ସହରରେ ଚାଲିବ ହଜାରେ ଇ-ବସ୍, ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ନିଆଯାଇଛି ନିଷ୍ପତ୍ତି

Key Points
ସହରରେ ଚାଲିବ ହଜାରେ ଇ-ବସ୍ । ନଗର ଉନ୍ନୟନ ମନ୍ତ୍ରୀ ଦେଲେ ସୂଚନା । ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ନିଆଯାଇଛି ନିଷ୍ପତ୍ତି ।
ସହରରେ ଚାଲିବ ହଜାରେ ଇ-ବସ୍ । ପରିବେଶ ସୁରକ୍ଷା ପାଇଁ ଅଧିକରୁ ଅଧିକ ଇ-ବସ୍ ଚଲାଇବା ଯୋଜନା ଚାଲିଛି । ଆଗାମୀ ଦିନରେ ୨୦୦ ଇ-ବସ୍ ବିଭାଗ ଆଣିବାକୁ ଥିବା ବେଳେ ପ୍ରଧାନମନ୍ତ୍ରୀ ଆହୁରି ୪୦୦ ବସ୍ ପଠାଇବେ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।
ସେ କହିଛନ୍ତି, ଆମ ପାଖେ ୪୦୦ ବସ୍ ଆଗରୁ ଅଛି । ତେଣୁ ଆଗାମୀ ଦିନରେ ପାଖାପାଖି ୧୦୦୦ ଇ-ବସ୍ ଚାଲିବାର ପରିକଳ୍ପନା ହୋଇଛି । ଖୁବଶୀଘ୍ର ଏହା କାର୍ଯ୍ୟକାରୀ ହେବ ବୋଲି କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି । ସେହିପରି ମନ୍ତ୍ରୀ ଆହୁରି କହିଛନ୍ତି, ଏବେ ୨୫ଟି ଇ-ବସ୍ ସମ୍ବଲପୁର ପଠାଯିବ । ପୁଣି ପର୍ଯ୍ୟାୟ କ୍ରମେ ଆସିବ ଅନ୍ୟ ବସ୍ ।
📱 Get Argus News App
✨
ସେହିଭଳି ଇ-ବସ୍ରେ ଐତିହ୍ୟ ଛାପ ନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଐତିହ୍ୟ ସୁରକ୍ଷା ପାଇଁ ଆମ ସରକାର ପ୍ରତିବଦ୍ଧ । ବିରୋଧୀଙ୍କ କାମ ବିରୋଧ କରିବା ।