Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

 ୧୦୭  କିଲୋ ଗଞ୍ଜେଇ ଜବତ, ଦୁଇ ଗିରଫ 

Manini Pattanayak
Browse all articles by Manini Pattanayak
·1 year ago·1 min read
 ୧୦୭  କିଲୋ ଗଞ୍ଜେଇ ଜବତ, ଦୁଇ ଗିରଫ 

କନ୍ଧମାଳ: ୧୦୭  କିଲୋ ଗଞ୍ଜେଇ ଜବତ ହୋଇଥିବାବେଳେ ଦୁଇ ଗିରଫ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ପୋଲିସ ଦାରିଙ୍ଗବାଡ଼ି ଚାରିଛକରେ ଏକ ମହିନ୍ଦ୍ରା ମ୍ୟାକ୍ସ ପିକଅପ ଗାଡ଼ି ଭିତରୁ ୧୦୭ କିଲୋ  ଗଞ୍ଜେଇ ଜବତ କରିଛି। ଘଟଣାରେ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l

ଗିରଫ ଦୁଇ ଜଣ ତିଲୋରୀ ପଞ୍ଚାୟତ ଜଗେର ମାହା ଗ୍ରାମର ଏଲିୟାସ ଦିଗାଲ ଓ ସନଜ  ପ୍ରଧାନ ବୋଲି ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି l ସୂଚନା ପ୍ରକାରେ  ବାଲିଗୁଡା ଅଞ୍ଚଳରୁ ଏକ ଗାଡ଼ିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ପୋଲିସ ବିଶ୍ୱସ୍ଥ ସୂତ୍ରରୁ ଖବର  ପାଇଥିଲା।   ଚାରିଛକ ଠାରେ ଯାଞ୍ଚ କରୁଥିବା ସମୟରେ  ଉକ୍ତ ଗାଡ଼ିରେ  ୪ଟି  ବ୍ୟାଗରେ ଥିବା ୧୦୭ କିଲୋ ଗଞ୍ଜେଇ ଜବତ କରିଥିଲା। ଏବଂ  ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଥାନା ଅଧିକାରୀ ସୂଚନା ଦେଇଛନ୍ତି l

ଅଧିକ ପଢନ୍ତୁ ଓଡ଼ିଶା ଖବର  
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
107 kg of cannabis seized, two arrested | Argus News