡିଶା ପର୍ଯ୍ୟଟନ ସ୍ଥଳୀର ଚିତ୍ର।
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
100 crore spent in Jajpur only in 5 years, the result is zero | Argus News